PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ପଞ୍ଚମୁଖୀ ସାନିଟାରୀ ଗୋଦାମ ସହ ୪ଟି ସ୍ଥାନରେ ଜିଏସଟି ରେଡ୍, ଟିକସ ଫାଙ୍କିବା ନେଇ ଆସିଥିଲା ଅଭିଯୋଗ…

କଟକ ୦୭/୦୨: କଟକ ଓଏମପି ଛକ ନିକଟରେ ଥିବା ପଞ୍ଚମୁଖୀ ସାନିଟାରୀ ଗୋଦାମ ସହ ଚାରୋଟି ସ୍ଥାନରେ ଜିଏସଟି ବିଭାଗର ଚଢାଉ। ରମେଶ ଚନ୍ଦ୍ର ଚୌଧୁରୀଙ୍କ ବ୍ୟବସାୟିକ ପ୍ରତିଷ୍ଠନ ପଞ୍ଚମୁଖୀ ସାନିଟାରୀରେ ଚଢ଼ାଉ ଜାରି ରହିଛି। ଟିକସ ଫାଙ୍କିବା ଅଭିଯୋଗରେ ଚଢ଼ାଉ କରାଯାଇଛି। ଜିଏସ୍‌ଟିର ୪ଟି ଟିମରେ ୨୦ ଜଣ ଅଫିସର ରେଡ ସାମିଲ ହୋଇଛନ୍ତି।

ପୂର୍ବରୁ ଏହି ସଂସ୍ଥା ନାମରେ ଜିଏସଟି ଫାଙ୍କିବା ନେଇ ଅଭିଯୋଗ ହୋଇଥିଲା। ତେବେ ଏହି ରେଡ଼ ସମୟରେ ଜିଏସଟି କଣ ଜବତ କରିଛି ସେନେଇ ସୂଚନା ମିଳି ପାରିନାହିଁ। ଚଢାଉ ସମୟରେ ଘରୁ ନଗଦ ପାଖାପାଖି ୫ ରୁ ୬ ଲକ୍ଷ ଟଙ୍କା ଟିମ ଠାବ କରିଥିବା ସୂଚନା ମିଳୁଛି। ଏହାସହ କିଛି ଜରୁରୀ କାଗଜପତ୍ର ମଧ୍ୟ ଜବତ କରିଛି ଟିମ। ବ୍ୟବସାୟ ସମୟରେ କିଣା ବିକା ର ବ୍ୟାଙ୍କ ଚେକ ମଧ୍ୟ ଜବତ କରିଛି ଟିମ। ଅଧିକ ଚଢ଼ାଉ ଜାରି ରହିଛି। ଘଟଣା ସ୍ଥଳରେ ଟିମ ମୁତୟନ ରହିଛି। ଅଧିକ ଯାଞ୍ଚ ଜାରି ରହିଛି। ତେବେ ରେଡ଼ ସରିଲା ପରେ ପ୍ରକୃତ ତଥ୍ୟ ସାମ୍ନା କୁ ଆସିବ ବୋଲି କହିଛନ୍ତି ଜିଏସଟି ଅଧିକାରୀ।