ତୁମୁଡିବନ୍ଧ, ୨୪।୫ କନ୍ଧମାଲ ଜିଲା ତୁମୁଡିବନ୍ଧ ଥାନା ଅଂଚଳ ସିନ୍ଧିପଙ୍ଖାଲ ଜଙ୍ଗଲରେ ଯବାନ ଏବଂ ମାଓବାଦୀ ଙ୍କ ମଧରେ ଗୁଳିବିନିମୟ ହୋଇଥିବା ସୂଚନା ରହିଛି । ପ୍ରଥମେ ମାଓବାଦୀମାନେ ଯବାନଙ୍କ ଉପରେ ଗୁଳି ମାଡ଼ କରିଥିଲେ । ପାଲଟା ଜବାବରେ ଯବାନ ମାନେ ମଧ୍ୟ ଗୁଳିମାଡ଼ କରିଥିଲେ । ଯବାନଙ୍କ ପାଲଟା ଆକ୍ରମଣରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ । ମାଓବାଦୀ ମାନଙ୍କୁ ଧରିବା ପାଇଁ ପୋଲିସ ର ସର୍ଚ୍ଚ ଅପେରେସନ ଜାରି ବର୍ତ୍ତମାନ ସୁଦ୍ଧା ଜାରି ରହିଛି । ଜଙ୍ଗଲରେ ଥିବା ମାଓବାଦୀଙ୍କ କ୍ୟାମ୍ପରୁ ୩ଟି ବନ୍ଧୁକ, ବିଦ୍ୟୁତ ତାର, ଟିଫିନ ସହ ମାଓବାଦୀ ବ୍ୟବହାର କରୁଥିବା ସାମଗ୍ରୀ ଜବତ କରିଥିଲେ।

ପୁଣି ସରଗରମ ମହାରାଷ୍ଟ୍ର ରାଜନୀତି ! ନଓ୍ବାବ ମଲିକଙ୍କ...