ସଜଡ଼ା ଯିବ ଶ୍ରୀଗୁଣ୍ଡିଚା ମନ୍ଦିର ଭିତ୍ତିଭୂମି, ରଥଯାତ୍ରା ପୂର୍ବରୁ ସରିବ କାମ

ପୁରୀ,୨୪/୦୧: ଜୁଲାଇରେ ମହାପ୍ରଭୁଙ୍କ ଘୋଷଯାତ୍ରା । ଠାକୁରେ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ତା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ଭିତର ଓ ବାହାର ପରିବେଶ, ଭିତ୍ତିଭୂମି ସଜାଡିବାକୁ ପ୍ରଶାସନ ପ୍ରସ୍ତୁତି ଚଳାଇଛି । ପସ୍ତୁତି ଅଭିଯାନରେ ଭକ୍ତଙ୍କ ସୁଲଭ ଦର୍ଶନ, ସେବାୟତଙ୍କ ସୁବିଧା ଆଊ ମନ୍ଦିର ଭିତର ଭିତ୍ତିଭୂମି ସଜଡ଼ା ଚାଲିଛି । ଏହି ସବୁ କାମ ପାଇଁ ୨୫ ହଜାର ବର୍ଗଫୁଟ ମୁଗୁନି ପଥର ବ୍ୟବହୃତ ହେବ । ଏହା ବ୍ୟତୀତ ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ଛାତର କଲମକ୍ୟାପିଟାଲ ବିମ୍ରେ ଫାଟ ଚିହ୍ନଟ ହୋଇଛି । ସୂଚନା ମୁତାବକ ଜନ୍ମବେଦିର ସମ୍ପୂର୍ଣ୍ଣ ପୁନଃଉଦ୍ଧାର ହେବ । ଏଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜନ୍ମବୃତ୍ତାନ୍ତ, ଯାନିଯାତ୍ରା, ପର୍ବପର୍ବାଣିର ପ୍ରତିଛବି ସ୍ଥାନିତ ହେବ ବୋଲି ସୂଚନା ମିଳିଛି ।
ଏହା ମନ୍ଦିର ନାଟମଣ୍ଡପ ତଥା ଜନ୍ମବେଦିକୁ ବିପଦର କାରଣ ହୋଇ ଯାଇଛି । ବିମ୍ ଫାଟର ମରାମତି ପାଇଁ ମଧ୍ୟ ତନାଘନା ଚାଲିଛି । ଏବେ ଗୁଣ୍ଡିଚା ମନ୍ଦିର ପୁନଃଉଦ୍ଧାର ପ୍ରକଳ୍ପର ଦୁଇଟି ପରିଯୋଜନାର ଟେଣ୍ଡର ହୋଇଛି । ଟେଣ୍ଡର ଫାଇନାଲ ହୋଇ ଯାଇଛି । ଶ୍ରୀଗୁଣ୍ଡିଚା ମନ୍ଦିରର ପରିପାଶ୍ୱର୍ିକ ସୌନ୍ଦର୍ଯୀକରଣ ଏବଂ ଜନ୍ମବେଦିର ପୁନଃନିର୍ମାଣ ନେଇ ଦୁଇଟି ପ୍ରକଳ୍ପ ଉପରେ ପ୍ରଶାସନିକ ଅନୁମୋଦନ ଆବଶ୍ୟକ ହେଉଛି । ଦୁଇଟି ପ୍ରକଳ୍ପର ଟେଣ୍ଡର ମୂଲ୍ୟ ଫାଇନାଲ ହୋଇଛି । ଏହାକୁ ପ୍ରଥମେ ବୈଷୟିକ ଅନୁମୋଦନ ତା’ ପରେ ପ୍ରଶାସନିକ ଅନୁମୋଦନ ଆବଶ୍ୟକ ଥିବା ଜଣେ ପ୍ରଶାସନିକ ଅଧିକାରୀ କହିଛନ୍ତି । ଏହି କାରଣରୁ ପ୍ରକଳ୍ପର ବ୍ୟୟ ଅଟକଳକୁ ଅନୁମୋଦନ ପୂର୍ବରୁ ପ୍ରକାଶ କରିବାକୁ ପ୍ରଶାସନ ମନା କରି ଦେଇଛି ।
ଏହି ସ୍ଥିତିର ଅନୁଧ୍ୟାନ କରିବାକୁ ରଥଯାତ୍ରା ପୂର୍ବରୁ ପୁରୀ ଜିଲ୍ଲାପାଳ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ୪ ଜଣ ଯନ୍ତ୍ରୀ ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ କରିିଥିଲେ। ରଥଯାତ୍ରା ପୂର୍ବରୁ ଯାବତୀୟ ମରାମତି କାମ ଶେଷ ହୋଇଥିଲା । ରଥଯାତ୍ରା ପରେ ଜନ୍ମବେଦିର ନାଟମଣ୍ଡପ ଫାଟ ଯାଞ୍ଚ ବେଳେ ପଦାକୁ ଆସିଥିଲା। ପରିସ୍ଥିତି ଅନୂଧ୍ୟାନ କରିବାକୁ ପୁରୀ ଗଜପତି ମହାରାଜା ଦେଉଳ ପରିଦର୍ଶନ କରିଥିଲେ । ଜନ୍ମବେଦି ଛାତର ବିପଦଜନକ ସ୍ଥିତି ଦେଖି ସେ ଚିନ୍ତା ପ୍ରକଟ କରିଥିଲୋ। ମନ୍ଦିରର ଜଗମୋହନ ଛାତ ବିମ୍ରେ ଫାଟରୁ ସୂଚନା ମିଳିଥିଲା ନାଟମଣ୍ଡପ ପରିସ୍ଥିତିରେ ପରିବର୍ତ୍ତନ ଜରୁରି । ରୁର୍କୀସ୍ଥିତ ବିଲ୍ଡିଂ ରିସର୍ଚ୍ଚ ଅନୁଷ୍ଠାନର ବିଶେଷଜ୍ଞ, ପୂର୍ତ୍ତ ବିଭାଗର ପ୍ରମୁଖ ଯନ୍ତ୍ରୀଙ୍କ ସମେତ ଅନ୍ୟ ବିଶେଷଜ୍ଞମାନେ ଦ୍ୱିତୀୟ ଦଫାରେ ମନ୍ଦିର ପରିଦର୍ଶନ କରିଥିଲେ ।
ମନ୍ଦିର ବିକାଶ ବ୍ୟତୀତ ଜନ୍ମବେଦିର ପାରିପାଶ୍ୱିର୍କ ଭିତ୍ତିଭୂମି ବିକାଶକୁ ସାମିଲ କରାଯାଇଥିଲା । ମନ୍ଦିରରେ ରଙ୍ଗ ଦେବା, ମନ୍ଦିର ପରିସରକୁ ସଫା କରିବା, ଲ୍ୟାଣ୍ଡସ୍କେପ୍ ପ୍ରସ୍ତୁତ କରିବା, ସେବାୟତଙ୍କ ପାଇଁ ସିଂହଦ୍ୱାରରୁ ଗୁଣ୍ଡିଚା ମନ୍ଦିର ଆସିବାକୁ ବ୍ୟାଟେରୀ ଚାଲିତ ଅଟୋ ବ୍ୟବସ୍ଥା, ମନ୍ଦିର ପରିସରରେ ସେବାୟତଙ୍କ ସେଡ୍, ସେଡ୍ରେ ପଙ୍ଖା, କୁଲର, ରୋଷଘରର ବିକାଶ ଆଦି ବ୍ୟବସ୍ଥା କରିବାକୁ ପ୍ରକଳ୍ପର ଦ୍ୱିତୀୟ ଦଫାରେ ପ୍ରସ୍ତାବ ରହିଛି । ନୂଆଦିଲ୍ଲୀର ଏକ ସଂସ୍ଥା ଏହି ସୌନ୍ଦର୍ଯୀକରଣ କାମ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ମନ୍ଦିର ପରସରରେ ନିର୍ଦ୍ଧାରିତ ସ୍ଥାନରେ ପରିମାଣିକ ଟିକଟ କାଉଣ୍ଟର ନିର୍ମାଣ, ପହଣ୍ଡି ବିଜେ ରାସ୍ତାର ଯାବତୀୟ ମରାମତି, ଅନନ୍ଦବଜାରର ପରିବେଶ ପରିମଳ, ବିଜୁଳି ଆଲୁଅ ବ୍ୟବସ୍ଥା, ମନ୍ଦିର ବାହାର ବେଢ଼ାରୁ ଅନାବନା ଗଛ ସଫେଇ ତଥା ଜନ୍ମବେଦିର ପରମ୍ପରାକୁ ସ୍ଥାନିତ କରିବାକୁ ମଧ୍ୟ ଭିତ୍ତିଭୂମି ବିକାଶ ପରିକଳ୍ପନାରେ ପ୍ରସ୍ତାବ ରହିଛି ।
ଗୁଣ୍ଡିଚା ମନ୍ଦିର ଚାରି ପାଖରେ ବାରିକେଡ୍ ସଜାଡିବା, ପାଚେରିରେ ରଙ୍ଗ ଦେବା, ଯାତ୍ରୀଙ୍କ ଧାଡି ଦର୍ଶନ ପାଇଁ ବ୍ୟବସ୍ଥା, ପ୍ରସ୍ଥାନ ପଥର ସଫେଇ, ଶରଧାବାଲିର ସଫେଇ, ମନ୍ଦିର ଭିତର ବଗିଚାକୁ ସଜାଡିବା ସହ ଯାତ୍ରୀଙ୍କ ପାଇଁ ଆବଶ୍ୟକ ପାନୀୟ ଜଳ ଭଳି ଯାବତୀୟ ସେବା ଉପଲବଧ କରିବାକୁ ମଧ୍ୟ ପ୍ରସ୍ତାବ ରହିଥିବା ସୂଚନା ମିଳିଛି ।