PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ବନ୍ଧା ହେଲା ଧୋକ୍କାବାଜ୍‌ ବର: ହାତଗଣ୍ଠି ବଦଳରେ ପଡ଼ିଲା ହାତକଡ଼ି ,ଦ୍ୱିତୀୟ ବିବାହ କରିବାକୁ ଆସି ଫସିଲେ ଯୁବକ

ଅନୁଗୁଳ,୩୦ା୧(ବ୍ୟୁରୋ): ବାହାଘର ପାଇଁ ମନ୍ଦିରରେ ବିଶାଳ ଆୟୋଜନ ହୋଇଥିଲା । ମନ୍ଦିର ପରିସରରେ ଭିଡ଼ ଜମାଇଥିଲେ ବନ୍ଧୁବାନ୍ଧବ । ବାଜା ବଜେଇ, ରୋଷଣୀ ସଜେଇ ବର ମଝିକା ଶିବ ମନ୍ଦିର ସାମ୍ନାରେ ପହଞ୍ଚି ସାରିଥିଲା । ଆଉ ମାତ୍ର କେଇ ଘଣ୍ଟା ପରେ ହାତଗଣ୍ଠି ପଡ଼ିଥାନ୍ତା । ହେଲେ ସବୁକିଛି ଓଲଟପାଲଟ୍‌ କରିଦେଲା ପୁଲିସ । ବେଦିରେ ବସିବା ପରିବର୍ତ୍ତେ ବରକୁ ଥାନା ହାଜତକୁ ଯିବାକୁ ପଡ଼ିଲା । ହାତଗଣ୍ଠି ବଦଳରେ ପଡ଼ିଲା ହାତକଡ଼ି । ବୁଧବାର ଅନୁଗୁଳ ସହର ଉପକଣ୍ଠ ମଝିକା ଅଞ୍ଚଳରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।
ଦ୍ୱିତୀୟ ଥର ବିବାହ କରିବାକୁ ଯାଉଥିବା ଜଣେ ଧୋକ୍କାବାଜ୍‌ ବରକୁ ଆଜି ପୁଲିସ ଫିଲ୍ମ ଷ୍ଟାଇଲ୍‌ରେ ଗିରଫ କରିଛି । ଗିରଫ ବର ଜଣକ ହେଲେ ଅବନୀ ରାଉତ(୨୫) । ତାଙ୍କ ଘର ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା କଂସରା ଗ୍ରାମରେ । ପୁଲିସ ସୂତ୍ରରୁ ପ୍ରକାଶଯେ, ଅବନୀ ୫ ବର୍ଷ ହେଲା ହିନ୍ଦୋଳ ଥାନା ବିଲେଇଖଳି ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ୫ ବର୍ଷ କାଳ ଉଭୟ ମିଳାମିଶା କରିବା ସହ ଉଭୟ ପରିବାରର ସମ୍ମତି କ୍ରମେ ବିବାହ ପର୍ଯ୍ୟନ୍ତ କଥା ଯାଇଥିଲା । ମାତ୍ର ଅବନୀଙ୍କ ପରିବାର ଲୋକେ ୫ ଲକ୍ଷ ଟଙ୍କା ଯୌତୁକ ନଦେଲେ ବିବାହ ହେବ ନାହିଁ ବୋଲି ରୋକ୍‌ଠୋକ ଶୁଣାଇ ଦେଇଥିଲେ । ଏହାପରେ ସମ୍ପୃକ୍ତ ଯୁବତୀ ହିନ୍ଦୋଳ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୁଲିସ୍‌ ଅବନୀକୁ ଡକାଇ ବୁଝାସୁଝା କରିବା ପରେ ଉଭୟଙ୍କ ବାହାଘର ଗତବର୍ଷ ଅଗଷ୍ଟ୨୬ ତାରିଖରେ ହୋଇଥିଲା ।
ବାହାଘରର କିଛି ଦିନ ପରେ ଗୋଟିଏ ଫାଇନାନ୍ସ କମ୍ପାନୀରେ କାମ କରୁଥିବା ଅବନୀ ଅନୁଗୁଳ ପଳାଇ ଆସିଥିଲେ । ସମ୍ପୃକ୍ତ ଯୁବତୀ ବହୁବାର ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲେ ହେଁ ଅବନୀ ଧରାଛୁଆଁ ଦେଇ ନଥିଲେ । ଏଣୁ ଯୁବତୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ପରେ ଅବନୀ ଅନୁଗୁଳ ଗୀତାଗ୍ରାମର ଜଣେ ଯୁବତୀଙ୍କୁ ପ୍ରଲୋଭନ ଦେଖାଇ ବାହା ହେବାକୁ ଯାଉଥିବା ସେ ଶୁଣିବାକୁ ପାଇଥିଲେ । ଏଣୁ ସେ ହିନ୍ଦୋଳ ଥାନାରେ ଅଭିଯୋଗ କରିବା ସହିତ ଅନୁଗୁଳର କିଛି ସ୍ୱେଚ୍ଛାସେବୀଙ୍କୁ ଜଣାଇଥିଲେ । ଆଜି ଅବନୀ ଦ୍ୱିତୀୟ ଥର ବିବାହ କରୁଥିବା ଶୁଣିବାକୁ ପାଇବା ପରେ ସ୍ୱେଚ୍ଛାସେବୀମାନେ ପୁଲିସ୍‌କୁ ଖବର ଦେଇଥିଲେ । ଅବନୀ ବାହାଘର ପାଇଁ ମନ୍ଦିର ସାମ୍ନାରେ ପହଞ୍ଚିବା ପୂର୍ବରୁ ପୁଲିସ ତାଙ୍କୁ ଗିରଫ କରିଥିଲା । ମନ୍ଦିରରେ ଥିବା କନ୍ୟା ଘର ହଠାତ୍‌ କିଛି ବୁଝି ପାରିନଥିଲେ । ମାତ୍ର ପୁରା ଘଟଣା ଶୁଣିବା ପରେ ସମସ୍ତେ ନିଜ ନିଜ ରାସ୍ତାରେ ଚାଲି ଯାଇଥିଲେ । ଅପରପକ୍ଷରେ ହିନ୍ଦୋଳ ପୁଲିସ୍‌ ଅବନୀଙ୍କୁ ଗିରଫ କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ କୋର୍ଟ ଚାଲାଣ କରିଛି ।