ନୂଆଦିଲ୍ଲୀ,୧୪/୧୨; ଦେଶର ସର୍ବବୃହତ୍ ଏୟାର୍ଲାଇନ୍ସ ଇଣ୍ଡିଗୋର ବ୍ୟସ୍ତବହୂଳ ଏବଂ ଜଟିଳ ଉଡ଼ାଣ ସୂଚୀ ନଭେମ୍ବରରେ ଏକ୍ଦମ୍ ବିଗିଡ଼ିଗଲା । ପାଇଲଟ୍ ଏବଂ କ୍ର୍ୟୁ ସଦସ୍ୟମାନଙ୍କୁ ଅଧିକ ଆରାମ ଦେବା ପାଇଁ ଉଦ୍ଧିଷ୍ଟ ଏକ ନୂଆ ନିୟମ ଲାଗୁ କରିବା କାଳ ହୋଇଛି । ଇଣ୍ଡିଗୋ ନ ଉଡିବାରୁ ଯାତ୍ରୀ ନାକେଦମ ହୋଇଛନ୍ତି । କିଛି ଦିନ ହେବ ଇଣ୍ଡିଗୋ ଏୟାରଲାଇନ୍ସ ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ଇଣ୍ଡିଗୋ ସଙ୍କଟ ସାମାନ୍ୟ ସୁଧାର ଆସିଥିଲେ ବି ଅଟକୁଛି ବେଶୀ ଉଡୁଛି କମ । ଏବେ ପ୍ରଭାବିତ ଯାତ୍ରୀଙ୍କ ସମସ୍ୟା ଦୂର ହୋଇନାହିଁ । ସମସ୍ୟା ପାଇଁ ଫସିପାରେ ଇଣ୍ଡିଗୋ । ଏମିତିକି କୋର୍ଟକୁ ମଧ୍ୟ ଟଣା ହୋଇପାରେ । ଶହ ଶହ ଲୋକ ଏବେ ଏୟାରଲାଇନ୍ସ ବିରୋଧରେ 'କ୍ଲାସ୍ ଆକ୍ସନ୍' ମାମଲା ଦାୟର କରିବାକୁ ପ୍ରସ୍ତୁତ ହେଉଛନ୍ତି । ବିମାନ ଚଳାଚଳ ବିଶେଷଜ୍ଞ ସଞ୍ଜାୟ ଲାଜାର ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଏହି ଦାବି କରିଛନ୍ତି ।
ଏକ୍ସରେ ସଞ୍ଜୟ ଲେଖିଛନ୍ତି, ଏୟାରଲାଇନ୍ସ ପାଇଁ କେବଳ ଇଣ୍ଡିଗୋ ସମସ୍ୟା ଦୂର ହୋଇଛି ହେଲେ ଏବେ ବି ବହୁ ସଂଖ୍ୟକ ବିମାନ ଯାତ୍ରୀ ପ୍ରଭାବିତ ହୋଇଛନ୍ତି । ଯାତ୍ରୀମାନେ ଏବେ ବି ସାହାଯ୍ୟ ପାଇଁ ଯୋଗାଯୋଗ କରୁଛନ୍ତି । ଇଣ୍ଡିଗୋ ସଙ୍କଟରେ ପ୍ରଭାବିତ ୮୨୯ ଯାତ୍ରୀ ଏକ ସମୂହ ହୋଇଛି । ଯିଏକି ଏବେ କ୍ଷତିପୂରଣ ଦାବି କରି ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏୟାରଲାଇନ୍ସ ବିରୋଧରେ ବଡ଼ ଆକ୍ସନ ନେବାକୁ ପ୍ରସ୍ତୁତି ଚଳାଇଛନ୍ତି । ଏହା ସହିତ ସଞ୍ଜୟ ଇଣ୍ଡିଗୋ ସଙ୍କଟରେ ପ୍ରଭାବିତ ଲୋକଙ୍କୁ ଏକ ଗୋଷ୍ଠୀରେ ଯୋଗଦେବାକୁ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ, ଯେଉଁ ଯାତ୍ରୀମାନଙ୍କର ବିମାନ ବାତିଲ ହୋଇଛି, ବିମାନବନ୍ଦରରେ ଫସି ରହିଛି କିମ୍ବା ଅନ୍ୟଥା ବିଶୃଙ୍ଖଳା ଦ୍ୱାରା ପ୍ରଭାବିତ ହୋଇଛନ୍ତି ସେମାନେ ଏହି ଗୋଷ୍ଠୀରେ ଯୋଗ ଦେଇପାରିବେ । ସେ ଗୁରୁତ୍ୱାରୋପ କରିଛନ୍ତି ଯେ. ଗ୍ରୁପରେ ଗୋଷ୍ଠୀରେ ଯୋଗଦେବା ପାଇଁ, ଯାତ୍ରୀମାନଙ୍କୁ ଏକ ଇମେଲ୍ ପଠାଇବାକୁ ପଡିବ କିମ୍ବା ପ୍ରଦାନ କରାଯାଇଥିବା ଗୁଗୁଲ୍ ଫର୍ମ ପୂରଣ କରିବାକୁ ପଡିବ ଯାହା ଦ୍ଵାରା ସେମାନେ ସାମୂହିକ ଭାବରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ।
🚨🔵✈️ #PIL alert
— Sanjay Lazar (@sjlazars) December 13, 2025
The #Indigocrisis has ended for the Airline, but for its affected passengers it does not end. Many of them have reached out for help.
✈️I am sharing this as a public service.
🚨A group of 829 people have got together to petition the courts for compensation in…
'କ୍ଲାସ୍ ଆକ୍ସନ୍' କଣ ? ଏହା ଏକ ଆଇନଗତ ପ୍ରକ୍ରିୟା ଯେଉଁଥିରେ ଜଣେ କିମ୍ବା ଅଧିକ ବ୍ୟକ୍ତି ଏକ ସାଧାରଣ ଦାବି ସହିତ ଏକ ଗୋଷ୍ଠୀ ଭାବରେ ଗୋଟିଏ ମାମଲା ଦାୟର କରିପାରିବେ। ଏହି ପ୍ରକ୍ରିୟା ଅଧୀନରେ, ଭୁଲ ପରିଚାଳନା ଏବଂ ଠକେଇ ଭଳି କାର୍ଯ୍ୟ ପାଇଁ କମ୍ପାନୀ ବିରୁଦ୍ଧରେ ଏକ କ୍ଲାସ ଆକ୍ସନ ମାମଲା ଦାୟର କରାଯାଇପାରିବେ । ସର୍ଭେ ଅନୁଯାୟୀ, ଆମେରିକାରେ ଡେଲଟା ଏୟାରଲାଇନ୍ସ, ସାଉଥ୍ୱେଷ୍ଟ ଏୟାରଲାଇନ୍ସ ଏବଂ ଆମେରିକୀୟ ଏୟାରଲାଇନ୍ସ ବିରୁଦ୍ଧରେ ଏପରି ମାମଲା ଦାୟର କରାଯାଇଥିଲା । କ୍ଲାସ ଆକ୍ସନ ମାମଲାଗୁଡ଼ିକର ଉଦ୍ଦେଶ୍ୟ ହେଉଛି ନ୍ୟାୟିକ ପ୍ରକ୍ରିୟାକୁ ସରଳ ଏବଂ ଅଧିକ ଦକ୍ଷ କରିବା ।