ଅହମ୍ମଦାବାଦ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (IPL) ୨୦୨୬ ର ମ୍ୟାଚ୍‌ ନମ୍ୱର -୫୬ ରେ ଆଜି ( ୧୨ ମେ) ଗୁଜରାଟ ଟାଇଟନ୍ସ (GT) ର ମୁକାବିଲା ସନରାଇଜର୍ସ ହାଇଦ୍ରବାଦ (SRH) ସହ। ଉଭୟ ଟିମ୍‌ ମଧ୍ୟରେ ଏହି ମୁକାବିଲା ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେଉଛ। ହାଇଦ୍ରାବାଦ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି।

ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ୧୧ଟି ଲେଖାଏଁ ମ୍ୟାଚ ଖେଳି ୧୪ ପଏଣ୍ଟ ଲେଖାଏଁ ଅର୍ଜନ କରି ସାରିଥିବା ଗୁଜରାଟ ଓ ହାଇଦ୍ରାବାଦ ଚଳିତ ସିଜନରେ ପରସ୍ପରକୁ ପ୍ରଥମ କରି ଭେଟୁଛନ୍ତି। ଅହମ୍ମଦାବାଦରେ ଖେଳିଥିବା ଶେଷ ୪ଟି ଯାକ ମ୍ୟାଚରେ ହାଇଦ୍ରାବାଦ ପରାଜିତ ହୋଇଛି । ଆଜି ଏହି ରେକର୍ଡରେ ବ୍ରେକ୍ ଲଗାଇବାକୁ କମିନ୍ସ ବାହିନୀ ପ୍ରୟାସ କରିବ ।

ଉଭୟ ଦଳ ବେଶ୍ ସନ୍ତୁଳିତ ରହିଥିବାରୁ ଏକାଦଶରେ ପରିବର୍ତ୍ତନ ହେବା ସମ୍ଭାବନା ନାହିଁ । ଗୁଜରାଟ ପେସ୍ ବୋଲର କାଗିସୋ ରାବାଡା ଓ ହାଇଦ୍ରାବାଦର ଟ୍ରାଭିସେକ ଯୋଡ଼ିଙ୍କ ମଧ୍ୟରେ ଏକ ଦମ୍‌ଦାର ଫାଇଟ୍ ଦେଖିବାକୁ ମିଳିପାରେ । ରାବାଡ଼ା ଚଳିତ ସିଜନରେ ପାୱାର-ପ୍ଲେରେ ଘାତକ ବୋଲିଂ ଜାରି ରଖିଛନ୍ତି । ସେ ନିୟମିତ ଭାବେ ଘଣ୍ଟା ପ୍ରତି ୧୫୦ କିଲୋ ମିଟର ବେଗରେ ବୋଲିଂ କରୁଛନ୍ତି । ହାଇଦ୍ରାବାଦ ପକ୍ଷରୁ ନୀତିଶ କୁମାର ରେଡ୍ଡୀଙ୍କ ଉପରେ ନଜର ରହିବ ।

ଗୁଜରାଟ ଟାଇଟନ୍ସ ପ୍ଲେଇଂ -୧୧  : ଶୁଭମନ ଗିଲ୍ (ଅଧିନାୟକ), ସାଇ ସୁଦର୍ଶନ, ଜୋସ ବଟଲର(ୱିକେଟକିପର), ୱାସିଂଟନ ସୁନ୍ଦର, ଜାସନ ହୋଲ୍ଡର, ନିଶାନ୍ତ ସିନ୍ଧୁ, ରାହୁଲ ତେୱାତିଆ, ରଶିଦ ଖାନ, ଅର୍ଶଦ ଖାନ, କାଗିସୋ ରାବାଡା, ମହମ୍ମଦ ସିରାଜ

ହାଇଦ୍ରାବାଦ ଟାଇଟନ୍ସ ପ୍ଲେଇଂ -୧୧  : ଅଭିଷେକ ଶର୍ମା, ଇଶାନ କିଷନ(ୱିକେଟକିପର), ହେନରିକ କ୍ଲାସେନ, ସଲିଲ ଆରୋରା ,ନୀତିଶ କୁମାର ରେଡ୍ଡୀ, ସ୍ମରଣ ରବିଚନ୍ଦ୍ରନ, , ପ୍ୟାଟ୍ କମିନ୍ସ (ଅଧିନାୟକ), ଶିବାଙ୍ଗ କୁମାର, ଇଶାନ ମାଲିଙ୍ଗା, ସାକିବ ହୁସେନ , ପ୍ରଫୁଲ୍ଲ ହିଙ୍ଗେ ।