ପ୍ରଥମ ଥର ଝିଅର ମୁହଁ ଦେଖାଇଲେ ଦେବିନା-ଗୁରୁମିତ, ଫଟୋ ସେୟାର କରି ଲେଖିଲେ ଏମିତି

ନୂଆଦିଲ୍ଲୀ ୦୪/୦୭: ଟିଭି ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ଗୁରୁମିତ ଚୌଧରୀ ଏବଂ ଦେବିନା ବାନାର୍ଜି ନିକଟରେ ଏକ କନ୍ୟା ସନ୍ତାନର ବାପା-ମା ହୋଇଥିଲେ। ଅନେକ ସମୟରେ ଗୁରୁମିତ ଏବଂ ଦେବିନା ନିଜ ଝିଅର ଫଟୋ ସୋସିଆଲ ମିଡିଆରେ ସେୟାର କରନ୍ତି। କିନ୍ତୁ ଏପର୍ଯ୍ୟନ୍ତ ସେ ଝିଅ ଲିଆନାର ଚେହେରା ଦେଖାଇନଥିଲେ। ସମ୍ପ୍ରତି ଦୁହେଁ ଝିଅର ପ୍ରଥମ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେମାନଙ୍କ ଝିଅର ସୁନ୍ଦର ଚେହେରା ଦେଖାଯାଇଛି। ଯାହା ଦେଖିବା ପରେ ଆପଣଙ୍କ ମନ ଖୁସି ହୋଇଯିବ।
ଦେବିନା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଝିଅର ଫଟୋ ସେୟାର କରିଛନ୍ତି। ସୋସିଆଲ ମିଡିଆରେ ଏହି ଫଟୋ ସେୟାର କରିବା ମାତ୍ରେ ଲୋକଙ୍କର ବିଭିନ୍ନ ପ୍ରତିକ୍ରିୟା ଆସୁଛି। ସମସ୍ତେ ତାଙ୍କ ଝିଅକୁ ଏଞ୍ଜଲ ଏବଂ କ୍ୟୁଟ୍ କହୁଛନ୍ତି। ଅଭିନେତ୍ରୀ କିଶ୍ୱର ମର୍ଚାଣ୍ଟ ମଧ୍ୟ ଗୁରୁମିତଙ୍କ ଝିଅର ଏହି ଫଟୋ ଉପରେ କମେଣ୍ଟ ଦେଇ ବହୁତ କ୍ୟୁଟ୍ ବୋଲି ଲେଖିଛନ୍ତି। ଏହା ସହିତ ହୃଦୟର ଇମୋଜି ମଧ୍ୟ ପୋଷ୍ଟ କରିଛନ୍ତି। କେବଳ କିଶ୍ୱର ନୁହଁନ୍ତି, ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ବ୍ୟକ୍ତିମାନେ ମଧ୍ୟ ଏହି ସୁନ୍ଦର ଫଟୋ ଦେଖି ନିଜର ପ୍ରେମ ବ୍ୟକ୍ତ କରୁଛନ୍ତି।