- ଗୁଲସନ୍ କୁମାରଙ୍କ ହତ୍ୟାକାଣ୍ଡର ରହସ୍ୟ
- ମୃତ୍ୟୁର ୨୮ବର୍ଷ ପରେ ଆସିଲା ତଥ୍ୟ
- ପୂର୍ବତନ ଆଇପିଏସ ଅଧିକାରୀ କଲେ ଖୁଲାସା
- ମୃତ୍ୟୁର ଦେଢ ବର୍ଷ ପୂର୍ବରୁ ହୋଇଥିଲା ପ୍ଲାନିଂ
- ଆସିଥିଲା ଅଣ୍ଡରୱାର୍ଲ୍ଡ ଡନ୍ର ଧମକ
ମୁମ୍ୱାଇ : ଟି-ସିରିଜ୍ ମାଲିକ ଗୁଲସନ୍ କୁମାରଙ୍କ ହତ୍ୟା ନବେ ଦଶକର ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ମଧ୍ୟରୁ ଗୋଟିଏ ଥିଲା। ଅଗଷ୍ଟ ମାସ ୧୯୯୭ରେ ମୁମ୍ବାଇର ଯୋଗେଶ୍ୱରୀ ସ୍ଥିତ ଜିତେଶ୍ୱର ମହାଦେବ ମନ୍ଦିର ବାହାରେ ସ୍ପଷ୍ଟ ଦିବାଲୋକରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇ ଥିଲା। ମନ୍ଦିର ଯିବା ତାଙ୍କ ଦୈନିକ ରୁଟିନର ଏକ ଅଂଶ ଥିଲା। ଆକ୍ରମଣରେ ଗୁଲସନ୍ କୁମାରଙ୍କୁ ୧୬ ଥର ଗୁଳି କରାଯାଇ ଥିଲା ଏବଂ ଏହି ଘଟଣା ସମଗ୍ର ଫିଲ୍ମ ଏବଂ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀକୁ ଦୋହଲାଇ ଦେଇଥିଲା।
ଏହାସହ ମଧ୍ୟ ପଢନ୍ତୁ : ରଣବୀର ସିଂହଙ୍କ ‘ଧୁରନ୍ଧର’ ୨୦୨୫ର ୫ତମ ସବୁଠୁ ଆୟକାରୀ ଫିଲ୍ମରେ ସାମିଲ, ହ୍ରିତିକ୍ ରୋଶନଙ୍କ ଫିଲ୍ମକୁ ପକାଇଲା ପଛରେ
ଗୁଲସନ୍ କୁମାରଙ୍କ ହତ୍ୟାର ଅଠାଇଶ ବର୍ଷ ପରେ, ତଥ୍ୟ ସାମ୍ନାକୁ ଆସିଛି। ଆଇପିଏସ ଅଧିକାରୀ ଦେଲେ ସୂଚନା - ଏବେ, ଏହି ମାମଲାକୁ ନେଇ ୧୯୯୩ ମୁମ୍ବାଇ ବିସ୍ଫୋରଣର ତଦନ୍ତରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ପୂର୍ବତନ ଆଇପିଏସ୍ ଅଧିକାରୀ ରାକେଶ ମାରିଆ ଏକ ଆଶ୍ଚର୍ଯ୍ୟଜନକ କଥା କହିଛନ୍ତି। ୟୁଟ୍ୟୁବର ତଥା ପୋଡକାଷ୍ଟର ରାଜ ଶମାନୀଙ୍କ ସହ ଏକ ଆଲୋଚନାରେ ରାକେଶ ମାରିଆ କହିଛନ୍ତି ଯେ , ଗୁଲସନ କୁମାରଙ୍କ ହତ୍ୟାର ପ୍ରାୟ ଦେଢ଼ ବର୍ଷ ପୂର୍ବରୁ ହିଁ ତାଙ୍କୁ ଅଣ୍ଡରୱାଲ୍ଡର ଟାର୍ଗେଟରେ ଥିବା ସୂଚନା ମିଳି ସାରି ଥିଲା। ସେ କହିଛନ୍ତି ଯେ, ୧୯୯୬ ଅପ୍ରିଲରେ ଗୋଟିଏ ରାତିରେ ସମୟ ପାଖାପାଖି ୩ଟା ବେଳେ ତାଙ୍କ ଲ୍ୟାଣ୍ଡଲାଇନକୁ ଏକ କଲ୍ ଆସିଥିଲା। କଲ୍ କରିଥିବା ବ୍ୟକ୍ତି କହିଥିଲେ- ଗୁଲସନ କୁମାରଙ୍କ ୱିକେଟ ପଡ଼ିବାକୁ ଯାଉଛି।
ମାରିଆଙ୍କ କହିବାନୁସାରେ , କଲ୍ କରିଥିବା ବ୍ୟକ୍ତି ଏହା ମଧ୍ୟ କହିଥିଲା ଯେ , ଅଣ୍ଡରୱାଲ୍ଡ ଡନ୍ ଆବୁ ସାଲେମ ଶିବ ମନ୍ଦିର ବାହାରେ ଗୁଲସନ କୁମାରଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରୁଛି, ଯେଉଁଠାରେ ତାଙ୍କୁ ପ୍ରତିଦିନ ସକାଳେ ଭଗବାନଙ୍କ ପୂଜା କରିବାର ଦେଖାଯାଉ ଥିଲା ଗୁଲସନ କୁମାରଙ୍କୁ ଦିଆଯାଇ ଥିଲା ସୁରକ୍ଷା - ରାକେଶ ମାରିଆ କହିଛନ୍ତି ଯେ, ଗୁଲଶନ କୁମାରଙ୍କ ହତ୍ୟାର ପ୍ଲାନିଂ ବିଷୟରେ ଜାଣିବା ପରେ, ସେ ଚଳଚ୍ଚିତ୍ର ନିର୍ମାତ ମହେଶ ଭଟ୍ଟଙ୍କ ସହ କଥା ହୋଇଥିଲେ। ମାରିଆ ମହେଶ ଭଟ୍ଟଙ୍କୁ କହିଥିଲେ ଯେ, ଗୁଲଶନ କୁମାରଙ୍କୁ ସେହି ଦିନ ତାଙ୍କ ଘରୁ ନ ବାହାରିବାକୁ ପରାମର୍ଶ ଦିଅନ୍ତୁ। ଏହାସହ ସେ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚକୁ ମଧ୍ୟ ଆଲର୍ଟ କରିଥିଲେ ଏବଂ ଗୁଲଶନ କୁମାରଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଇ ଥିଲା।
ରାକେଶ ମାରିଆଙ୍କ ଅନୁସାରେ , ପ୍ରାରମ୍ଭିକ ଚେତାବନୀ ପରେ ବହୁତ ଦିନ ପର୍ଯ୍ୟନ୍ତ କିଛି ଘଟି ନଥିଲା, ଧୀରେ ଧୀରେ ବିପଦର ଭାବନା ହ୍ରାସ ପାଇ ଥିଲା। ପରେ, ଯେତେବେଳେ ସେ ଗୁଲଶନ କୁମାରଙ୍କ ହତ୍ୟା ଖବର ପାଇଲେ, ସେ ନିଜେ ଆଶ୍ଚର୍ଯ୍ୟ ହୋଇଗଲେ। ମାରିଆ କହିଛନ୍ତି ଯେ, ସେ ଭାବି ନେଇଥିଲେ ଯେ, ଗୁଲଶନ କୁମାରଙ୍କ ପାଖରେ ସୁରକ୍ଷା ବ୍ୟବସ୍ଥା ରହିଛି।
ସେ କହିଥିଲେ ଯେ, ନୋଏଡାରେ କ୍ୟାସେଟ୍ କମ୍ପାନୀ କାରଣରୁ ଗୁଲସନ କୁମାରଙ୍କୁ ସେଠାରେ ଭଲ ସୁରକ୍ଷା ମିଳିଥିଲା, କିନ୍ତୁ ସମୟ ବିତିବା ସହ ସୁରକ୍ଷାରେ ଢିଲା ହୋଇଥିଲା। ଏକ ଉତ୍ସବ ଅବସରରେ ଅନେକ ସୁରକ୍ଷାକର୍ମୀ ଛୁଟିରେ ଚାଲି ଗଲେ ଏବଂ ଏହି ସମୟରେ ଗୁଲସନ କୁମାର ବିନା ସୁରକ୍ଷାରେ ମନ୍ଦିର ଯାଇଥିଲେ, ଯେଉଁଠି ତାଙ୍କୁ ଗୁଳି କରି ହତ୍ୟା କରାଯାଇ ଥିଲା।