PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

୩୮ ବର୍ଷ ପରେ ଘରେ ପହଁଞ୍ଚିବ ସିଆ ଚୀନ୍ ସହିଦଙ୍କ ପାର୍ଥୀବ ଶରୀର, ଅପରେସନ୍ ମେଘଦୂତ ବେଳେ ବରଫ ତଳେ ଦବି ଯାଇଥିଲେ

ନୂଆଦିଲ୍ଲୀ,୧୫।୮: ପୁରା ଦେଶ ସ୍ବାଧୀନତାର ୭୫ ତମ ଅମୃତ ମହୋତ୍ସବ ପାଳନ କରୁଛି। ସିଆ ଚୀନ୍‌ରେ ନିଜର ଜୀବନ ହରାଇଥିବା ଜଣେ ସହିଦ ସିପାହୀଙ୍କ ପାର୍ଥିବ ଶରୀର ୩୮ ବର୍ଷ ପରେ ତାଙ୍କୁ ଉତ୍ତରାଖଣ୍ଡର ହଲଦାନୀ ସ୍ଥିତ ନିଜ ଘରକୁ ନିଆଯାଉଛି ଆମେ କଥା ହେଉଛୁ ଯେ, ୧୯ କୁମାଉଁ ରେଜିମେଣ୍ଟର ଯବାନ ଚନ୍ଦ୍ରଶେଖର ହର୍ବୋଲାଙ୍କ ବିଷୟରେ। ୨୯ ମଇ ୧୯୮୪ ରେ ସିଆ ଚୀନ୍‌ରେ ଅପରେସନ୍ ମେଘଦୂତ ବେଳେ ହର୍ବୋଲାଙ୍କ ଜୀବନ ଚାଲିଯାଇଥିଲା। ବରଫ ଝଡ ଭିତରେ ୧୯ ଜଣ ଯବାନ ଚାପି ହୋଇଯାଇଥିଲେ, ତାଙ୍କ ଭିତରୁ ୧୪ ଜଣଙ୍କର ମୃତଦେହ ଜବତ କରାଯାଇଥିଲା, କିନ୍ତୁ ୫ ଜଣ ଯବାନଙ୍କ ମୃତଦେହ  ମିଳିପାରିନଥିଲ।

ଏହାପରେ ସେନା ପତ୍ର ଜରିଆରେ ଘର ଲୋକଙ୍କୁ ଚନ୍ଦ୍ରଶେଖରଙ୍କ ସହିଦ ହେବାର ସୂଚନା ଦେଇଥିଲା। ପରିବାର ଲୋକ ବିନା ଶବରେ ଚନ୍ଦ୍ରଶେଖରଙ୍କ ଅନ୍ତିମ ସଂସ୍କାର ପାହାଡି ରୀତି-ନୀତି ହିସାବରେ କରିଥିଲେ। ଏଥର ଯେତେବେଳେ ସିଆ ଚୀନ୍‌ ଗ୍ଲାସିୟରରେ ବରଫ ତରଳିବା ଆରମ୍ଭ ହୋଇଥିଲା, ସେତେବେଳେ ନିଖୋଜ ଥିବା ସୈନିକଙ୍କ ସନ୍ଧାନ କରାଯାଇଥିଲା। ଶେଷ ଚେଷ୍ଟାରେ ଆଉ ଜଣେ ସୈନିକ ଲାନ୍ସ ନାୟକ ଚନ୍ଦ୍ରଶେଖର ହର୍ବୋଲାଙ୍କ ଅସ୍ଥି ଶେଷ ଗ୍ଲାସିୟରରେ ଥିବା ଏକ ପୁରୁଣା ବଙ୍କରରେ ମିଳିଥିଲା। ତାଙ୍କର ମୃତଦେହ ଏକ ଡିସ୍କ ଯୋଗୁଁ ଚିହ୍ନଟ ହୋଇଥିଲା, ଯେଉଁଥିରେ ସେନାର ନମ୍ବର ୪୧୬୪୫୮୪ ଲେଖାଥିଲା।

୧୯୮୪ ରେ ଲାନ୍ସ ନାୟକ ଚନ୍ଦ୍ରଶେଖର ହର୍ବୋଲାଙ୍କ ବୟସ କେବଳ ୨୮ ବର୍ଷର ଥିଲା। ସେଭଳି ତାଙ୍କର ବଡ ପୁଅ ୮ ବର୍ଷ ଓ ଛୋଟ ଝିଅ ପ୍ରାୟ ୪ ବର୍ଷର ଥିଲା। ପତ୍ନୀଙ୍କ ବୟସ ୨୭ ବର୍ଷର ଥିଲା। ଏବେ ୩୮ ବର୍ଷ ପରେ ଶହୀଦ ଚନ୍ଦ୍ର ଶେଖରଙ୍କ ପାର୍ଥିବ ଶରୀର ସିଆ ଚୀନ୍‌ରେ ବରଫ ଭିତରେ ଦବି ହୋଇଥିବା ଅବସ୍ଥାରେ ମିଳିଥିଲା, ଯାହାକୁ ୧୫ ଅଗଷ୍ଟ ଅର୍ଥାତ ସ୍ବାଧୀନତା ଦିବସରେ ତାଙ୍କ ଘରକୁ ଅଣାଯାଇ ପୁରା ରାଜକୀୟ ସମ୍ମାନ ସହିତ ଅନ୍ତିମ ସଂସ୍କାର କରାଯିବ।

ସମ୍ବନ୍ଧିତ ଖବର