PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା : ସଂଗଠନ ଛାଡ଼ିଥିବା ମାଓବାଦୀ ପ୍ରଫୁଲ୍ଲ ପରିଚ୍ଛାକୁ ଗିରଫ କଲା ଅଡ଼ବା ପୋଲିସ, ଥାନାରେ ରହିଛି ୭ ମାମଲା
  • ||
  • ବୌଦ୍ଧ : ବୌଦ୍ଧ ୫୭ନଂ ଜାତୀୟ ଖୁଣ୍ଟବନ୍ଧ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ
  • ||
  • ଭୁବନେଶ୍ବର : ପିପିଲି ଟୋଲ ପ୍ଲାଜା ନିକଟରେ ଓଲଟିଲା ବସ୍, ଜଣେ ମୃତ ଓ ୨୦ଆହତ
  • ||
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

ପେନଶନ୍ ନାହିଁ, ବିପିଏଲ କାର୍ଡରେ କଟୁଛି ଜୀବନ: ଆଶ୍ଚର୍ଯ୍ୟ କରିଦେବ ଏହି ପୂର୍ବତନ ବିଧାୟକଙ୍କ ଦାରିଦ୍ର୍ୟର କରୁଣ କାହାଣୀ

ଅହମ୍ମଦାବାଦ,୨୪।୬: ସରପଞ୍ଚରୁ ନେଇ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଅନେକଙ୍କ ପାଖରେ ଗାଡି ଥାଏ। କିଏ ଛୋଟ ଗାଡି ଚଳାଏ ତ ଆଉ କେହି ଦାମୀ ଗାଡି। କିଛି ବିଧାୟକଙ୍କୁ ଲକ୍ଷାଧିକ ଟଙ୍କାର ଦରମା ବି କମ୍ ଲାଗିଥାଏ, କିନ୍ତୁ ଗୁଜରାଟର ଜଣେ ପୂର୍ବତନ ବିଧାୟକ ଜେଠାଭାଇ ରାଠୋଡଙ୍କ କାହାଣୀ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ତାଙ୍କୁ ନା ପେନସନ୍ ମିଳୁଛି ନା ସରକାରଙ୍କ ପକ୍ଷରୁ କୌଣସି ସ୍ବତନ୍ତ୍ର ସାହାଯ୍ୟ। ଏବେ ରାଠୋରଙ୍କ ପରିବାର ସରକାରଙ୍କୁ ସାହାଯ୍ୟ କରିବା ନେଇ ଗୁହାରୀ କରିଛନ୍ତି।

ଗୁଜରାଟର ସାବରକାଣ୍ଠା ଜିଲ୍ଲାର ଛୋଟ ଗାଁ ଟେବଡାରେ ରହୁଥିବା ଜେଠାଭାଇ ରାଠୋଡ ୧୯୬୭ ରେ ଖେଡବ୍ରହ୍ମା ବିଧାନସଭାରେ କଂଗ୍ରେସ ସାମନାରେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବରେ ୧୭,୦୦୦ ଭୋଟରେ ଜିତିଥିଲେ। ସେତେବେଳେ ସେ ସାଇକେଲରେ ନିର୍ବାଚନ ପ୍ରଚାର କରିଥିଲେ। ଲୋକ କୁହନ୍ତି, ଜେଠାଭାଇ ସେତେବେଳେ ଖେଡବ୍ରହ୍ମାରୁ ଗାନ୍ଧୀନଗର ସରକାରୀ ବସ୍‌ରେ ଯାଉଥିଲେ। ୫ ବର୍ଷରେ ସ୍ଥାନୀୟ ଲୋକଙ୍କ ସୁଖ-ଦୁଃଖରେ ଭାଗୀଦାର ରହିଛନ୍ତି, କିନ୍ତୁ ଏହାପରେ ବି ସରକାରଙ୍କ ପକ୍ଷରୁ ତାଙ୍କୁ କୌଣସି ସାହାଯ୍ୟ ମିଳୁନାହିଁ।

ପେନଶନ୍‌କୁ ନେଇ ଜେଠାଭାଇ କୋର୍ଟରେ ନ୍ୟାୟ ମାଗିଛନ୍ତି। ଦୀର୍ଘ ସମୟ ପର୍ଯ୍ୟନ୍ତ ଲଢେଇ କରିବା ପରେ କୋର୍ଟ ତାଙ୍କ ପକ୍ଷରେ ରାୟ ଦେଇଥିଲେ, ଏହାପରେ ମଧ୍ୟ ଆଜି ପର୍ଯ୍ୟନ୍ତ ପେନଶନ୍ ମିଳିନାହିଁ। ଜେଠାଭାଇଙ୍କ ୫ ପୁଅ ଓ ତାଙ୍କର ପରିବାର ରହିଛି, ଯିଏକି ଏମେ ମୂଲ ଲାଗି ଚଳୁଛନ୍ତି। ପୁରା ପରିବାର ବିପିଏଲ ରାସନ୍‌ କାର୍ଡ ସାହାରାରେ ନିଜର ଜୀବନ ବିତାଇବାକୁ ବାଧ୍ୟ ହୋଇଛନ୍ତି। ଲୋକଙ୍କ କହିବା ଅନୁସାରେ, ଯେଉଁ ବିଧାୟକ ଖରାପ ସମୟରେ ଜନତାଙ୍କ ଆଖିରୁ ଲୁହ ପୋଛୁଥିଲେ, ଆଜି ତାଙ୍କର ଲୁହ ପୋଛିବାକୁ କେହି ନାହିଁ। ଏବେ ପୁରା ପରିବାର ସରକାରଙ୍କୁ ସାହାଯ୍ୟର ମାଗିଛନ୍ତି। ବର୍ତ୍ତମାନ ଜଣେ ବିଧାୟକଙ୍କ ମାସକର ଦରମା ୨ ଲକ୍ଷ ରୁ ୨.୫ ଲକ୍ଷ ଟଙ୍କା। ଏଭଳି ସ୍ଥିତିରେ ୫ ବର୍ଷର କାର୍ଯ୍ୟକାଳରେ ପ୍ରାୟ ୧୨ କୋଟି ଟଙ୍କା ମିଳୁଛି। କିନ୍ତୁ ଗୁଜରାଟର ଜଣେ ପୂର୍ବତନ ବିଧାୟକ ଜେଠାଭାଇ ରାଠୋଡଙ୍କ ଦୟନୀୟ ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ସମ୍ବନ୍ଧିତ ଖବର