କେନ୍ଦ୍ରାପଡ଼ା ୩୧/୦୫: କେନ୍ଦ୍ରାପଡ଼ା ସଦର ଥାନା ଛଘରିଆ ଗାଁରେ ଲୁଟ୍। ରାତି ଅଧରେ ଗ୍ରୋସରୀ ଭର୍ତ୍ତି ପିକଅପ୍ ଭ୍ୟାନ ଲୁଟିନେଲେ ଦୁର୍ବୃତ୍ତ। ସକାଳୁ ଅନଲୋଡ୍ ପୂର୍ବରୁ ଚୋରି କରି ନେଲେ । ଏନେଇ ସଦର ଥାନାରେ ଏତଲା ଦେଇଛନ୍ତି ବ୍ୟବସାୟୀ ରଶ୍ମିକାନ୍ତ ସାହୁ।

ସୂଚନା ଅନୁଯାୟୀ, ଦୋକାନୀ ରଶ୍ମିକାନ୍ତ ଦୋକାନ ପାଇଁ ମାଲ୍ ଗୋଦାମରୁ ଗ୍ରୋସରୀ ଆଣି ଗାଡିରେ ରଖିଥିଲେ ।ସକାଳୁ ଦୋକାନକୁ ମାଲ ଅନଲୋଡ୍ ହୋଇଥାନ୍ତା । ହେଲେ ତା ପୂର୍ବରୁ ରାତିରେ ଦୁର୍ବୃତ୍ତମାନେ ଗାଡ଼ି ସହ ଗ୍ରୋସରୀ ନେଇ ପଳାଇଛନ୍ତି। ଗାଡ଼ିରେ ଲକ୍ଷାଧିକ ଟଙ୍କାର ଗ୍ରୋସରୀ ଥିବା ବେଳେ ଚିନ୍ତାରେ ପଡ଼ିଛନ୍ତି ବ୍ୟବସାୟୀ। ଦୁର୍ବତ୍ତମାନେ ଯିବା ପୂର୍ବରୁ ଦୋକାନରେ ଲାଗିଥିବା ସିସିଟିଭି  କ୍ୟାମେରାକୁ ଭାଙ୍ଗି ଦେଇଛନ୍ତି। ଫଳରେ ଲୁଟ୍ ବେଳରୁ ଦୃଶ୍ୟ ସିସିଟିଭିରେ ଏକଦ ହୋଇପାରିନାହିଁ। ତେବେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। 

ଅଧିକ ପଢ଼ନ୍ତୁ:-  Ministerial Reshuffle: ଜୁନରେ ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା, ମାପକାଠି ହେବ ଆନୁଗତ୍ୟ ଦକ୍ଷତା, ବାଦ୍ ପଡ଼ିପାରନ୍ତି ୬ ମନ୍ତ୍ରୀ