PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ପିପିଲି ଟୋଲ ପ୍ଲାଜା ନିକଟରେ ଓଲଟିଲା ବସ୍, ଜଣେ ମୃତ ଓ ୨୦ଆହତ
  • ||
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

ଜୁନ୍‌ରେ ୧,୪୪,୬୧୬ କୋଟିର ଜିଏସ୍‌ଟି ଆଦାୟ, ଓଡ଼ିଶାରୁ ୩,୯୬୫ କୋଟି ଟଙ୍କା ସଂଗ୍ରହ

pic-internet

ନୂଆଦିଲ୍ଲୀ,୦୨/୦୭ : ଚଳିତବର୍ଷ ଜୁନ୍‌ରେ ଦେଶରେ ମୋଟ ୧,୪୪,୬୧୬ କୋଟିର ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଆଦାୟ ହୋଇଛି । ପୂର୍ବବର୍ଷ ଜୁନ୍‌ ତୁଳନାରେ ଏହା ୫୬% ଅଧିକ । ତେବେ ଜିଏସ୍‌ଟି ଲାଗୁ ହେବା ପରଠାରୁ ପଞ୍ଚମ ଥର ପାଇଁ ଏହାର ଆଦାୟ ୧.୪୦ ଲକ୍ଷ କୋଟି ଟଙ୍କା ପାର୍‌ କରିଛି । ୨୦୨୨ ମାର୍ଚ୍ଚ ପରଠାରୁ ଚତୁର୍ଥ ଥର ପାଇଁ ଆଦାୟ ପରିମାଣ ଏହି ସ୍ତର ଅତିକ୍ରମ କରିଥିବା ଜଣାପଡ଼ିଛି।

ଆଲୋଚ୍ୟ ମାସରେ ଓଡ଼ିଶାରୁ ୩,୯୬୫ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି, ଯାହାକି ୨୦୨୧ ଜୁନ୍‌ରେ ୩,୦୦୦ କୋଟି ଟଙ୍କା ଥିଲା। ଏ କ୍ଷେତ୍ରରେ ୩୨% ଅଭିବୃଦ୍ଧି ଦେଖାଦେଇଛି ।ତେବେ ଚଳିତବର୍ଷ ଜୁନ୍‌ରେ ଦେଶରୁ ଆଦାୟ ହୋଇଥିବା ମୋଟ ୧,୪୪,୬୧୬ କୋଟି ଟଙ୍କାର ଜିଏସ୍‌ଟି ମଧ୍ୟରୁ କେନ୍ଦ୍ର ଜିଏସ୍‌ଟି(ସିଜିଏସ୍‌ଟି) ପରିମାଣ ୨୫,୩୦୬ କୋଟି ଟଙ୍କା ଥିବାବେଳେ ରାଜ୍ୟ ଜିଏସ୍‌ଟି(ଏସ୍‌ଜିଏସ୍‌ଟି) ୩୨,୪୦୬ କୋଟି, ସମନ୍ୱିତ ଜିଏସ୍‌ଟି(ଆଇଜିଏସ୍‌ଟି) ପରିମାଣ ୭୫,୮୮୭ କୋଟି ଟଙ୍କା ଏବଂ ସେସ୍‌ ବାବଦ ୧୧,୦୧୮ କୋଟି ଟଙ୍କା ଆଦାୟ ହୋଇଛି ।

ଚଳିତବର୍ଷ ଏପ୍ରିଲ ପରେ ଏହା ହେଉଛି ଦ୍ୱିତୀୟ ବୃହତ୍‌ ଜିଏସ୍‌ଟି ଆଦାୟ । ୨୦୨୨-୨୩ର ପ୍ରଥମ ତ୍ରୟମାସରେ ହାରାହାରି ମାସିକ ଜିଏସ୍‌ଟି ଆଦାୟ ୧.୫୧ ଲକ୍ଷ କୋଟି ଟଙ୍କା ରହିଛି । ଏହା ପୂର୍ବ ଆର୍ଥିକବର୍ଷ ସମାନ ସମୟରେ ୧.୧୦ ଲକ୍ଷ କୋଟି ଟଙ୍କା ଥିଲା । ଏ କ୍ଷେତ୍ରରେ ୩୭% ଅଭିବୃଦ୍ଧି ଘଟିଛି । ଅର୍ଥନୈତିକ ସୁଧାର, ଜିଏସ୍‌ଟି ଖିଲାପି ଉପରେ ନିୟନ୍ତ୍ରଣ, ନକଲି ବିଲ୍‌ ଉପରେ କଟକଣା ଆଦି ଯୋଗୁ ଜିଏସ୍‌ଟି ଆଦାୟ ବଢ଼ିଥିବା ଜଣାପଡ଼ିଛି । ଚଳିତ ବର୍ଷ ଜୁନ୍‌ରେ ଆଦାୟ ହୋଇଥିବା ସେସ୍‌ ଜିଏସ୍‌ଟି କାର୍ଯ୍ୟକାରୀ ହେବା ପରଠାରୁ ସର୍ବବୃହତ୍‌ ।