ନୂଆଦିଲ୍ଲୀ ୦୨/୦୨: ୬୮ତମ ଗ୍ରାମୀ ଆୱାର୍ଡ ୨୦୨୬ ଲସ୍ ଆଞ୍ଜେଲସ୍ରେ ଏକ ଭବ୍ୟ ଉଦଘାଟନ ସହିତ ଆରମ୍ଭ ହୋଇଥିଲା। ସବୁଠାରୁ ବଡ଼ ମ୍ୟୁଜିକାଲ ନାଇଟ୍ ଅନେକ କିମ୍ବଦନ୍ତୀଙ୍କୁ ଏକାଠି କରିଥିଲା। ଲେଡି ଗାଗା, ଜଷ୍ଟିନ୍ ବିବରଙ୍କଠାରୁ ନେଇ ଫାରେଲ୍ ୱିଲିୟମ୍ସ ପର୍ଯ୍ୟନ୍ତ, ସମସ୍ତେ ଗ୍ରାମୀ ଆୱାର୍ଡକୁ ରଙ୍ଗୀନ କରିଥିଲେ। ରେଡ୍ କାର୍ପେଟରେ ସେଲିବ୍ରିଟିମାନେ ସେମାନଙ୍କର ଫ୍ୟାଶନ୍ ସେନ୍ସ ଦେଖାଇଥିଲେ। ଟ୍ରେଭର ନୋଆ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପପ୍ ସେନସେସନ୍ ସାବ୍ରିନା କାର୍ପେଣ୍ଟର ତାଙ୍କର ହିଟ୍ ଗୀତ ‘ମାନଚାଇଲ୍ଡ’ ପରିବେଷଣ କରିଥିଲେ।
ସାବ୍ରିନା ଜଣେ ରେଟ୍ରୋ ଫ୍ଲାଇଟ୍ ଆଟେଣ୍ଡାଣ୍ଟଙ୍କ ପୋଷାକ ପିନ୍ଧି ମଞ୍ଚ ଉପରେ ପହଞ୍ଚିଥିଲେ। ଆଲେକ୍ସ ୱାରେନ ‘ଅର୍ଡିନାରୀ’ ଗୀତ ପରିବେଷଣ କରିଥିଲେ। କେଣ୍ଡ୍ରିକ୍ ଲାମାର ଇତିହାସ ରଚିଥିଲେ। ବେଷ୍ଟ ରାପ୍ ଆଲବମ୍ ଜିତି ସେ ଜେ-ଜେଡଙ୍କ ରେକର୍ଡ ଭାଙ୍ଗି ସର୍ବାଧିକ ଗ୍ରାମୀ ପୁରସ୍କାର ପାଇଥିବା ରାପର୍ ହୋଇଗଲେ। ଜଷ୍ଟିନ୍ ବିବର ଗ୍ରାମୀ ଆୱାର୍ଡରେ କମବ୍ୟାକ୍ କରିଥିଲେ। ସେ ତାଙ୍କର ‘ୟୁକନ୍’ ଗୀତରେ ଦମଦାର୍ ପ୍ରଦର୍ଶନ କରିବା ସହ ସାର୍ଟଲେସ୍ ହୋଇ ତାଙ୍କର ସ୍ୱାଗ୍ ଦେଖାଇଥିଲେ।ତାଙ୍କ ପ୍ରଦର୍ଶନ ସମୟରେ ଷ୍ଟାଡିୟମ କରତାଳିରେ ଫାଟିପଡ଼ିଥିଲା।
ସେହିପରି ଲେଡି ଗାଗା ଗ୍ରାମୀରେ ତାଙ୍କର ହିଟ୍ ଟ୍ରାକ୍ ‘ଆବ୍ରାକାଡାବ୍ରା’ ପରିବେଷଣ କରିଥିଲେ। ଏହି ଗୀତଟି ତାଙ୍କର ୨୦୨୫ ଆଲବମ୍, ମେହେମ୍ ରୁ ଆସିଛି। ତାଙ୍କର ରକ୍ ଭର୍ଜନ ଚମତ୍କାର ଥିଲା। ପ୍ରଦର୍ଶନ ସମୟରେ ଲେଡି ଗାଗାଙ୍କ ଲୁକ୍ ଅତ୍ୟନ୍ତ ନାଟକୀୟ ଥିଲା।