ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଦିଲ୍ଲୀରେ ବାୟୁ ପ୍ରଦୂଷଣ ରୋକିବାକୁ ଆରମ୍ଭ ହେବ ‘ଗ୍ରାପ୍‌ ନିୟମ’, ଅକ୍ଟୋବର ୧ରୁ ଏହି ସବୁରେ ହେବ ପରିବର୍ତ୍ତନ

ନୂଆଦିଲ୍ଲୀ,୩୦।୯: ଦିଲ୍ଲୀରେ ବାୟୁ ପ୍ରଦୂଷଣର ମୁକାବିଲା ପାଇଁ କେଜ୍ରିୱାଲ ସରକାର ଖୁବ୍ ଗମ୍ଭୀର ଅଛନ୍ତି। ଶୀତ ଋତୁରେ, ଦିଲ୍ଲୀ-ଏନସିଆରରେ ବାୟୁ ଗୁଣବତ୍ତା ଏତେ ଖରାପ ହୋଇଯାଏ ଯେ ଲୋକଙ୍କ ଘରୁ ବାହାରିବା କଷ୍ଟକର ହୋଇପଡେ।  ଏହି କାରଣରୁ ବର୍ତ୍ତମାନ ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ଏବେ ବଡ ପଦକ୍ଷେପ ମଧ୍ୟ ନିଆଯାଇଛି। ବାୟୁ ପ୍ରଦୂଷଣକୁ ରୋକିବା ତଥା ମୁକାବିଲା ପାଇଁ ଆସନ୍ତାକାଲି ଶନିବାର ବା ଅକ୍ଟୋବର ୧ ଠାରୁ  ଜାତୀୟ ରାଜଧାନୀ (ଏନସିଆର) ରେ ସଂଶୋଧିତ ଗ୍ରେଡ୍ ରେସପନ୍ସ ଆକ୍ସନ ପ୍ଲାନ (GRAP) ନିୟମ ଲାଗୁ ହେବାର ସମ୍ଭାବନା ଅଛି। ଏହା ଅଧୀନରେ ସମସ୍ତ ଆବଶ୍ୟକୀୟ କଟକଣା ଲାଗୁ ହେବ।

ରେସପନ୍ସ ଆକ୍ସନ ପ୍ଲାନ ଲାଗୁ ହେବାର ପରେ ପ୍ରଦୂଷଣ ସୃଷ୍ଟି କରୁଥିବା ଗତିବିଧିକୁ ନିୟନ୍ତ୍ରଣ କରିବା ପାଇଁ ସେହି ସବୁ ଉପରେ କଡା ନଜର ରଖିହେବ। ଯେତେବେଳେ ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ଲେବଲ କିଛି ଟ୍ରିଗର ବିନ୍ଦୁରେ ପହଞ୍ଚିଯାଏ, ତେବେ ଜିଆରଏପି କଟକଣାର ଏକ ସୂଚୀ ନିର୍ଦ୍ଧାରିତ କରିଥାଏ ଓ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ଖରାପ ହେବା ପରେ କଟକଣା ଆହୁରି ଶକ୍ତ ହୋଇଯାଇଥାଏ। ସେଭଳି ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM)ପକ୍ଷରୁ ଗତ ୧୩ ଜୁଲାଇରେ ଏକ ଅପଡେଟ୍ ପ୍ଲାନ୍ ମଧ୍ୟ ଜାରି କରାଯାଇଥିଲା। ଏଥିରେ ସ୍ପଷ୍ଟ କରାଯାଇଛି ଯେ, ବାୟୁର ଗୁଣବତ୍ତା ସୂଚକାଙ୍କକୁ ଧ୍ୟାନରେ ରଖାଯିବ ନା କେବଳ PM2.5 ଓ PM10 କୁ ଟ୍ରିଗର ପଏଣ୍ଟ ରୂପରେ କଟକଣା ପାଇଁ ଗୁରୁତ୍ବପୂର୍ଣ୍ଣ ମନେକରାଯିବ।

ଚାରୋଟି ପର୍ଯ୍ୟାୟରେ ବର୍ଗୀକୃତ, ଗ୍ରାପ୍‌କୁ ଏବେ ବାୟୁ ଗୁଣବତ୍ତାର ଚାରୋଟି ପର୍ଯ୍ୟାୟରେ ଅନ୍ତର୍ଭୃକ୍ତ ଯାଇଛି। ପ୍ରଥମ ପର୍ଯ୍ୟାୟରେ ଏକ୍ୟୁଆଇ ୨୦୧ ରୁ ୩୦୦ ପହଁଞ୍ଚିଲେ ଖରାପ, ଦ୍ବିତୀୟ ପର୍ଯ୍ୟାୟରେ ଏକ୍ୟୁଆଇ ୩୦୧-୪୦୦ ପହଁଞ୍ଚିଲେ ବହୁତ ଖରାପ, ତୃତୀୟ ପର୍ଯ୍ୟାୟରେ ଏକ୍ୟୁଆଇ ୪୦୧-୪୫୦ ପହଁଞ୍ଚିଲେ ଗମ୍ଭୀର ଓ ଚତୁର୍ଥ ପର୍ଯ୍ୟାୟରେ ଏକ୍ୟୁଆଇ ୪୫୦ ରୁ ଅଧିକ ପହଞ୍ଚିଲେ ଖୁବ୍ ଗମ୍ଭୀର ଶ୍ରେଣୀରେ ରଖାଯିବ। କେନ୍ଦ୍ରୀୟ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ଅଲଗା ଅଲଗା ପର୍ଯ୍ୟାୟରେ ପ୍ରଦୂଷଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିଶ ମଧ୍ୟ କରିଛନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଏକ ଯୋଜନା ଘୋଷଣା କରିଛନ୍ତି। କେଜ୍ରିୱାଲ କହିଛନ୍ତି ଯେ ଚଳିତ ବର୍ଷ ସରକାର ପ୍ରାୟ ୫୦୦୦ ଏକର ଜମିରେ ପୁସା ବାୟୋ ଡିକୋମପୋଜର ସ୍ପ୍ରେ କରିବେ। ପ୍ରଦୂଷଣ ଯାଞ୍ଚ କରିବା ପାଇଁ ଦିଲ୍ଲୀ ସରକାର ୨୩୩ ଆଣ୍ଟି-ସ୍ମଗ୍ ବନ୍ଧୁକ ଏବଂ ୧୫୦ ଟି ମୋବାଇଲ୍ ଆଣ୍ଟି-ସ୍ମଗ୍ ବନ୍ଧୁକ ଲଗାଇବେ। ସରକାର ଏକ ଗ୍ରୀନ୍ ରୁମ୍ ମଧ୍ୟ ବିକଶିତ କରିଛନ୍ତି, ଯେଉଁଥିରେ ୯ ଜଣ ବିଶେଷଜ୍ଞ ସାମିଲ ହେବେ, ଯିଏକି ସ୍ଥିତି ଉପରେ ନଜର ରଖିବେ।  

Copyright © 2022 - Summa Real Media Private Limited. All Rights Reserved.