ମୁମ୍ବାଇ,୨୧/୫ : ଗୁଜୁରାଟ ଟାଇଟାନ୍ସ ଚେନ୍ନାଇ ସୁପର କିଙ୍ଗ୍ସକୁ ୮୯ରନରେ ପରାସ୍ତ କରିଛି । ଉଭୟଙ୍କ ଶେଷ ଲିଗ୍ ପର୍ଯ୍ୟାୟରେ ମ୍ୟାଚ୍ ଜିତିଲା ଗୁଜୁରାଟ । ଚେନ୍ନାଇ ପ୍ଲେ ଅଫ୍ ଦୌଡ଼ରୁ ବାଦ ପଡ଼ିଛି । ଯଦି ଆମେ ରନ୍ ଦୃଷ୍ଟିରୁ ଦେଖିବା ତେବେ ଏହା ଚେନ୍ନାଇର ଟୁର୍ଣ୍ଣାମେଣ୍ଟ ଇତିହାସରେ ସବୁଠାରୁ ବଡ଼ ପରାଜୟ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ ୨୦ ଓଭରରେ ୪ୱିକେଟ ହରାଇ ୨୨୯ରନ୍ କରିଥିଲା। ଟାର୍ଗେଟର ପିଛା କରି ଚେନ୍ନାଇ ୧୩.୪ ଓଭରରେ ମାତ୍ର ୧୪୦ରନରେ ଅଲଆଉଟ ହୋଇଯାଇଛି।
ଚେନ୍ନାଇ ପକ୍ଷରୁ ସଞ୍ଜୁ ସାମଶନ୦ (୧), ମାଥ୍ୟୁ ସଟ୍୨୪(୧୪), ଋତୁରାଜ ଗାଇକଓ୍ବାଡ଼ ୧୬(୭), ଉରଭିଲ ପଟେଲ୦ (୨), କାର୍ତ୍ତିକ ଶର୍ମା ୧୯(୧୫), ଦେଓ୍ବାର୍ଲ୍ଡ ବ୍ରେଭିସ ୮(୧୦), ଶିଭମ ଦୁବେ ୪୭(୧୭), ଅନଶୁଲ କାମବୋଜ ୧୯(୮), ନୁର୍ ଅହମ୍ମଦ ୧(୫), ମୁକେଶ ଚୌଧୁରୀ ୨(୨),ସ୍ପେଶନର ଜନଶନ୦(୧) । ସେହିଭଳି ଗୁଜୁରାଟ ପକ୍ଷରୁ ମହମ୍ମଦ ସିରାଜ, କାଜିଶୋ ରବଡ଼ା, ରସିଦ ଖାନ ୩ଟି ଲେଖାଏଁ ଓ୍ବିକେଟ ନେଇଛନ୍ତି ।
ନିର୍ଦ୍ଧାରିତ ୨୦ଓଭରରେ ଗୁଜୁରାଟ ୪ଓ୍ବିକେଟ ହରାଇ ୨୨୯ରନ୍ କରିଥିଲା। ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ଗୁଜୁରାଟ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା । ଗୁଜୁରାଟର ୩ ବ୍ୟାଟର ଅର୍ଦ୍ଧଶତକ କରିଛନ୍ତି । ସାଇ ସୁଦର୍ଶନ ୮୪(୫୩), ସୁଭମନ ଗିଲ୍ ୬୪(୩୭), ଜୋସ ବଟ୍ଟଲର ୫୭*(୨୭), ରାହୁଲ ତେଓ୍ବଟିଆ ୦(୧), ଓ୍ବାଶିଂଟନ ସୁନ୍ଦର ୭(୩) କରିଥିଲେ । ସେହିଭଳି ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ମୁକେଶ ଚୌଧୁରୀ, ସ୍ପେନଶର ଜନଶନ, ଆନଶୁଲ କାମବୋଜ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।