PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ସ୍ବାଧୀନତା ଦିବସ ପୂର୍ବରୁ କୁଲଗାମରେ ଗ୍ରେନେଡ୍‌ ଆକ୍ରମଣ, ଜଣେ ପୋଲିସକର୍ମୀ ସହିଦ: ସର୍ଚ୍ଚ ଅପରେସନ ଜୋରଦାର

ଜାମ୍ମୁ ୧୪/ ୦୮: ଜାମ୍ମୁ କାଶ୍ମୀର କୁଲଗାମ ଜିଲ୍ଲାରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣରେ ଜଣେ ପୋଲିସକର୍ମୀ ସହିଦ ହୋଇଛନ୍ତି । ସହିଦ ପୋଲିସକର୍ମୀ ହେଉଛନ୍ତି କୁଲଗାମ କେମୋହ ଅଞ୍ଚଳର ତାହିର ଖାନ । ଗ୍ରେନେଡ୍‌ ମାଡ ପରେ ତାଙ୍କୁ ତୁରନ୍ତ ଅନନ୍ତନାଗ ହସ୍ପିଟାଲରେ ଭର୍ତ୍ତିକରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

କାଶ୍ମୀର ପୋଲିସ ପକ୍ଷରୁ ଟ୍ବିଟ୍‌ ଯୋଗେ ଏ ନେଇ ସୂଚନା ଦିଆଯାଇଛି । ଅଫିସିଆଲ ଟ୍ବିଟର୍‌ ହ୍ୟାଣ୍ଡେଲରେ କୁହାଯାଇଛି ଯେ, ଶନିବାର ରାତିରେ କୁଲଗାମର କୋମହରେ ଗ୍ରେନେଡ ଆକ୍ରମଣ ସୂଚନା ମିଳିଥିଲା । ଏହି ଘଟଣାରେ ତାହିର ଖାନ ନାମକ ଜଣେ ପୋଲିସକର୍ମୀ ଗୁରୁତର ହୋଇପଡିଥିଲେ । ଚିକିତ୍ସା ପାଇଁ ତାଙ୍କୁ ଅନନ୍ତନାଗର ଜିଏମ୍‌ସି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଦେହାନ୍ତ ହୋଇଛି’।

ଏହା ପୂର୍ବରୁ ଜାମ୍ମୁ କାଶ୍ମୀରର ରଜୌରୀ ଜିଲ୍ଲାରେ ସେନା ଶିବିର ଭିତରେ ପଶି ଆକ୍ରମଣ କରିଥିଲେ ଦୁଇଜଣ ଆତଙ୍କବାଦୀ । ଯେଉଁଥିରେ ୪ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । ପ୍ରତିଜବାବରେ ଦୁଇ ଜଣ ଆତଙ୍କୀଙ୍କୁ ନିପାତ କରିଥିଲା ସେନା । ନିହତ ଦୁଇ ଆତଙ୍କୀ ପାକିସ୍ତାନ ସମର୍ଥିତ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ବୋଲି ଜଣାପଡିଥିଲା ।

ଦିନକ ପରେ ଦେଶ ୭୬ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି କାଶ୍ମୀର ସମେତ ବିଭିନ୍ନ ସମ୍ବେଦନଶୀଳ ସ୍ଥାନଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଜାମ୍ମୁ କାଶ୍ମୀର ଅଧିକ ସମ୍ବେଦନଶୀଳ ହୋଇଥିବାରୁ ସେଠାରେ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସହରର ପ୍ରମୁଖ ବଜାର ଉପରେ ଆକଶମାର୍ଗରୁ ନଜର ରଖାଯାଇଛି । କୌଣସି ସ୍ଥାନରେ ଅପରାଧିକ କାର୍ଯ୍ୟକଳାପ ହେଉଥିବା ଦେଖାଗଲେ ତୁରନ୍ତ ଆକ୍ସନ ନିଆଯିବ ।

ସମ୍ବନ୍ଧିତ ଖବର