ନୂଆଦିଲ୍ଲୀ,୨୮/୭ : ଶୋଇଥିବା ଅବସ୍ଥାରେ ଜନୈକ ବ୍ୟକ୍ତିଙ୍କ ପ୍ୟାଣ୍ଟ୍ ଚୋରି ହୋଇଗଲା । ଏହାକୁ ନେଇ ସେ ଥାନାରେ ପହଞ୍ଚିବା ପରେ ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାରେ ଜନୈକ ଡ୍ରାଇଭର ଥାନା ଅଧିକାରୀଙ୍କ ନିକଟରେ ସାହାଯ୍ୟ ଲାଗି ପହଞ୍ଚିଥିଲେ । ଟ୍ରକ୍ ଡ୍ରାଇଭର ଲୁଙ୍ଗିରେ ଥିଲେ । ତାଙ୍କୁ ଦେଖି ଥାନା ଅଧିକାରୀ ନିଜ ଗାଡ଼ି ଅଟକାଇ ଦେଇଥିଲେ । ଏହାପରେ ଡ୍ରାଇଭର କହିଥିଲେ କି ସାର୍ ମୋ ପ୍ୟାଣ୍ଟ ଚୋରି ହୋଇଯାଇଛି, ସାହାଯ୍ୟ କରନ୍ତୁ । ପରେ ଟିଆଇ ବି ସମ୍ବେଦନଶୀଳତା ଦେଖାଇଥିଲେ ଏବଂ ତୁରନ୍ତ ଟଙ୍କା ସାହାଯ୍ୟ କରିଛନ୍ତି ।
ଏହି ସମ୍ପୂର୍ଣ୍ଣ ମାମଲା ଭିଣ୍ଡର ଦେହାତ ଥାନା ଅଞ୍ଚଳର ଅଟେ । ୟୁପିର ଓରିୟା ସ୍ଥିତ ଛଲ୍ଲା ଗାଁ ନିବାସୀ ବିପିନ କୁମାର ଟ୍ରକ୍ ଚଳାଇଥାନ୍ତି । ଅଟେରରେ ମାଲିକକୁ ଟ୍ରକ୍ ଦେଇ ସେ ନିଶାଶକ୍ତ ଅବସ୍ଥାରେ କେଉଁଠାରେ ଶୋଇପଡ଼ିଥିଲେ । ତାଙ୍କୁ ନିଜକୁ ବି ଜଣାନାହିଁ କି ସେ କେଉଁଠାରେ ଶୋଇଥିଲେ । ଶୋଇବା ସମୟରେ ତାଙ୍କ ପ୍ୟାଣ୍ଟ ଚୋରି ହୋଇଯାଇଥିଲା। ପ୍ୟାଣ୍ଟରେ ରଖିଥିବା କ୍ୟାଶ୍ ଏବଂ କେତେକ କାର୍ଡ଼ ହଯିଯାଇଛି । ଏଥିରେ ଡ୍ରାଇଭିଂ ଲାଇସେନ୍ସ ବି ସାମିଲ ଥିଲା। ପ୍ୟାଣ୍ଟ ଚୋରି ହେବା ପରେ ବିପିନ ଲୁଙ୍ଗି ପିନ୍ଧିଥିଲେ । ଲୁଙ୍ଗିରେ ଦେହାତ ଥାନାରେ ପହଞ୍ଚିଥିଲେ । ପୁଲିସକର୍ମୀଙ୍କୁ ନିଜର ଅଭିଯୋଗ କରିଥିଲେ । ସେ କହିଥିଲେ ମୁଁ ନିଶାରେ ଶୋଇପଡ଼ିଥିଲି ତ ପ୍ୟାଣ୍ଟ ଚୋରି ହୋଇଯାଇଥିଲା । ଥାନାରେ ଉପସ୍ଥିତ ଥିବା ପୋଲିସ କର୍ମୀ ତାଙ୍କ କଥା ଶୁଣି ସ୍ତବ୍ଧ ହୋଇଯାଇଥିଲେ । ଏହା ମଧ୍ୟରେ ଥାନା ପ୍ରଭାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ।
ସେହିଭଳି ପୀଡ଼ିତ ଡ୍ରାଇଭରଙ୍କୁ ଏହା ଜଣାନଥିଲା କି ତାଙ୍କ ପ୍ୟାଣ୍ଟ କେଉଁଠାରେ ଚୋରି ହୋଇଛି । ତାଙ୍କୁ କେବଳ ଏତିକି ଜଣାଥିଲା କି ନିଶାଶକ୍ତ ଅବସ୍ଥାରେ ତାଙ୍କ ପ୍ୟାଣ୍ଟ ଚୋରି ହୋଇଛି । ବିପିନ କହିଛନ୍ତି କି ପ୍ୟାଣ୍ଟରେ ଥିବା ୧୫୦୦ଟଙ୍କା, ଡ୍ରାଇଭିଂ ଲାଇସେନ୍ସ ଏବଂ ଆଧାରକାର୍ଡ଼ର ବି ଚୋରି ହୋଇଛି । ସେ ପୋଲିସକୁ ଖୋଜିବାକୁ ଗୁହାରି କରିଛନ୍ତି । ଟ୍ରକ୍ ଡ୍ରାଇଭରଙ୍କ ଅବସ୍ଥା ଦେଖି ଥାନା ପ୍ରଭାରୀ ଶିବପ୍ରତାପ ସିଂହ ରାଜାବତ ସମ୍ବେଦନଶୀଳତା ଦେଖାଇଛନ୍ତି । ସେ ତୁରନ୍ତ ବିପିନଙ୍କୁ ଆର୍ଥିକ ସାହାଯ୍ୟ କରିଥିଲେ । ୪୦୦ଟଙ୍କା କ୍ୟାଶ୍ ଦେଇଛନ୍ତି । ଏହାସହ ବୁଝାଇଥିଲେ କି ପୁନଃର୍ବାର ମଦ ପିଇବ ନାହିଁ । ଏହି ସମୟରେ ବିପିନ ବି ଥାନା ଅଧିକାରୀଙ୍କ ସାମ୍ନାରେ ରାଣ ଖାଇଛନ୍ତି କି ଏବେଠାରୁ କେବେ ବି ମଦ୍ୟପାନ କରିବେ ନାହିଁ । ଏହାପରେ ପୋଲିସ ସେଠାରୁ ତାଙ୍କୁ ପଠାଇଥିଲେ ।