ନୂଆଦିଲ୍ଲୀ, ୨୯/୦୪ : ଗୁଜରାଟ ପୌର ନିର୍ବାଚନରେ ମୋଦି ମ୍ୟାଜିକ୍। ରାଜ୍ୟର ସମସ୍ତ ୧୫ଟି ନଗର ନିଗମ ଆସନରେ ବିଜେପି ଐତିହାସିକ ବିଜୟ ହାସଲ କରିଛି। ସେହିପରି ୩୪ଟି ଜିଲ୍ଲା ପଞ୍ଚାୟତ ଆସନରୁ ବିଜେପି ୩୩ଟିରେ ମଧ୍ୟ ବିଜୟୀ ହୋଇଛି। ରବିବାର ମତଦାନ ପରେ ମଙ୍ଗଳବାର ପ୍ରକାଶିତ ଫଳାଫଳ ବିରୋଧୀ ଶିବିରରେ ହଇଚଇ ସୃଷ୍ଟି କରିଛି। ବିଜେପି ଅହମଦାବାଦ, ଭଦୋଦରା ଏବଂ ସୁରଟ ଭଳି ପ୍ରମୁଖ ସହର ଏବଂ ନବସାରୀ ଏବଂ ଗାନ୍ଧୀଧାମ ଭଳି ନୂତନ ନଗର ନିଗମରେ ନିଜର ପ୍ରାଧାନ୍ୟ ବଜାୟ ରଖିଛି। ତଥାପି ଆମ୍ ଆଦମୀ ପାର୍ଟି ନର୍ମଦା ଜିଲ୍ଲା ପଞ୍ଚାୟତରେ ଏକ ବଡ଼ ବିପର୍ଯ୍ୟୟ ଆଣି ବିଜେପିକୁ ପରାସ୍ତ କରିଛି।
ବିପୁଳ ଜନ ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ଜନତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସେ କହିଛନ୍ତି ଯେ, ଗୁଜରାଟ ଏବଂ ବିଜେପିର ସମ୍ପର୍କ ଆହୁରି ମଜବୁତ ହେଲା। ନଗରନିଗମ, ପୌରପାଳିକା, ତାଲୁକା ପଞ୍ଚାୟତ ଏବଂ ଜିଲ୍ଲା ପଞ୍ଚାୟତରେ ମିଳିଥିବା ଜନାଦେଶ ହେଉଛି ସୁଶାସନର ବିଜୟ। ଜନତା ଜନାର୍ଦ୍ଦନ ରାଜ୍ୟ ସରକାରଙ୍କ କାମ ଏବଂ ବିଜେପିର ବର୍ଷ ବର୍ଷର ପରିଶ୍ରମର ମାନ ରଖିଛନ୍ତି। ଆଗକୁ ଦଳ ଦୁଇ ଗୁଣା ପରିଶ୍ରମ କରି ଗୁଜରାଟକୁ ବିକାଶର ନୂଆ ଶୀର୍ଷରେ ପହଞ୍ଚାଇବ।
ગુજરાત અને ભારતીય જનતા પાર્ટી વચ્ચેનો સંબંધ હવે વધુ ગાઢ અને અખંડ બન્યો છે!
— Narendra Modi (@narendramodi) April 28, 2026
રાજ્યભરમાં યોજાયેલી મહાનગરપાલિકા, નગરપાલિકા, તાલુકા પંચાયત અને જિલ્લા પંચાયતની ચૂંટણીઓમાં ભાજપને મળેલા પ્રચંડ જનસમર્થન અને જનાદેશ બદલ ગુજરાતની જનતાનો હૃદયપૂર્વક આભાર વ્યક્ત કરું છું.
રાજ્ય સરકારના…
ସୂଚନାନୁଯାୟୀ, ଏପ୍ରିଲ ୨୬ରେ ଗୁଜରାଟର ୧୫ ନଗର ନିଗମ, ୮୪ ପୌରପାଳିକା, ୩୪ଟି ଜିଲ୍ଲା ପଞ୍ଚାୟତ ଏବଂ ୨୬୦ଟି ତାଲୁକା ପଞ୍ଚାୟତ ପାଇଁ ମତଦାନ ହୋଇଥିଲା। ମଇଦାନରେ ପ୍ରାୟ ୨୫ ହଜାର ପ୍ରାର୍ଥୀ ଥିଲେ। ମଙ୍ଗଳବାର ପୌର ନିର୍ବାଚନର ରେଜଲ୍ଟ ଆସିଛି। ବିଜେପି ୧୫ଟି ନଗର ନିଗମ ଆସନରେ ବିପୁଳ ବିଜୟ ହାସଲ କରିଛି। ସୁରଟରେ ବିଜେପି ୧୨୦ଟି ଆସନରୁ ୧୧୫ଟି ସିଟ୍ ରେ ଜିତିଛି। ଏହା ବ୍ୟତୀତ ଆମ ଆଦମୀ ପାର୍ଟି ପୂର୍ବ ନିର୍ବାଚନ ତୁଳନାରେ ଏହି ନିର୍ବାଚନରେ ୧୦ ଗୁଣ ଅଧିକ ଆସନ ଜିତିଛି।
ଏହି ଖବରଟିକୁ ପଢନ୍ତୁ- West Bengal Election: ଭୋଟିଂର କିଛି ଘଣ୍ଟା ମଧ୍ୟରେ ହିଂସାକାଣ୍ଡ, ପୋଲିଂ ବୁଥ୍ ବୁଲିଲେ ମମତା