ଇଦ୍ ଅବସରରେ ପ୍ରାର୍ଥନା କରି ପାରିଲାନି ଆତଙ୍କବାଦୀ ହାଫିଜ୍

ଇସଲାମାବାଦ ୬।୬: ମୁମ୍ୱାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଆତଙ୍କବାଦୀ ହାଫିଜ ସୟିଦ ଇଦ୍-ଉଲ୍-ଫିତର ଅବସରରେ ଗଦାଫି ଷ୍ଟାଡିୟମରେ ପ୍ରାର୍ଥନା କରିପାରି ନାହିଁ। ଗତକାଲି ଏହି ଆତଙ୍କବାଦୀ ପାକିସ୍ତାନ ସ୍ଥିତ ଲାହୋରର ଜଉହର ସହରର ଗଦାଫୀ ଷ୍ଟାଡିୟମରେ ନାମଜ ପାଠର ନେତତ୍ୱ ନେବ ବୋଲି ଇଚ୍ଛା ପ୍ରକାଶ କରିଥିଲା। କିନ୍ତୁ ସ୍ଥାନୀୟ ଅଧିକାରୀ ପ୍ରାର୍ଥନା କରିବାକୁ ମନା କରି ଦେଇଥିଲେ। ଯଦି ଆଇନ ଉଲ୍ଲଂଘନ କରିବ ତାହେଲେ ହାଫିଜ ଗିରଫ ହୋଇପାରିବ ବୋଲି ସୂଚନା ଥିଲା। ପ୍ରତିବର୍ଷ ଗଦାଫି ଷ୍ଟାଡିୟମରେ ନମାଜ ପାଠ କରିଥାଏ ହାଫିଜ୍।
ମଙ୍ଗଳବାର ଦିନ ପାକିସ୍ତାନ ସରକାର ହାଫିଜ ପ୍ରାର୍ଥନା କରି ପାରିବନି ବୋଲି ମନା କରି ଦେଇଥିଲେ। ଏହାପରେ ଏକ ସ୍ଥାନୀୟ ମସଜିଦରେ ଆତଙ୍କବାଦୀ ହାଫିଜ ନମାଜ ପାଠ ପଢ଼ିଥିବା ଜଣାପଡ଼ିଛି।
ନିକଟରେ ଜାତିସଂଘ ହାଫିଜ ସୟିଦକୁ ଆତଙ୍କବାଦୀ ବୋଲି ଘୋଷଣା କରିଛି। ଏହାପରେ ପାକିସ୍ତାନ ବିଭିନ୍ନ ସରକାରୀ ପ୍ରସଙ୍ଗରେ ହାଫିଜକୁ ସମର୍ଥନ କରୁନଥିବା ଜଣାପଡ଼ିଛି। ହାଫିଜକୁ ଆତଙ୍କବାଦୀ ଘୋଷଣା କରିବା ପାଇଁ ଭାରତ ପ୍ରଥମେ ଜାତିସଂଘରେ ଅପିଲ୍ କରିଥିଲା। ଏହାପରେ ଚୀନ, ପାକିସ୍ତାନ ବିରୋଧ କରୁଥିଲେ ମଧ୍ୟ ଶେଷରେ ହାଫିଜ ସୟିଦ ଆତଙ୍କବାଦୀ ବୋଲି ଘୋଷିତ ହୋଇଛି।