ମାଲକାନଗିରି, ୧।୨: ମାଲ୍ୟବନ୍ତ ମହୋତ୍ସବର ବିରାଟ କଳସ ଯାତ୍ରା ଆରମ୍ଭ ହୋଇଛି । ଐତିହ୍ୟ, ପରମ୍ପରା, କଳା, ସଂସ୍କୃତି ଓ ଆଦିବାସୀଙ୍କ ଜୀବନଧାରାର ନିଚ୍ଛକ ପ୍ରତିଛବି ମାଲ୍ୟବନ୍ତ ମହୋତ୍ସବ-୨୦୨୫ର ମୁଖ୍ୟ ଜିଲ୍ଲାସ୍ତରୀୟ ଉତ୍ସବର ଆଜି ଶୁଭାରମ୍ଭ ହୋଇଛି । ମାଲକାନଗିରି ଜିଲ୍ଲାରେ ଆଦିବାସୀ କଳାସଂସ୍କୃତିକୁ ବଞ୍ଚାଇ ରଖି ଦେଶବିଦେଶରେ ପ୍ରଚାର ପ୍ରସାର କରିବା ସହିତ ରାଜ୍ୟ ଓ ଦେଶ ବାହରର ବାହରର କଳାକାରମାନଙ୍କ କଳାଚାତୁରିକୁ ଜାଣିବା ପାଇଁ ମାଲ୍ୟବନ୍ତ ମହୋତ୍ସବ ଆରମ୍ଭ ହୋଇଛି ।
ଆଜି ଉତ୍ସବର ପ୍ରଥମ ଦିବସ । ସକାଳେ ଜିଲ୍ଲାସ୍ତରୀୟ ଉତ୍ସବ ପାଇଁ ମାଲକାନଗିରି ଜିଲ୍ଲା ସଦରମହକୁମାଠାରେ ଥିବା ଜଗନ୍ନାଥ ମନ୍ଦିରରୁ ଶୁଭ ଜଳପୂର୍ଣ୍ଣ କଳସ ଶୋଭାଯାତ୍ରାରେ ନୃତ୍ୟଦଳ, ଯୋଡ଼ିଶଙ୍ଖ, ଦୁଲଦୁଲି ବାଜା, ବଣ୍ଡା, କୋୟା, ପରଜା, ଭୁମିୟା, ଦୁରୁଆ ଆଦିବାସୀ ଜେମସା, ଜୋଡିଶଙ୍ଖ ବାଜା ଓ ନୃତ୍ୟର ତାଳେ ତାଳେ ସହରପରିକ୍ରମା କରାଯାଇ ଡିଏନକେ ମଇଦାନ ମାଲ୍ୟବନ୍ତମଣ୍ଡପ ନିକଟକୁ ନିଆଯାଇ ସେଠାରେ ସ୍ଥାପନା କରାଯାଇଛି । ଏହି କଳସ ଯାତ୍ରାରେ ମାଲକାନଗିରି ବିଧାୟକ ନରସିଂନ ମାଡକାମି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗୁଲ, ଜିଲ୍ଲା ପାଳ ସୋମେଶ କୁମାର ଉପାଧ୍ୟାୟ, ଏସପି ବିନୋଦ ପାଟିଲ ଏଚଡିଏଫଓ ସାଇକିରଣ, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ସୋମନାଥପ୍ରଧାନ, ଜିଲ୍ଲାପରିଷଦ ଉନ୍ନୟନ ଓ ମୁଖ୍ୟ ନିର୍ବାହି ଅଧିକାରୀ ଦାଶ ରଥୀ ସରାବୁ, ଉପଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ, ଜିଲ୍ଲାସଂସ୍କୃତି ଅଧିକାରୀ ସଂନ୍ତ୍ରାସ ନାରାୟଣ ପଣ୍ଡା, ଜିଲ୍ଲାସୁଚନା ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ, ପୂର୍ବତନ ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକର ଦାଶ, ଜିଲ୍ଲା ଆଦିବାସୀ ସମାଜ ମହା ସଂଘ ସଭାପତି ବନ୍ଧୁମୁଦୁଲୁ, ଘେନୁ ମୁଦୁଲି, ପ୍ରମୁଖ ଜିଲ୍ଲାସ୍ତରୀୟ ବ୍ଲକ ସ୍ତରୀୟ ଅଧିକାରି ବିଭିନ୍ନ ରାଜନୈତିକ ନେତା, ଗଣମାଧ୍ୟମ ପ୍ରତିନିଧି, ଜନସାଧରଣ ଉପସ୍ଥିତ ଥିଲେ । ଖୁସିରେ କଳସ ଶୋଭାଯାତ୍ରାରେ ବିଧାୟକ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ସହିତ ଅନ୍ୟାନ ଅଧିକାରୀମାନେ ନୃତ୍ୟଦଳ ସାଥିରେ ରାସ୍ତାରେ ହାତ ଧରାଧରି ହୋଇ ନୃତ୍ୟ କରିଥିଲେ । ଏହି କଳସ ଯାତ୍ରା ସହର ପରିକ୍ରମା କରି ମାଲ୍ୟବନ୍ତ ମଣ୍ଡପରେ ପହଞ୍ଚିଥିଲା । ରବିବାର ସନ୍ଧ୍ୟାରେ ମୁଖ୍ୟମାଲ୍ୟବନ୍ତ ମହୋତ୍ସବରେ ସୁପ୍ରସିଦ୍ଧ ଗାୟିକା ତ୍ରିଶା ଚାଟାର୍ଜି, ଶ୍ରୀଜାତା ଉପାଧ୍ୟୟ, ଗାୟକ ସନତ ପାଣିଗ୍ରାହୀ, ସଙ୍ଗୀତ ଗାନ କରିବା ସହିତ ଘୁମୁରା, କୋୟା, ଓଡ଼ିଶୀ ନୃତ୍ୟ, ଗୋଟିପୁଅ, ଢେମସା ନୃତ୍ୟ ପରିବେଷଣ ସହ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ହେବ ।
ଆହୁରି ପଢ଼ନ୍ତୁ... ଫେବ୍ରୁଆରୀ ୨୮ରେ ସୁଦ୍ଧା କରିନିଅନ୍ତୁ ସିଏମ୍ କିଷାନ ପଞ୍ଜୀକରଣ, ନଚେତ ଯୋଜନାରୁ ବାଦ୍ ପଡ଼ିବେ ହିତାଧିକାର