ନୂଆଦିଲ୍ଲୀ: ଶୁଭମନ ଗିଲଙ୍କ ଅଧିନାୟକ ପାଳି । ରାଜସ୍ଥାନକୁ ୭ ଓ୍ବିକେଟରେ ହରାଇଲା ଗୁଜରାଟ । ୨୧୫ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ୮ ବଲ ପୂର୍ବରୁ ଏହାକୁ ପୂରଣ କରିଛି ଗିଲ୍ ବାହିନୀ । ଦ୍ବିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି । ଫାଇନାଲରେ ବେଙ୍ଗାଲୁରୁକୁ ଭେଟିବ ଗିଲ୍ ବାହିନୀ । ଗୁଜରାଟ ପକ୍ଷରୁ ଶୁଭମନ ଗିଲ୍ ସର୍ବାଧିକ ୧୦୪ ରନ ରନର ପାଳି ଖେଳିଛନ୍ତି ।
୨୧୫ ରନକୁ ପିଛା କରୁଥିବାବେଳେ ଗୁଜରାଟର ଦୁଇ ଓପନର ବ୍ୟାଟ୍ସମ୍ୟାନ ସାଇ ସୁଦର୍ଶନ ଏବଂ ଶୁଭମନ ଗିଲ୍ ଦମଦାର ପାଳି ଖେଳିଥିଲେ । ଆରମ୍ଭରୁ ଦୁଇ ବ୍ୟାଟ୍ସମ୍ୟାନ ବଡ଼ ବଡ଼ ସଟ୍ ଖେଳିଥିଲେ । ଗିଲ ୧୦୪ ରନ କରିଥିବାବେଳେ ସୁଦର୍ଶନ ୩୨ ବଲରୁ ୫୮ ରନ କରିଛନ୍ତି । ଆଜିର ମ୍ୟାଚରେ ମଧ୍ୟ ସୁଦର୍ଶନ ହିଟ୍ ଓ୍ବିକେଟ୍ ହୋଇଥିଲେ ।
ସାଇ ସୁଦର୍ଶନ ଏବଂ ଶୁଭମନ ଗିଲ୍ ୧୬୭ ରନର ପାର୍ଟନରସିପ କରିଥିଲେ । ପରେ ବଟଲର ଏବଂ ଓ୍ବାଶିଂଟନ ସୁନ୍ଦର ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ । ବଟଲର ୯ ରନ କରିଥିବାବେଳେ ସୁନ୍ଦର ୯ ବଲରୁ ୧୬ ରନ କରିଥିଲେ । ଏହାସହ ଇମ୍ପାକ୍ଟ ପ୍ଲେୟାରଭାବେ ଆସିଥିବା ତେଓ୍ବତିଆ ୮ ବଲରୁ ୧୧ ରନ କରିଥିଲେ । ସେପଟେ ଗୁଜରାଟ ପକ୍ଷରୁ ଆାର୍ଚର, ବର୍ଗର ଏବଂ ବ୍ରିଜେଶ ଶର୍ମା ଗୋଟିଏ ଲେଖାଏଁ ଓ୍ବିକେଟ୍ ନେବାରେ ସଫଳ ହୋଇଛନ୍ତି । ଦଳର ବାକି ବୋଲର ଆଜିର ମୁକାବିଲାରେ ଓ୍ବିକେଟ୍ ଲେସ୍ ରହିଛନ୍ତି ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ । ୬ ଓ୍ବିକେଟ ବିନିମୟରେ ୨୧୪ ରନ କରିବାରେ କରିଥିଲା ରାଜସ୍ଥାନ । ବୈଭବ ସୂର୍ଯ୍ୟବଂଶୀ ରାଜସ୍ଥାନ ପକ୍ଷରୁ ସର୍ବାଧିକ ୪୭ ବଲରୁ ୯୬ ରନ କରିଥିଲେ । ସେ ଆଜିର ମ୍ୟାଚରେ ମଧ୍ୟ ଶତକରୁ ବଞ୍ଚିତ ହୋଇଥିଲେ । ମାତ୍ର ଜଗି ରଖି ଖେଳିଥିଲେ ।
ରାଜସ୍ଥାନ ପ୍ରଥମ ଓଭରରୁ ଜୟସ୍ବାଲଙ୍କ ଓ୍ବିକେଟ ହରାଇଥିଲା । ସିରାଜଙ୍କ ବଲରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ । ମାତ୍ର ଅଟକିନଥିଲା ସୂର୍ଯ୍ୟବଂଶୀଙ୍କ ବ୍ୟାଟ୍ । ଧ୍ରୁବ ଜୁରେଲ ମାତ୍ର ୭ ରନ କରି ଆଉଟ୍ ହୋଇଥିଲେ । ପରେ ଜାଡେଜା ଆସିଥିବାବେଳେ ସେ ବୈଭବଙ୍କ ସହ ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ । ମାତ୍ର ସେ ରିଟାର୍ଡହଟ ହୋଇ ଯିବାପରେ ପରାଗ, ସନାକା ଏବଂ ଆର୍ଚର ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ ।
ଶେଷ ଓଭର ଗୁଡ଼ିକରେ ଜାଡେଜା ଏବଂ ଦେଭନ ଫେରରିଆ ବଡ଼ ବଡ଼ ସଟ୍ ଖେିଳିଥିଲେ । ଜାଡେଜା ୪୫ ରନ କରିଥିବାବେଳେ ଦେଭନ ୩୮ ରନ କରିଥିଲେ । ସେପଟେ ଗୁଜୁରାଟ ପକ୍ଷରୁ ରାବାଡ଼ା ଏବଂ ହୋଲଡର ୨ଟି ଲେଖାଏଁ ଓ୍ବିକେଟ୍ ନେଇଥିଲେ । ଏହାସହ ପ୍ରସିଦ୍ଧ କ୍ରିଷ୍ଣା ଏବଂ ସିରାଜ ଗୋଟିଏ ଲେଖାଏଁ ଓ୍ବିକେଟରେ ସନ୍ତୁଷ୍ଟ ହୋଇଥିଲେ ।
ଏହାସହ ପଢ଼ନ୍ତୁ : Shah Rukh Khan King: ଆରମ୍ଭ ହୋଇନି ପ୍ରମୋସନ, ଏମିତି କୋଟି ରୋଜଗାର କଲାଣି ଶାହରୁଖଙ୍କ ଫିଲ୍ମ