ନୂଆଦିଲ୍ଲୀ,୨୮।୭: ଉତ୍ତରାଖଣ୍ଡରେ ଲଗାତାର ହେଉଥିବା ମୂଷଳଧାରରେ ବର୍ଷା ଭିତରେ ଦିଲ୍ଲୀ-ଯମୁନୋତ୍ରୀ ଜାତୀୟ ରାଜପଥ ଏବେ ବିପଦ ସଙ୍କୁଳ ଅବସ୍ଥାରେ ପରିବର୍ତ୍ତନ ହୋଇଛି। ପାଣିପାଗ ବିଭାଗ ପ୍ରବଳ ବର୍ଷାର ସତର୍କ ସୂଚନା ଭିତରେ ହାଇଓ୍ବେ ଆଗର ତିନୋଟି ଭୟାବହ ଫଟୋ ଯାତ୍ରୀ ଓ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢାଇ ଦେଇଛି। ପାହାଡ ଉପରେ ଲଗାତାର ବର୍ଷୁଥିବା ବାଦଲ ଓ ବିଜୁଳି ଘଡଘଡିର ଶବ୍ଦ ସହ ଦେଖିବାକୁ ମିଳିଛି ପ୍ରକୃତର କରାଳ ରୂପ ।
ହାଇଓ୍ବେ ଆଗରୁ ଆସିଥିବା ପ୍ରଥମ ଫଟୋ ଏକ ଝରଣାର ରହିଛି। ପାହାଡରୁ ଦ୍ରୁତ ଗତିରେ ବାହାରୁଥିବା ପାଣି ସଡକରେ ବ୍ୟାପି ଯାଇଛି। କିଛି ସମୟ ପରେ ସଡକ ବି ନଦୀ ଭଳି ଦେଖାଯାଇଥିଲା। ପାଣିର ସ୍ରୋତ ଏତେ ଜୋର ଥିଲା ସେଠାରେ ଲୋକମାନେ ଆଗକୁ ବଢିବା ବିପଦ ପାଲଟି ଯାଇଥିଲା। ଏହାକୁ ନେଇ ପୁରା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ଅନ୍ୟ ଏକ ଫଟୋରେ ଭୂସ୍ଖଳନ ଦେଖିବାକୁ ମିଳିଛି। ଲଗାତାର ବର୍ଷା କାରଣରୁ ପାହାଡର ଏକ ଅଂଶ ହଠାତ ଧସି ଯାଇଥିଲା। ଭାରି ମାତ୍ରାରେ ଆବର୍ଜନା ସବୁ ରାସ୍ତାରେ ଆସି ପଡିଥିଲା। ଏହି ଘଟଣା ପରେ ହାଇଓ୍ବେରେ ଯାଉଥିବା ଯାତ୍ରୀଙ୍କ ଭିତରେ ଆତଙ୍କ ଖେଳି ଯାଇଥିଲା। ତୃତୀୟ ଫଟୋ ସବୁଠାରୁ ଅଧିକ ଭୟଙ୍କ ଥିଲା। ହାଇଓ୍ବେରେ ହଠାତ ଜୋରଦାର ପାଣି ବୋହିବା ସହ ବନ୍ୟା ଆସିଯାଇଥିଲା। ଜଣେ ବାଇକ୍ ଆରୋହି ପାଣିରେ ଭାସି ଯାଇଥିଲେ, କିନ୍ତୁ ସ୍ଥାନୀୟ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରିନେଇଥିଲେ। ଏହି କାରଣରୁ ଲୋକଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ବର୍ତ୍ତମାନ ଦିଲ୍ଲୀ-ଯମୁନୋତ୍ରୀ ହାଇଓ୍ବେ ସାମନାରୁ ତିନୋଟି ଭୟାବହ ଦୃଶ୍ୟ ଦେଖିବାକୁ ମିଳିଛି। ଯାହାକି ସ୍ପଷ୍ଟ କରିଦେଇଛି ଯେ, ଉତ୍ତରାଖଣ୍ଡରେ ଜାରି ମୌସୁମୀ ବର୍ଷା ପାହାଡର ରାସ୍ତାକୁ ଖୁବ୍ ସମ୍ବେଦନଶୀଳ କରିଦେଇଛି।
ଆହୁରି ପଢନ୍ତୁ : Rafale Deal: ଭାରତକୁ ରାଫେଲର ‘ସୋର୍ସ କୋଡ୍’ ଦେବାକୁ ଏବେ ବି ଫ୍ରାନ୍ସ ପ୍ରସ୍ତୁତ ନୁହେଁ, ଚାଲିଛି ଆଲୋଚନା