କ୍ବାଲିଫାୟର-୧ ମୁକାବିଲା: ଟସ୍ ଜିତି ଗୁଜରାଟ ଟାଇଟନ୍ସର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଧୋନି ବାହିନୀ

ଚେନ୍ନାଇ ୨୩/ ୦୫: ପ୍ରଥମ କ୍ବାଲିଫାୟର ମୁକାବିଲା । କଡା ଟକ୍କର, ଆଉ ରୋମାଞ୍ଚକର ହେବ ମୁକାବିଲା । ଚେନ୍ନାଇର ଚେପକ୍ ଷ୍ଟାଡିୟମ ପ୍ରସ୍ତୁତ । ପ୍ରଶଂସକ ଏବଂ ଟିମ୍ ମଧ୍ୟ ପ୍ରସ୍ତୁତ । ଗୋଟିଏ ପଟେ ଅଭିଜ୍ଞ ଧୋନି ବାହିନୀର ଲମ୍ବା ବ୍ୟାଟିଂ ଲାଇନ୍ ଅନ୍ୟପଟେ ପାଣ୍ଡ୍ୟାଙ୍କ ୟଙ୍ଗ୍ ବ୍ରିଗେଡ୍ । କିଏ ମାରିବ ବାଜି, ଆଉ ସିଧାସଳଖ ୨୦୨୩ ସିଜିନ୍ ଫାଇନାଲରେ ପ୍ରବେଶ କରିବ?
କ୍ବାଲିଫାୟର ମୁକାବିଲାରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଗୁଜରାଟ ଟାଇଟନ୍ସ । ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରିତ ହୋଇଛି ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧୀନ ଚେନ୍ନାଇ ସୁପର୍ କିଙ୍ଗସ୍ ।

Captain's Corner 😃👌🏻
— IndianPremierLeague (@IPL) May 23, 2023
The two skippers catch-up before the big game begins! #TATAIPL | #Qualifier1 | #GTvCSK pic.twitter.com/ze4UFUzIro
ପୂର୍ବ ରେକର୍ଡ ଅନୁଯାୟୀ ଟାଇଟନ୍ସର ପଲା ଭାରି ଜଣା ପଡ଼ୁଥିଲେ ହେଁ ସୁପର କିଙ୍ଗ୍ସ ପ୍ରତିଶୋଧ ନେବାକୁ ପ୍ରସ୍ତୁତ । ଦର୍ଶକଙ୍କ ସମର୍ଥନ ମଧ୍ୟ ଦଳର ମନୋବଳ ବଢାଇବ । ଚେପକ ଗ୍ରାଉଣ୍ଡ୍ର ସବୁ ଗ୍ୟାଲେରୀରେ ହଳଦିଆ ରଙ୍ଗର ଲହଡି ଖେଳିବ। ଇତି ମଧ୍ୟରେ ଉଭୟ ଦଳ ପରସ୍ପରକୁ ୩ଥର ଭେଟିଛନ୍ତି । ଟାଇଟନ୍ସ ସମସ୍ତ ମ୍ୟାଚ୍ ଜିତିଛି । ଚଳିତ ସିଜନରେ ଉଭୟ ଦଳ ମଧ୍ୟରେ ଉଦ୍ଘାଟନୀ ମୁକାବିଲା ଖେଳାଯାଇଥିଲା । ଟାଇଟନ୍ସ ୫ ୱିକେଟ୍ରେ ଉକ୍ତ ମ୍ୟାଚ୍ ଜିତିଥିଲା ।
ମୋଟ ଉପରେ ଦେଖିବାକୁ ଗଲେ ଉଭୟ ଦଳର ସ୍ପିନରଙ୍କ ମଧ୍ୟରେ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ହେବ । ଚେପକ ପିଚ୍ ସ୍ପିନରଙ୍କୁ ସୁହାଇବ । ଟାଇଟନ୍ସ ଦଳରେ ରସିଦ ଖାନ, ନୁର ଅହମ୍ମଦ ସ୍ପିନ ବିଭାଗ ସମ୍ଭାଳୁଛନ୍ତି । ରାହୁଲ ତେୱାତିଆ ତୃତୀୟ ସ୍ପିନର ଦାୟିତ୍ୱ ତୁଲାଇବେ । ରବିନ୍ଦ୍ର ଜାଡେଜା, ମହୀଶ ତୀକ୍ଷଣା ଓ ମୋଇନ ଅଲି ସୁପରକିଙ୍ଗ୍ସର ସ୍ପିନ ବିଭାଗ ସମ୍ଭାଳିବେ ।
ଉଭୟ ଦଳର ବ୍ୟାଟିଂ ବିଭାଗ ଶକ୍ତିଶାଳୀ ଥିବାରୁ କ୍ୱାଲିଫାୟର ମ୍ୟାଚ୍ରେ ବିଶାଳ ସ୍କୋର ହେବା ନିଶ୍ଚିତ । ଏକାଦଶରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିବ ନାହିଁ । ମାତ୍ର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ନଜର ରହିବ । ସେ ଶେଷ ୩ଟି ମ୍ୟାଚ୍ରେ ବୋଲିଂ କରି ନଥିଲେ । ସୁପରକିଙ୍ଗ୍ସର ବ୍ୟାଟିଂ ବିପକ୍ଷରେ ପାଣ୍ଡ୍ୟା ବୋଲିଂ ରନ୍ ଅପ୍କୁ ଫେରିବା ଆଶା କରାଯାଉଛି ।
ଶୁଭମନ ଗିଲଙ୍କ ପାଇଁ ସୁପରକିଙ୍ଗ୍ସ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବା ନିଶ୍ଚିତ । ଚମତ୍କାର ଫର୍ମରେ ରହିଥିବା ଗିଲ ଇତି ମଧ୍ୟରେ ୨ଟି ଶତକୀୟ ଇନିଂସ ସହ ମୋଟ୍ ୬୮୦ ରନ୍ ସଂଗ୍ରହ କରିସାରିଛନ୍ତି । କ୍ୱାଲିଫାୟର ମ୍ୟାଚ୍ରେ ମଧ୍ୟ ତାଙ୍କ ବ୍ୟାଟ୍ରୁ ଏକ ବଡ ଇନିଂସ ଆଶା କରାଯାଉଛି ।