ଗୁଜରାଟ ନିର୍ବାଚନ: ଆଜି ସୌରାଷ୍ଟ୍ରରେ ମୋଦୀ କରିବେ ୪ଟି ଜନସଭା,ଆସନ୍ତାକାଲି ଅନ୍ତିମ ପ୍ରଚାର ଦିବସ

Image Courtesy: Times Of India
ଅହମ୍ମଦାବାଦ,୨୮/୧୧: ଗୁଜରାଟର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଦୁଇଦିନ ବାକି ଅଛି। ନିର୍ବାଚନ ପ୍ରଚାରର ଅନ୍ତିମ ସମୟରେ ସବୁ ରାଜନୈତିକ ଦଳ ପୂରା ଦମ୍ରେ ଲାଗିପଡ଼ିଛନ୍ତି ବିପୁଳ ଜନସମର୍ଥନ ହାସଲ କରିବାକୁ। ଏହି ପରିପ୍ରେକ୍ଷିିରେ ବରିଷ୍ଠ ରାଜନେତାମାନେ ମଧ୍ୟ ଗୁଜରାଟର ବିଭିନ୍ନ ସ୍ଥାନରେ ଡେରା ପକାଇଥିବା ଦେଖିବାକୁ ମିଳୁଛି। ଆସନ୍ତାକାଲି ନିର୍ବାଚନ ପ୍ରଚାରର ଅନ୍ତିମ ଦିନ ହୋଇଥିବା ବେଳେ ଆଜି ଗୁଜରାଟରେ ସବୁ ରାଜନୈତିକ ଦଳ ପ୍ରାଣପଣେ ଲାଗିପଡ଼ିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଆଜି ସୌରାଷ୍ଟ୍ରରେ ୪ଟି ଜନସଭା କରିବାକୁ ଯାଉଛନ୍ତି। ଆଜି ମୋଦୀ ଏହି ୪ଟି ଜନସଭାରେ ସମ୍ବୋଧନ କରିବାକୁ ଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ରାଲତରେ ଯୋଗ ଦେଇ ପ୍ରାର୍ଥିଙ୍କ ପାଇଁ ଧୁଆଁଧାର ପ୍ରଚାର କରିବେ।
ଗୁଜରାଟ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀଙ୍କ ସପକ୍ଷରେ ସୋମବାର ପ୍ରଧାନମନ୍ତ୍ରୀ ମୋଦୀ ଚାରିଟି ରାଲି କରିବେ। ଅପରାହ୍ନରେ ପାଲିତାଣା ବିଧାନସଭାରେ ବିଜୟ ସଙ୍କଳ୍ପ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧିତ କରିବେ। ଏହା ପରେ ସେ ଅଞ୍ଜରରେ ଆୟୋଜିତ ବୈଠକକୁ ସମ୍ବୋଧିତ କରିବେ। ତା’ପରେ ଜାମନଗର ଏବଂ ରାଜକୋଟରେ ନିର୍ବାଚନ ବୈଠକକୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଆଜି ଦଳ ପାଇଁ ପ୍ରଚାର କରିବେ। ଅମିତ ଶାହା ଖେରାଲୁ, ସାଭଲି, ଭିଲୋଡା ଏବଂ ଅହମ୍ମଦାବାଦରେ ନିର୍ବାଚନ ସଭାକୁ ସମ୍ବୋଧିତ କରିବେ।
ଗୁଜୁରାଟର ୧୮୨ ଟି ବିଧାନସଭା ଆସନ ମଧ୍ୟରୁ କେବଳ କଚ୍ଛରେ ୫୪ ଟି ସିଟ୍ ରହିଛି। ୨୦୧୭ ବିଧାନସଭା ନିର୍ବାଚନରେ ପାଟିଦାର ଆନ୍ଦୋଳନ ଯୋଗୁଁ ବିଜେପିକୁ କ୍ଷତିୀ ସହିବାକୁ ପଡିଥିଲା। ବିଜେପି ଖାତାକୁ ମାତ୍ର ୨୩ଟି ଆସନ ଯାଇଥିଲା। ଅନ୍ୟପକ୍ଷରେ ବିଜେପିର ପ୍ରଦର୍ଶନ ଅପେକ୍ଷା କଂଗ୍ରେସର ପ୍ରଦର୍ଶନ ଭଲ ଥିଲା। କଂଗ୍ରେସ ଏହି ଅଞ୍ଚଳରେ ୫୪ ଟି ସିଟ୍ ମଧ୍ୟରୁ ୩୦ ଟି ଦଖଲ କରିଥିଲା। ଗୋଟିଏ ଆସନ ଅନ୍ୟର ଖାତାକୁ ଯାଇଥିଲା। ଏଥି ସହିତ, ଏଥର AAP ମଧ୍ୟ ନିର୍ବାଚନର ବିଗୁଲ୍ ବଜାଇଛି। ସେଥିପାଇଁ ଏଥର ସୌରାଷ୍ଟ୍ର କଚ୍ଛରେ ଏକ ତ୍ରିକୋଣୀୟ ପ୍ରତିଯୋଗିତାର ସମ୍ଭାବନା ଅଛି। ସମସ୍ତ ରାଜନୈତିକ ଦଳ ସୌରାଷ୍ଟ୍ରରେ ସର୍ବାଧିକ ଆସନ ଜିତି ବିଜୟ ଲକ୍ଷ ହାସଲ କରିବାକୁ ଚେଷ୍ଟା କରିବେ।