ଭୁବନେଶ୍ୱର,୦୧/୦୨: ରାଜ୍ୟରେ ଚାଷୀମାନଙ୍କ ପାଇଁ ହୋଇଥିବା ବିଭିନ୍ନ ଯୋଜନାର ଲାଭ ନେବା ପାଇଁ ସିଏମ୍ କିଷାନ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡ଼ିବ । ନଚେତ ଚାଷୀମାନେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରୁ ବାଦ୍ ପଡ଼ିବେ । ଚାଷୀମାନେ ଆଧାର ଲିଙ୍କ୍ ମୋବାଇଲ୍ ନମ୍ବର ଜରିଆରେ ଇ-କେୱାଇସି ସହ ନିକଟରେ ଥିବା ଜନସେବା କେନ୍ଦ୍ରରେ ପଞ୍ଜୀକରଣ କରିପାରିବେ । ନଚେତ୍ ଘରେ ବସି ଇଣ୍ଟରନେଟ୍ ଜରିଆରେ କୃଷକ ଓଡ଼ିଶା ପୋର୍ଟାଲ୍(cmkisan.odisha.gov.in)ରେ ପଞ୍ଜୀକରଣ କରିପାରିବେ । ପଞ୍ଜୀକରଣ କରିବା ପାଇଁ ଫେବ୍ରୁଆରୀ ୨୮ ତାରିଖ ଶେଷ ଦିବସ ରହିଛି । ଏହି ସମୟ ମଧ୍ୟରେ ପଞ୍ଜୀକରଣ ନକଲେ ହିତାଧିକାରୀମାନେ ବିଭିନ୍ନ ସରକାରୀ ଯୋଜନାରୁ ବାଦ ପଡ଼ିବେ ବୋଲି ରାଜ୍ୟ କୃଷି ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି ।
ପଞ୍ଜୀକରଣରେ ଅସୁବିଧା ହେଉଥିବା ଚାଷୀମାନେ ବ୍ଲକ କୃଷି କାର୍ଯ୍ୟାଳୟ କିମ୍ବା କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର ୧୫୫୩୩୩ରେ ଯୋଗାଯୋଗ କରିପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । କୃଷି ବିଭାଗର ୱେବସାଇଟ୍ agri.odisha.gov.inରେ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଛି।