ନୂଆଦିଲ୍ଲୀ: ବଲିଉଡ ବାଦଶାହ ଭାବେ ଜଣାଶୁଣା ଶାହରୁଖଙ୍କ ଅପକମିଙ୍ଗ ଫିଲ୍ମ ‘କିଙ୍ଗ୍’କୁ ନେଇ ସବୁଠି ଚର୍ଚ୍ଚ । ଚଳିତବର୍ଷ ଡିସେମ୍ବର ୨୪ ତାରିଖରେ ରିଲିଜ୍ ହେବାକୁ ଯାଉଛି ଏହି ବହୁପ୍ରତିକ୍ଷିତ ସିନେମା । ଏହି ଫିଲ୍ମରେ ଶାହରୁଖଙ୍କ ଝିଅ ଶୁହାନା ବଲିଉଡରେ ଡେବ୍ୟୁ କରିବା ପାଇଁ ଯାଉଛନ୍ତି । ଏହାସହ ଫିଲ୍ମରେ ବହୁ ନାମୀଦାମୀ କଳାକାର ମଧ୍ୟ ନଜର ଆସିବେ । ତେବେ ଫିଲ୍ମର ପ୍ରମୋସନ ଆରମ୍ଭ ହେବା ପୂର୍ବରୁ କୋଟି କୋଟି ଟଙ୍କା ରୋଜଗାର କରିଛି ।

ଫିଲ୍ମର ମ୍ୟୁଜିକ୍ ରାଇଟ୍ସରୁ ବଡ଼ ରୋଜଗାର ହୋଇଛି । ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ବାରା ନିର୍ଦ୍ଦେଶିତ ‘କିଙ୍ଗ’ର ମ୍ୟୁଜିଜ୍ ରାଇଟ୍ସ ୪୫ କୋଟି ଟଙ୍କାରେ ବିକ୍ରି ହୋଇଛି । ଜି’ ମ୍ୟୁଜିକ୍ ପକ୍ଷରୁ ଏହାକୁ କିଣା ଯାଇଛି । ତେବେ ଏଯାବତ ଶାହରୁଖଙ୍କ କୌଣସି ଫିଲ୍ମର ମ୍ୟୁଜିକ୍ ରାଇଟ୍ସ ଏତେ ଟଙ୍କାରେ ବିକ୍ରି ହୋଇନାହିଁ । ଏହା ସର୍ବାଧିକ ମୂଲ୍ୟରେ ବିକ୍ରି ହୋଇଛି । ଏଣୁ ଫିଲ୍ମଟି ବକ୍ସ ଅଫିସରେ ଧମାଲ କରିବା ସହ ଭଲ ରୋଜଗାର କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଶା ରଖାଯାଇଛି ।

ସେପଟେ ଏହି ଫିଲ୍ମରେ , ଶାହରୁଖ ଖାନ ଏବଂ ସୁହାନା ଖାନଙ୍କ ବ୍ୟତୀତ, ଫିଲ୍ମରେ ଦୀପିକା ପାଦୁକୋନ, ଅଭିଷେକ ବଚ୍ଚନ, ଜ୍ୟାକି ଶ୍ରଫ, ଅନିଲ କପୁର, ଅରଶଦ ୱାର୍ସି, ଜୟଦୀପ ଆହଲାୱତ, ଅଭୟ ବର୍ମା ଏବଂ ରାଣୀ ମୁଖାର୍ଜୀଙ୍କ ଭଳି କଳାକାର ମଧ୍ୟ ଅଛନ୍ତି। ମଜାଦାର କଥା ହେଉଛି, ଅଭିଷେକ ବଚ୍ଚନ ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରିବେ, ଯାହା ଶୁଣିବାକୁ ବହୁତ ପ୍ରଭାବଶାଳୀ ଲାଗୁଛି। ଦର୍ଶକମାନେ ଫିଲ୍ମଟିକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

ଏହାସହ ପଢ଼ନ୍ତୁ : ବୈଭବଙ୍କ ବିସ୍ଫୋରଣ, ଗୁଜରାଟ ଆଗରେ ୨୧୫ ରନର ବିଜୟ ଲକ୍ଷ୍ୟ