PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ
  • ||
  • ଜଳେଶ୍ବର : ରଥଟଣାବେଳେ ଲାଗିଲା ବିଦ୍ୟୁତ ତାର, ଜଣେ ମୃତ ଓ ୭ ଗୁରୁତର
  • ||
  • ସମ୍ବଲପୁର : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ପିଶାଚ ସ୍ଵାମୀ
  • ||
  • ଭୁବନେଶ୍ଵର : ନିଅଣ୍ଟିଆ ଜୁନ, ଆସୁଛି ଦୁଇଟି ଲଘୁଚାପ, ୪ରୁ ବଢ଼ିବ ବର୍ଷା
  • ||
  • ପୁରୀ : ସୁଦର୍ଶନଙ୍କ ବାଲୁକାକଳା ରେକର୍ଡ, ପୁରୀ ବେଳାଭୂମିରେ ତିଆରି କଲେ ୧୨୫ ବାଲି ରଥ
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ ବଢ଼ିଲା କରୋନା, ୨୦୦ ଟପିଲା ଦୈନିକ ସଂକ୍ରମଣ
  • ||
  • ଭୁବନେଶ୍ଵର : ଅଧାରେ ରହିଗଲା ପୁରୀ ଯାତ୍ରା, ରଥଯାତ୍ରାରେ ଆରପାରିକୁ ଚାଲିଗଲେ ବରିଷ୍ଠ ଫଟୋଗ୍ରାଫର ଅଶୋକ ପଣ୍ଡା
  • ||
  • ଭୁବନେଶ୍ଵର : ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
  • ||

‘ଗଲି ବୟ’ ଦେଖିବା ପରେ ଦର୍ଶକଙ୍କ ମୁଣ୍ଡରେ ଚଢିଲା ରଣବୀରଙ୍କ ଫିଲ୍ମର ନିଶା, ସମସ୍ତେ ଚିଲ୍ଲେଇଲେ ‘ଅପନା ଟାଇମ୍ ଆଏଗା’

source:www.hollywoodreporter.com

ମୁମ୍ବାଇ ୧୪/୨: ଭ୍ୟାଲେନ୍‌ଟାଇନ୍ସ ଡେ-ରେ ରିଲିଜ୍ ହୋଇଛି ଗଲି ବୟ । ଜୋୟା ଅଖତାର୍‌ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପ୍ରଥମଥର ପାଇଁ ଏକାଠି ହୋଇଛନ୍ତି ରଣବିର୍ ସିଂ ଓ ଆଲିୟା ଭଟ୍ଟ । ରଣବିର୍ ସିଂ-ଙ୍କ ଲାଷ୍ଟ ଫିଲ୍ମ ସିମ୍ବାର ହ୍ୟୁଜ୍ ସକ୍ସେସ୍ ପରେ ରଣବିର୍ ଏହି ଫିଲ୍ମରେ ର୍ୟାପର୍ ମୁରାଦ୍ ସୈଖ୍ ଭୂମିକାରେ ଦେଖାଦେଇଛନ୍ତି ।  ଅନ୍ୟପଟେ ୨୦୧୮ର ସୁପରହିଟ୍ ଫିଲ୍ମ ରାଜି ପାଇଁ  ଅନେକ ଆୱାର୍ଡ ଜିତିବା ପରେ ଗଲି ବୟରେ ଆଲିୟା ମୁସଲିମ୍ ଗର୍ଲ ସଫିନା ଅଲ୍ଲୀ ଚରିତ୍ରରେ ଅଭିନୟ କରିଛନ୍ତ । ଫିଲ୍ମରେ ଆଲିୟାଙ୍କ କ୍ୟାରେକ୍ଟର କାଫି ଷ୍ଟ୍ରଙ୍ଗ୍ ରହିଛି । ଫିଲ୍ମ ରିଲିଜ ହେବା ପରେ ଦର୍ଶକଙ୍କ ଲମ୍ବା ଲାଇନ୍ ଛୁଟି ଥିଲା । ଦର୍ଶକଙ୍କୁ ଫିଲ୍ମଟି ବହୁତ ପସନ୍ଦ ଆସିଛି । ଏନେଇ ସୋସିଆଲ ମିଡିଆରେ ପ୍ରଶଂସାର ସୁଅ ଛୁଟିଥିଲା । ତେବେ ଆସନ୍ତୁ ଦେଖିବା କିଛି ପବ୍ଲିକ୍ ରିଭ୍ୟୁ…

କିନ୍ତୁ ଫିଲ୍ମର କାହାଣୀ ରଣବିର୍ ସିଂକୁ ନେଇ ଗତି କରିଛି । ଷ୍ଟ୍ରିଟ୍ ବୟ ମୁରାଦ୍-ର ସଂଘର୍ଷମୟ  କାହାଣୀକୁ ନେଇ ତିଆରି ହୋଇଛି ଗଲି ବୟ । ଫିଲ୍ମର କାହାଣୀ ରିଅଲ୍ ଲାଇଫ୍ ଗଲି ବୟ ଡିଭାଇନ୍  ଓ ନୈଜିଙ୍କ ଲାଇଫ୍ ଷ୍ଟ୍ରଗଲ୍-ରୁ ଇନ୍‌ସ୍ପାଇର୍ ହୋଇ ନିର୍ମାଣ କରାଯାଇଛି । ଖାସ୍ ସେଥିପାଇଁ ଫିଲ୍ମର ମ୍ୟୁଜିକ୍ ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି । ତେବେ କହିରଖୁଛୁ ଏହି ଫିଲ୍ମର ପ୍ରାୟତଃ ଗୀତ ରଣବିର୍ ସିଂ ନିଜେ ଗାଇଛନ୍ତି ।