PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଏଲଇଡି ବଲବ ପରେ ଏବେ ଶସ୍ତା ଏସି ଆଣିଛନ୍ତି ସରକାର, ବିଜୁଳି ଖର୍ଚ୍ଚ ମଧ୍ୟ କମିବ

ନୁଆଦିଲ୍ଲୀ ୧୭/୭: ସରକାର ଶସ୍ତା ଏଲଇଡି ବଲବ ପରେ ଏବେ କମ୍ ଦାମରେ ଏସି ଦେବାପାଇଁ ପ୍ରସ୍ତୁତ ହେଉଛନ୍ତି । ଯେଉଁଭଳି ବଲବର ମୂଲ୍ଯ ହ୍ରାସ ପାଇଥିଲା ସେହିଭଳି ଏସିକୁ ମଧ୍ଯ କମ୍ ଦାମରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସରକାର ଚେଷ୍ଟା ଆରମ୍ଭ କରିସାରିଛନ୍ତି । ସରକାରୀ ସଂସ୍ଥା ଇଇଏସଏଲ୍(EESL) ବଜାରର ଦାମ ତୁଳନାରେ ୩୦ରୁ ୪୦ ପ୍ରତିଶତ କମ୍ ଦାମରେ ଏସି ନିର୍ମାଣ କରିବା ଆରମ୍ଭ କରିସାରିଛି ।

୫୦ ହଜାର ଏୟାର କଣ୍ଡିସନର ବିକ୍ରୟ ଲକ୍ଷ
ଚଳିତ ବର୍ଷ ୫୦ ହଜାର ଏୟାର କଣ୍ଡିସନର ବିକିବା ପାଇଁ ଲକ୍ଷ୍ୟ ରଖାଯାଇଛି । ସରକାର ଏସି କମ୍ପାନୀଗୁଡିକୁ ଚାଲେଞ୍ଜ ଦେବାପାଇଁ ପ୍ରସ୍ତୁତି କରିସାରିଛନ୍ତି । ସରକାରୀ ସଂସ୍ଥା ଇଇଏସଏଲ୍(EESL) ଶସ୍ତା ଏସିର ବିକ୍ରି ଆରମ୍ଭ କରିସାରିଛି । ଇଇଏସଏଲର ଅଫିସିଆଲ ୱେବସାଇଟ୍ ଉପରେ ଦେଢ ଟନ୍ ଏସି(Split) ବିକ୍ରି କରାଯାଉଛି । ଖାସ୍ କଥା ହେଉଛି ଏହା ଏକମାତ୍ର ଏସି ଯାହାର ୫.୪ ଷ୍ଟାର୍ ରେଟିଂ ରହିଛି । ଅର୍ଥାତ୍ ଏହା ହେଉଛି ସବୁଠାରୁ ଅଧିକ ବିଜୁଳି ସଞ୍ଚୟ କରୁଥିବା ଏସି ।

୩୦ରୁ ୪୦ ପ୍ରତିଶତ ଶସ୍ତା ପଡିବ ଏସି
ଇଇଏସଏଲର ଏହି ଏସିର ମୂଲ୍ଯ ୪୧,୩୦୦ ଟଙ୍କା ରହିବ ଯାହାକି ମାର୍କେଟରେ ବିକ୍ରି ହେଉଥିବା ଏହି କାଟାଗୋରୀ ଏସିର ମୂଲ୍ୟ ତୁଳନାରେ ୩୦-୪୦ ପ୍ରତିଶତ ଶସ୍ତା । ଏହି ଏସିକୁ ଭୋଲ୍ଟାସ୍ କମ୍ପାନୀ ନିର୍ମାଣ କରିଛି । ଇଇଏସଏଲର ଚିଫ୍ ଜେନେରାଲ ମ୍ୟାନେଜର(ଟେକ୍) ଏସପି ଜେନେରାଲ୍ କହିଛନ୍ତି ଯେ ତାଙ୍କ ଏୟାର କଣ୍ଡିସନର ବଜାରରେ ଉପଲବ୍ଧ ଅନ୍ଯ ଏସି ତୁଳନାରେ ସବୁଠାରୁ ଅଧିକ ବିଜୁଳି ବଞ୍ଚାଉଛି । ସେ କହିଛନ୍ତି ଯେ ଚଳିତ ବର୍ଷ ଏପର୍ଯ୍ଯନ୍ତ ୩୪୦୦ ଏୟାର କଣ୍ଡିସନରର ଅର୍ଡର ତାଙ୍କୁ ମିଳିସାରିଛି । ଏହି ଏସିର ବିକ୍ରି ଏବେ ଦିଲ୍ଲୀ-ଏନସିଆର୍, ମୁମ୍ବାଇ ଓ ପୁଣେରେ କରାଯାଉଛି ।

EESL କୋଟି କୋଟି ଘରେ ପହଞ୍ଚାଇଛି ଏଲଇଡି
କହିରଖୁଛୁ EESL ଉଜାଲା ସ୍କିମ୍ ଅନୁସାରେ କୋଟିକୋଟି ଘରେ ଏଲଇଡି ବଲବ ପହଞ୍ଚାଇଛି । ଏବେ ଏହି ପ୍ରୟୋଗ ଏୟାର କଣ୍ଡିସନରରେ ମଧ୍ଯ ବ୍ଯବହାର କରାଯିବ । ଆପଣ ଏହି ଏସିକୁ EESL ୱେବସାଇଟରେ ଯାଇ ବୁକ୍ କରିପାରିବେ । ଯଦି ସରକାରଙ୍କ ଏହି ଯୋଜନା ସଫଳ ହୁଏ ତେବେ ଆଗାମୀ ବର୍ଷରେ ୨ ଲକ୍ଷ ଏସି ବିକ୍ରି କରିବାର ଟାର୍ଗେଟ୍ ରଖାଯିବ ଏବଂ ଏହାକୁ ପୂରଣ କରାଯିବ । ତେବେ ଲୋକଙ୍କ ସୁବିଧା ପାଇଁ ଏହାକୁ ଇଏମଆଇରେ କିଣିବାର ବିକଳ୍ପ ମଧ୍ଯ ରଖାଯିବ । ଏହା ସହ କିଛି କ୍ରେଡିଟ୍ କାର୍ଡରେ କ୍ଯାଶବ୍ଯାକ୍ ବିକଳ୍ପ ମଧ୍ୟ ରହିବ ।