ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଗାଜାରେ ଇସ୍ରାଏଲ ସେନା ଉପରେ ହମାସ ଆତଙ୍କବାଦୀଙ୍କ ଜୋରଦାର୍ ଆକ୍ରମଣ, ବିସ୍ଫୋରଣରେ ୭ ସୈନିକଙ୍କ ମୃତ୍ୟୁ…

Published By : Ladu Kishor | June 25, 2025 6:43 PM

ନୂଆଦିଲ୍ଲୀ: ଇସ୍ରାଏଲୀ ସେନା ଉପରେ ଏକ ବଡ଼ ଆକ୍ରମଣ କରିଛନ୍ତି ହମାସ ଆତଙ୍କବାଦୀ। ମଙ୍ଗଳବାର ଦିନ ଦକ୍ଷିଣ ଗାଜାର ଖାନ ୟୁନିସ୍ ସହରରେ ଏକ ଇସ୍ରାଏଲୀ ସଶସ୍ତ୍ର ଯାନରେ ବିସ୍ଫୋରକ ରଖି ଏହି ଆକ୍ରମଣ କରାଯାଇଛି । ଏହି ବିସ୍ଫୋରଣ ଯୋଗୁଁ ୭ ଜଣ ଇସ୍ରାଏଲୀ ସୈନିକଙ୍କ ମୃତ୍ୟୁ ହୋଇଛି । ଏନେଇ ଆଜି (ବୁଧବାର) ଜଣେ ଇସ୍ରାଏଲୀ ସୈନ୍ୟ ଅଧିକାରୀ କହିଛନ୍ତି ଯେ, ଏହା ଗାଜାରେ ଇସ୍ରାଏଲୀ ସେନା ପାଇଁ ଏକ ଘାତକ ଆକ୍ରମଣ । 

ସୂଚନାଥାଉକି, ୭ ଅକ୍ଟୋବର ୨୦୨୩ରେ ହମାସ ଆକ୍ରମଣ ପରଠାରୁ ହମାସ ସହିତ ଆରମ୍ଭ ହୋଇଥିବା ଯୁଦ୍ଧରେ ଏପର୍ଯ୍ୟନ୍ତ ୮୬୦ ରୁ ଅଧିକ ଇସ୍ରାଏଲୀ ସୈନିକଙ୍କ ମୃତ୍ୟୁ ହୋଇଛି। ଇସ୍ରାଏଲୀ ସେନା କହିଛି ଯେ, ଖାନ ୟୁନିସ୍ ଅଞ୍ଚଳରେ ଗୁଳି ବିନିମୟରେ ମଙ୍ଗଳବାର ଦିନ ଜଣେ ସୈନିକ ଗୁରୁତର ଆହତ ହୋଇଛନ୍ତି। ହମାସର ସାମରିକ ଶାଖା ଅଲ୍-କାସିମ୍ ବ୍ରିଗେଡ୍ସ ଏହାର ଟେଲିଗ୍ରାମ ଚ୍ୟାନେଲରେ କହିଛି ଯେ, ଏହା ଦକ୍ଷିଣ ଗାଜା ପଟ୍ଟିରେ ଏକ ଆବାସିକ କୋଠା ଭିତରେ ଲୁଚି ରହିଥିବା ଇସ୍ରାଏଲୀ ସୈନିକଙ୍କ ଉପରେ ଆକ୍ରମଣ କରିଛି। ଆହୁରି ମଧ୍ୟ କହିଛି ଯେ, ଦକ୍ଷିଣ ଖାନ ୟୁନିସରେ ହୋଇଥିବା ଆକ୍ରମଣରେ "ୟାସିନ ୧୦୫" କ୍ଷେପଣାସ୍ତ୍ର ଏବଂ ଅନ୍ୟ ଏକ କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଥିଲା, ଯେଉଁଥିରେ ଅନେକ ସୈନିକ ପ୍ରାଣ ହରାଇଥିଲେ ଏବଂ ଅନେକ ଆହତ ହୋଇଥିଲେ। ଏହା ପରେ, କୋଠାକୁ ମେସିନ ଗନ ଦ୍ୱାରା ଟାର୍ଗେଟ କରାଯାଇଥିଲା। 

ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଇସ୍ରାଏଲର ୨୧ ମାସର ସାମରିକ ଅଭିଯାନରେ ଏପର୍ଯ୍ୟନ୍ତ ୫୬,୦୭୭ ପାଲେଷ୍ଟାଇନୀଙ୍କ ମୃତ୍ୟୁ ହୋଇଛି। ଗାଜାରେ ନିରନ୍ତର ସାମରିକ କାର୍ଯ୍ୟାନୁଷ୍ଠାନ ସାଧାରଣ ନାଗରିକଙ୍କୁ ମଧ୍ୟ ଖରାପ ଭାବରେ ପ୍ରଭାବିତ କରିଛି, ଯେଉଁଥିରେ ମହିଳା ଏବଂ ଶିଶୁ ମାନେ ବହୁ ସଂଖ୍ୟାରେ ସାମିଲ ଅଛନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.