PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ ଲଜପତ୍‌ ନଗର ମାର୍କେଟ୍‌ରେ ଭୟାବହ ଅଗ୍ନିକାଣ୍ଡ
  • ||
  • ଭୁବନେଶ୍ଵର : ରାଜ୍ୟ କ୍ୟାବିନେଟରେ ୧୮ ପ୍ରସ୍ତାବ ପାରିତ, ମୋ ଘର ଯୋଜନା ପ୍ରସ୍ତାବରେ ବାଜିଲା ମୋହର
  • ||
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

ଦ୍ବିତୀୟ କ୍ବାଲିଫାୟରରେ ଗୁଜରାଟ ପାଇଁ ଦୁଇଟି ପରିବର୍ତ୍ତନ ଗୁରୁତ୍ବପୂର୍ଣ୍ଣ; ଜାଣନ୍ତୁ କ’ଣ ରହିବ ମୁମ୍ବାଇର ଚୁଡ଼ାନ୍ତ ଏକାଦଶ

Image Courtesy: Livehindustan

ଅହମ୍ମଦାବାଦ,୨୬/୦୫: ଗତବର୍ଷର ଚାମ୍ପିଅନ ଗୁଜରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଶୁକ୍ରବାର ଆଇପିଏଲ୍ ୨୦୨୩ର ଦ୍ଵିତୀୟ କ୍ଵାଲିଫାୟର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଏହି ମୁକାବିଲାରେ ଉଭୟ ଗୁଜରାଟ ଓ ମୁମ୍ବାଇ ବିଜୟ ହାସଲ କରି ଫାଇନାଲ୍‌ରେ ପ୍ରବେଶ କରିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବେ। ହେଲେ ଉଭୟଙ୍କ ପାଇଁ ରାସ୍ତା ଏତେ ସହଜସାଧ୍ୟ ନୁହେଁ। ବିଶେଷ କରି ଗୁଜରାଟ୍ ପାଇଁ। ସୂଚନାଥାଉକି, ଗୁଜରାଟ ପ୍ରଥମ କ୍ଵାଲିଫାୟରରେ ଯେଉଁ ଚୂଡ଼ାନ୍ତ ଏକାଦଶକୁ ନେଇ ପଡ଼ିଆକୁ ଓହ୍ଲାଇଥିଲା ତାହା ଦଳ ପାଇଁ ନୈରାଶ୍ୟଜନକ ସାବ୍ୟସ୍ତ ହୋଇଥିଲା। ତେଣୁ ଆଜିର ମ୍ୟାଚ୍‌ରେ  ହାର୍ଦ୍ଦିକ ପାଣ୍ଡ୍ୟା ନିଜର ଚୂଡ଼ାନ୍ତ ଏକାଦଶରେ ଅତି କମରେ ଦୁଇଟି ପରିବର୍ତ୍ତନ କରିପାରନ୍ତି।ସେହିପରି ଅନ୍ୟପଟେ ଯଦି ମୁମ୍ବାଇ କଥା ଦେଖାଯାଏ, ତେବେ ଯଦି କୌଣସି ଆହତଜନିତ ସମସ୍ୟା ନଥାଏ ତେବେ ଦଳ ବିନା କୌଣସି ପରିବର୍ତ୍ତନରେ ପଡ଼ିଆକୁ ଓହ୍ଲାଇପାରେ।

ଗୁଜରାଟକୁ ସର୍ବପ୍ରଥମେ ନିଜର ଚୂଡ଼ାନ୍ତ ଏକାଦଶରେ ନମ୍ବର-୩ରେ କୌଣସି ବ୍ୟାଟରଙ୍କୁ ପଠାଇବା ଉଚିତ୍। ହାର୍ଦ୍ଦିକ ପାଣ୍ଡ୍ୟା ୪ନମ୍ବରରେ ଭଲ ବ୍ୟାଟିଂ କରୁଛନ୍ତି। କିନ୍ତୁ ତାଙ୍କ ଓ୍ଵିକେଟ୍ ଶିଘ୍ର ପତନ ହେଲେ ଦଳ ଉପରେ ଅଧିକ ଚାପ ପଡ଼ୁଛି। ତେଣୁ ଦଳ ନମ୍ବର ୩ରେ ସାଇ ସୁଦର୍ଶନଙ୍କୁ ସୁଯୋଗ ଦେଇପାରେ। ସାଇ ଗୁଜରାଟ ପକ୍ଷରୁ ୩ ନମ୍ବରରେ ସଫଳ ପ୍ରଦର୍ଶନ କରୁଛନ୍ତି। ସାଇ ସୁଦର୍ଶନ ଆସିଲେ ଦର୍ଶନ ନାଲକଣ୍ଡେ ଦଳରୁ ବାଦ୍ ପଡ଼ି ପାରନ୍ତି। ନାଲକଣ୍ଡେ ଚଳିତ ସିଜିନରେ ନିଜର ପ୍ରଥମ ମୁକାବିଲା ପ୍ରଥମ କ୍ଵାଲିଫାୟରେ ଖେଳିଥିଲେ ମଧ୍ୟ ବୋଲିଂରେ ଖୁବ୍ ମହଙ୍ଗା ସାବ୍ୟସ୍ତ ହୋଇଥିଲେ।

IPL 2023 Qualifier 2, GT vs MI 

ଗୁଜରାଟରେ ଦ୍ଵିତୀୟ ପରିବର୍ତ୍ତନ ଜୋସୁଆ ଲିଟିଲ୍‌ ହୋଇ ପାରନ୍ତି। ଆୟରଲାଣ୍ଡର ଏହି ଦ୍ରୁତ ବୋଲର ନିଜ ଦେଶ ତରଫରୁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ସାରିବା ପରେ ପୁଣି ଥରେ ଗୁଜରାଟ ଟାଇଟନ୍ସରେ ଯୋଗ ଦେଇଛନ୍ତି। ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଲିଟିଲ୍ ଭାରତର ତାରକା ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ସହ ମିଶି ବ୍ୟାଟରଙ୍କୁ ହରଡ଼ଘଣାରେ ପକାଇ ପାରନ୍ତି। ତାଙ୍କର ଦଳକୁ ପ୍ରତ୍ୟାବର୍ତ୍ତନରେ ଦାସୁନ ଶନାକାଙ୍କୁ ବାହାର କରାଯାଇପାରେ। ଶନାକାଙ୍କୁ ଚଳିତ ସଂସ୍କରଣରେ କମ୍ ସୁଯୋଗ ମିଳିଥିଲେ ହେଁ ସେ ଏହାର ଫାଇଦା ଉଠାଇ ପାରି ନାହାନ୍ତି।

ଗୁଜରାଟ ଟାଇଟନ୍ସର ସମ୍ଭାବିତ ଏକାଦଶ

ଶୁଭମନ ଗିଲ୍, ଋଦ୍ଧିମାନ ଶାହା(ଓ୍ଵିକେଟ୍ କିପର), ସାଇ ସୁଦର୍ଶନ/ଦର୍ଶନ ନାଲକଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ଡେଭିଡ୍ ମିଲର, ରାହୁଲ ତେଓ୍ଵତିଆ, ରଶିଦ ଖାନ, ଜୋସୁଆ ଲିଟିଲ୍/ଦାସୁନ ଶନାକା, ମୋହିତ ଶର୍ମା, ନୂର ଅହମ୍ମଦ, ମହମ୍ମଦ ଶାମି।

ମୁମ୍ବାଇ ଇଣ୍ଡିଆନ୍ସର ସମ୍ଭାବିତ ଏକାଦଶ:

ରୋହିତ ଶର୍ମା, ଇଶାନ କିଷନ(ଓ୍ଵିକଟ୍ କିପର), କ୍ୟାମେରୁନ ଗ୍ରୀନ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ନେହଲ ଓ୍ଵଧେରା, ଟିମ୍ ଡେଭିଡ୍, କ୍ରିସ ଜୋର୍ଡାନ, ପୀୟୂଷ ଚାଓ୍ଵଲା, ଆକାଶ ମଧବାଲ, କୁମାର କାର୍ତ୍ତିକେୟ, ଜାସନ ବେହରେନଡର୍ଫ।