ପ୍ରମୂଖ ଖବର
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଗୁରୁ ପ୍ରଦୋଷ ବ୍ରତରେ ଶିବଲିଙ୍ଗରେ ଅର୍ପଣ କରନ୍ତୁ ଏହି ଜିନିଷ, ମିଳିବ ମହାଦେବଙ୍କ ଆଶୀର୍ବାଦ, ଦୂରେଇବ ସମସ୍ତ ଦୁଃଖ

Published By : Harapriya Sethi | March 24, 2025 11:39 AM

ଭଗବାନ ଶିବଙ୍କୁ ପ୍ରସନ୍ନ କରିବାର ସବୁଠାରୁ ସରଳ ଉପାୟ ହେଉଛି ପ୍ରତ୍ୟେକ ମାସରେ ପଡ଼ୁଥିବା ଗୁରୁ ପ୍ରଦୋଷ ବ୍ରତ । ଗୁରୁ ପ୍ରଦୋଷ ବ୍ରତ ପାଳନ କରୁଥିବା ବ୍ୟକ୍ତି ଉପରେ ଭଗବାନ ଶିବ ସବୁବେଳେ ପ୍ରସନ୍ନ ରହିଥାନ୍ତି । ଏହି ଦିନ ସନ୍ଧ୍ୟା ସମୟରେ ଭଗବାନ ଶିବ ଏବଂ ମାଆ ପାର୍ବତୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଏହି ଦିନ ସମସ୍ତ ରୀତିନୀତି ଅନୁଯାୟୀ ପୂଜା କରିବା ଏବଂ ଦାନ କରିବାର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି । 

ପ୍ରଦୋଷ ବ୍ରତ ଦିନ ମହାଦେବଙ୍କୁ କିଛି ଖାସ୍‌ ପଦାର୍ଥରେ ଅଭିଷେକ କରିବା ଉଚିତ୍‌ । ଏହି ଦିନ ଶିବ ଲିଙ୍ଗର ଅଭିଷେକ କରିବା ଦ୍ୱାରା ଭକ୍ତଙ୍କ ସମସ୍ତ ମନୋବାଞ୍ଛା ପୂରଣ ହୋଇଥାଏ । ଏହା ସହ ଘରେ ସୁଖ ଏବଂ ଶାନ୍ତି ବଜାୟ ରହିଥାଏ । ତେବେ ଏହି ପ୍ରଦୋଷ ବ୍ରତ ଅବସରରେ କେଉଁ ସବୁ ଜିନିଷରେ ଭିଗବାନ ଶିବଙ୍କ ଅଭିଷେକ କରିବା ଉଚିତ୍‌ ଆସନ୍ତୁ ଜାଣିବା ।

ଗୁରୁ ପ୍ରଦୋଷ ବ୍ରତର ଶୁଭ ମୁହୂର୍ତ୍ତ-

ଏହି ବ୍ରତ ଚୈତ୍ର ମାସର କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥିରେ ପାଳନ କରାଯାଏ। ଚୈତ୍ର ମାସର ପ୍ରଥମ ଗୁରୁ ପ୍ରଦୋଷ ବ୍ରତ ମାର୍ଚ୍ଚ ୨୭ ତାରିଖରେ ପାଳନ କରାଯିବ। ଏହି ଶୁଭ ତିଥି ମାର୍ଚ୍ଚ ୨୬ ତାରିଖ ରାତି ୧ଟା ୪୨ ରୁ ମାର୍ଚ୍ଚ ୨୭ ତାରିଖ ରାତି ୧୧ଟା ୩ ପର୍ଯ୍ୟନ୍ତ ରହିବ । ଉଦୟ ତିଥି ଅନୁସାରେ, ଏହି ଉପବାସ ମାର୍ଚ୍ଚ ୨୭ ତାରିଖରେ ପାଳନ କରାଯିବ ଏବଂ ଏହି ଦିନ ସନ୍ଧ୍ୟାରେ ଭଗବାନ ଶିବଙ୍କ ପୂଜା କରାଯିବ।

ଗୁରୁ ପ୍ରଦୋଷ ବ୍ରତ ଦିନ ଶିବଲିଙ୍ଗରେ ଏହି ଜିନିଷ ଅର୍ପଣ କରନ୍ତୁ-

  • ଯଦି ଆପଣ ଆପଣଙ୍କର ଅଟକି ରହିଥିବା କାମ ସମାପ୍ତ କରିବାକୁ ଚାହାଁନ୍ତି, ତେବେ ଗୁରୁ ପ୍ରଦୋଷ ବ୍ରତ ଦିନ ନିଶ୍ଚିତ ଭାବରେ ଭଗବାନ ଶିବଙ୍କୁ ଦୁଦୁରା ଫଳ ଅର୍ପଣ କରନ୍ତୁ । ଭଗବାନ ଶିବଙ୍କୁ ଦୁଦୁରା ଫଳ ବହୁତ ପସନ୍ଦ । ଶିବଲିଙ୍ଗରେ ଦୁଦୁରା ଫଳ ଏବଂ ଫୁଲ ଅର୍ପଣ କରୁଥିବା ବ୍ୟକ୍ତିଙ୍କ ପୂଜାକୁ ପ୍ରଭୁ ଗ୍ରହଣ କରନ୍ତି ଏବଂ ତାଙ୍କୁ ସୁଖ ଏବଂ ସମୃଦ୍ଧି ପ୍ରଦାନ କରନ୍ତି।
  • ଗୁରୁ ପ୍ରଦୋଷ ବ୍ରତରେ ଶିବଲିଙ୍ଗକୁ ଅଭିଷେକ କରିବାର ବିଶେଷ ନିୟମ ରହିଛି । ଏହି ଦିନ ଶିବଲିଙ୍ଗକୁ ଅଭିଷେକ କରିବା ପରେ ଲାଲ ଚନ୍ଦନ ଲଗାଇବା ଉଚିତ। ପ୍ରଭୁଙ୍କୁ ଶ୍ରଦ୍ଧାର ସହ ପୂଜାର୍ଚ୍ଚନା କରି ଦୀପ ଜାଳି ଭଗବାନ ଶିବଙ୍କ ନାମରେ ଆଳତୀ କରନ୍ତୁ । ପ୍ରଦୋଷ ବ୍ରତ ଦିନ ଏହା କରିବା ଦ୍ୱାରା ସୁଖ ଏବଂ ସମୃଦ୍ଧି ପ୍ରାପ୍ତ ହୁଏ ଏବଂ ସର୍ବକାଳର କର୍ତ୍ତା ମହାକାଳ ପ୍ରସନ୍ନ ହୁଅନ୍ତି।
  • ଭଗବାନ ଶିବଙ୍କୁ ସୁଗନ୍ଧିତ ଅତର ଅର୍ପଣ କରିବା ଦ୍ୱାରା ଜୀବନରେ ଖୁସି ଆସିଥାଏ । ଶିବଲିଙ୍ଗରେ ଅତର ଅର୍ପଣ କରୁଥିବା ବ୍ୟକ୍ତିଙ୍କୁ, ଭଗବାନ ଶିବଙ୍କ ଆଶୀର୍ବାଦ ପାପ୍ତ ହେବା ସହ ଅସୀମ ଧନ ପ୍ରାପ୍ତ ହୋଇଥାଏ । ଗୁରୁ ପ୍ରଦୋଷ ବ୍ରତ ଦିନ ଆପଣ ଶିବଲିଙ୍ଗରେ ବେଲପତ୍ର ଏବଂ ଭାଙ୍ଗ ମଧ୍ୟ ଅର୍ପଣ କରନ୍ତୁ । ଏହି ଉପାୟ କରିବା ଦ୍ୱାରା ଜୀବନର ପ୍ରତ୍ୟେକ ସମସ୍ୟାର ଅନ୍ତ ହୋଇଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.