ପୁରୀ ୦୨/୦୪: ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବା ପରେ ପରେ ଶ୍ରୀମନ୍ଦିର ଗର୍ଭଗୃହର ସଫେଇ କାମ ଆରମ୍ଭ ହେବ । ଗର୍ଭଗୃହର ସ୍ଥିତି ଅନୁଧ୍ୟାନ ହେବ । ରତ୍ନସିଂହାସନ ସଫେଇ ସହ ଗର୍ଭଗୃହରୁ ଗରମ ହୱା ନିଷ୍କାସନ ପ୍ରକ୍ରିୟା (ଭେଣ୍ଟିଲେସନ) ଜାଲି ସ୍ଥିତି ଯାଞ୍ଚକୁ କରାଯିବ । ତିନି ତାରିଖ ଦିନ ଚେନ୍ନାଇ ଓ ରୁର୍କୀର ବିଶେଷଜ୍ଞମାନେ ଶ୍ରୀମନ୍ଦିର ବୈଷୟିକ ବିଶାରଦ (ଏକ୍ସପର୍ଟ) କମିଟି ବୈଠକରେ ଯୋଗ ଦେବେ ।
ନାଟମଣ୍ଡପ ଫାଟ ଉପରେ ଏକ୍ସପାର୍ଟ କମିଟି ତର୍ଜମା କରିବା ସହ ଫାଟର ସ୍ଥିତି ଓ ଏହାର ସୁରକ୍ଷା ସମ୍ପର୍କରେ ମତାମତ ଦେବେ ବୋଲି ସୂଚନା ମିଳିଛି । ବିଶେଷ କରି ଫାଟ ସୃଷ୍ଟି ହେବାର ସାଢ଼େ ତିନି ବର୍ଷ ପରେ ବି ଏହାର ମରାମତି ଅଟକି ରହିଛି । ଫାଟ ମାପକ ଯନ୍ତ୍ର ସ୍ଥାପନ ମଧ୍ୟରେ ମରାମତି କାମ ଅଟକି ରହିଛି ।