PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ଗୁଜରାଟ ଦଙ୍ଗା: ପ୍ରଧାନମନ୍ତ୍ରୀ ମୋଦିଙ୍କୁ କ୍ଲିନ୍ ଚିଟ୍‌ ବିରୋଧରେ ଜାକିଆ ଜାଫରିଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ,୨୪।୬:  ସୁପ୍ରିମକୋର୍ଟ ୨୦୨୦ ରେ ଗୁଜରାଟ ଦଙ୍ଗା ମାମଲାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଳିନ୍‌ ଚିଟ୍‌ ଦେଇଥିଲେ। ତେବେ ଏହାପରେ ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ କରାଯାଇଥିବା ଏସଆଇଟି ରିପୋର୍ଟ ବିରୋଧରେ ଏକ ଆବେଦନ ଦାଖଲ କରାଯାଇଥିଲା। ଏହି ଆବେଦନ ଜାକିଆ ଜାଫରିଙ୍କ ପକ୍ଷରୁ କରାଯାଇଥିଲା, ଯାହାକୁ ଶୁକ୍ରବାର ସୁପ୍ରିମକୋର୍ଟ ଖାରଜ କରିଛନ୍ତି। କୋର୍ଟ ଏସଆଇଟି ଯାଞ୍ଚ ରିପୋର୍ଟକୁ ଠିକ୍ ବୋଲି କହିଛନ୍ତି। ଜାକିଆ ଜାଫରି ହେଉଛନ୍ତି ପୂର୍ବତନ ସାଂସଦ ଅହସାନ ଜାଫରୀଙ୍କ ପତ୍ନୀ।

ଜଷ୍ଟିସ୍ ଏଏମ୍ ଖାନଓ୍ବିଲକବର, ଜଷ୍ଟିସ୍ ଦିନେଶ ମାହେଶ୍ବରୀ ଓ ଜଷ୍ଟିସ୍‌ ସିଟି ରବିକୁମାରଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟର ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟ ୭ ମାସ ପୂର୍ବରୁ ୯ ଡିସେମ୍ବର ୨୦୨୧ ରେ ଜାକିଆ ଜାଫରିଙ୍କ ଆବେଦନ ଉପରେ ମାରାଥନ ଶୁଣାଣୀ ଶେଷ କରିବା ପରେ ରାୟ ସଂରକ୍ଷିତ ରଖିଥିଲେ। ଗୁଜରାଟ ଦଙ୍ଗାର ଯାଞ୍ଚ ପାଇଁ ଗଠନ ଏସଆଇଟି ସେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ର ଥିବା ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଲିନ୍‌ ଚିଟ୍‌ ଦେଇଥିଲେ। ୨୦୦୨ ରେ ଗୁଜରାଟ ଦଙ୍ଗା ବେଳେ ଜାକିଆ ଜାଫରୀଙ୍କ ସ୍ବାମୀ ସେତେବେଳେ କଂଗ୍ରେସର ବିଧାୟକ ଥିବା ଏହସାନ ଜାଫରୀଙ୍କୁ ଦଙ୍ଗାକାରୀମାନେ ମାରିଦେଇଥିଲେ। ଏହସାନ୍ ଜାଫରିଙ୍କ ପତ୍ନୀ ଜାକିଆ ଜାଫରୀ ଏସଆଇଟି ରିପୋର୍ଟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରିଥିଲେ।

ଏସଆଇଟି ରିପୋର୍ଟରେ ରାଜ୍ୟର ଉଚ୍ଚପଦରେ ଥିବା ଲୋକଙ୍କୁ କ୍ଲିନ ଚିଟ୍‌ ଦେଇଥିଲେ। ଏସଆଇଟି ରାଜ୍ୟର ଉଚ୍ଚ ପଦାଧିକାରୀଙ୍କ ପକ୍ଷରୁ ଗୋଧ୍ରା ଟ୍ରେନ୍ ଅଗ୍ନିକାଣ୍ଡ ଓ ତା’ ପରେ ଦଙ୍ଗା ସୃଷ୍ଟି ପାଇଁ କାହାର ଷଡଯନ୍ତ୍ରକୁ ଖଣ୍ଡନ କରିଥିଲେ। ୨୦୧୭ ରେ ଗୁଜରାଟ ହାଇକୋର୍ଟ ଏସଆଇଟିର କ୍ଲୋଜର ରିପୋର୍ଟ ବିରୋଧରେ ଜାକିଆଙ୍କ ଅଭିଯୋଗକୁ ଖାରଜ କରିଥିଲେ। ଆବେଦନ ଗୁଜରାଟ ହାଇକୋର୍ଟରୁ ଖାରଜ ହେବାପରେ ଜାକିଆ ଜାଫରୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ମଧ୍ୟ ଏହାକୁ ଏବେ ଖାରଜ କରିଦେଇଛନ୍ତି।

ସମ୍ବନ୍ଧିତ ଖବର