PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ସଲମାନ ରୁଶଦୀଙ୍କ ଉପରେ ହମଲା : ଅଭିଯୁକ୍ତର ମାଆ କଲେ ଏହି ଖୁଲାସା

ନୂଆଦିଲ୍ଲୀ : ପ୍ରସିଦ୍ଧ ଲେଖକ ସଲମାନ ରୁଶଦୀଙ୍କୁ  ଛୁରାଘାତ କରିଥିବା ଅଭିଯୁକ୍ତ ୨୪ ବର୍ଷିୟ ସଦିଗ୍ଧର ମାଆଙ୍କ ଆସିଛି ପ୍ରତିକ୍ରିୟା। ସେ କହିଛନ୍ତି ତାଙ୍କ ପୁଅ ୨୦୧୮ ମସିହାରେ ମଧ୍ୟ-ପୂର୍ବର ଦେଶକୁ ଯାତ୍ରା କରିଥିଲା । ସେଠାରୁ ସେ ଆସିବା ପରେ ସଂପୂର୍ଣ୍ଣ ବଦଳି ଯାଇଥିଲା । ଅଭିଯୁକ୍ତର ମାଆ କହିଛନ୍ତି , ତାକୁ ଏହା ବି ଜଣାନାହିଁ ସେ ଯେଉଁ ଲେଖକଙ୍କୁ ଆକ୍ରମଣ କରିଛି , ସେ କିଏ । ଡେଲି ମେଲ୍‌ ସହ କଥାହୋଇ ଅଭିଯୁକ୍ତ ହାଦି ମଟରର ମାଆ ସିଲୱାନା ଫରଦୋସ୍‌ କହିଛନ୍ତି କି ତାଙ୍କର ପୁଅ ୨୦୧୮ରେ ମଧ୍ୟ-ପୂର୍ବର ଦେଶକୁ ଯାତ୍ରା ପରେ ବହୁତ ଚିଡ଼ିଚିଡ଼ା ସ୍ୱଭାବର ହୋଇ ଯାଇଥିଲା । ସେ କାହା ସହ ଅଧିକା କଥାବାର୍ତ୍ତା କରୁ ନଥିଲା। ପୂରା ବଦଳି ଯାଇଥିଲା ।

ସିଲୱାନା ଫରଦୋସ୍‌ କହିଛନ୍ତି ,ମୁଁ ଆଶା କରୁଥିଲି କି , ସେ ମୋଟିଭେଟ୍‌ ହୋଇ ଫେରି ଆସିବ , ନିଜର ପାଠପଢ଼ା ପୂରା କରିବ ଏବଂ ଡିଗ୍ରୀ ହାସଲ କରିବ ,ଯେଉଁଥିରେ ତାକୁ ଚାକିରି ମିଳିବ । ହେଲେ ଏହା ସତ୍ତ୍ୱେ , ସେ ନିଜକୁ ବେସମେଣ୍ଟରେ ବନ୍ଦ କରିଥିଲା । ସେ ବହୁତ ବଦଳି ଯାଇଥିଲା । ସେ ମାସ ମାସ ଧରି ମୋତେ ବା ନିଜର ଭଉଣୀକୁ କିଛି ବି କହିଲା ନାହିଁ ।

ସିଲୱାନା କହିଛନ୍ତି କି, ଫେରିବା ପରେ ତାଙ୍କର ପୁଅ ପୂର୍ବାପେକ୍ଷା ଅଧିକ ଧାର୍ମିକ ହେଉଥିଲା । କହି ରଖୁଛୁ କି ମଧ୍ୟ-ପୂର୍ବର ଦେଶ ଭୂରାଜନୀତିକ କ୍ଷେତ୍ର , ଯେଉଁଥିରେ ସାଧାରଣ ଭାବେ ଆରବ , ଏସିଆ ପୂର୍ବୀୟ କ୍ଷେତ୍ର , ମିଶର , ଇରାନ ,ଲେଭେଣ୍ଟ , ମେସୋପୋଟାମିଆ ଓ ସୋକୋଟ୍ରା ଦ୍ୱୀପ ସମୂହ ସାମିଲ ଅଛି । ସିଧା କହିଲେ ,ମଧ୍ୟ ପୂର୍ବୀୟ ମୁସଲିମ୍‌ ବହୁଳ ଦେଶ ଥିବା ଅଞ୍ଚଳ।

ସିଲୱାନା କହିଛନ୍ତି , ଯେବେ ଏଫବିଆଇ ଏଜେଣ୍ଟମାନେ ଶୁକ୍ରବାର ଦ୍ୱିପ୍ରହର ତାଙ୍କର ଫେୟରଭ୍ୟୁ , ନ୍ୟୁ ଜର୍ସି ସ୍ଥିତ ଘରେ ଚଢ଼ଉ କରିଥିଲେ , ସେତେବେଳେ ସେ ଏହି ଘଟଣା ବିଷୟରେ ଅବଗତ ହେଲେ । ମୋତେ ବିଶ୍ୱାସ ହେଲା ନାହିଁ କି ସେ ଏମିତି କିଛି କରିବାରେ ସକ୍ଷମ ଥିବ। ସେ ବହୁତ ଶାନ୍ତ ଥିଲା , ସମସ୍ତେ ତାକୁ ଭଲ ପାଉଥିଲେ ।

ସମ୍ବନ୍ଧିତ ଖବର