ନୂଆଦିଲ୍ଲୀ, ୦୩/୦୪ : ଦୁନିଆର ସବୁଠୁ ଭୟାନକ ଡାଇନେସୋର ଟି-ରେସ୍କରର ଚମଡ଼ାରେ ତିଆରି ହୋଇଛି ହ୍ୟାଣ୍ଡବ୍ୟାଗ୍। ଲୁକ୍ ଯେମିତି ଦାମ୍ ବି ସେମିତି। ଡାଇନେସୋରର ଜୀବାଶ୍ମରୁ ବାହାର କରାଯାଇଥିବା କୋଲେଜନ ପ୍ରୋଟିନକୁ ବ୍ୟବହାର କରି ବୈଜ୍ଞାନିକମାନେ ଏହି ହ୍ୟାଣ୍ଡବ୍ୟାଗ୍ ପ୍ରସ୍ତୁତ କରିଛନ୍ତି। ଏହି ବ୍ୟାଗ୍ କୁ ଆମଷ୍ଟ୍ରର୍ଡମ୍ ର ଆର୍ଟ ଜୁ ମ୍ୟୁଜିଅମରେ ରଖାଯାଇଛି। ଏହା ହାଲକା ନୀଳ ଏବଂ ହଳଦିଆର ରଙ୍ଗର ବ୍ୟାଗ୍ ଏକ ପିଞ୍ଜରାରେ ପ୍ରଦର୍ଶନ କରାଯାଇଛି। ଏହାର ଚାରିପାଖରେ ଟି-ରେକ୍ସର ଏକ ପିଞ୍ଜରା ରଖାଯାଇଛି। ମେ ୧୧ ଯାଏଁ ଏହି ପ୍ରଦର୍ଶନୀ ରହିବ। ଏହା ପରେ ବ୍ୟାଗଟିକୁ ନିଲାମ କରାଯିବ। ଏବେ ବ୍ୟାଗ୍ ର ଦାମ୍ ୪ କୋଟି ୬୩ ଲକ୍ଷ ଟଙ୍କା ରଖାଯାଇଛି।

ବୈଜ୍ଞାନିକମାନେ ଟି-ରେକ୍ସର ଜୀବାଶ୍ମରୁ ପୁରୁଣା ପ୍ରୋଟିନର ଛୋଟ ଛୋଟ କଣିକା ବାହାର କରିଥିଲେ। ଏହି କଣିକାକୁ ଜେନେଟିକ୍ ଇଞ୍ଜିନିୟରିଂ ସାହାଯ୍ୟରେ ଏକ ଅଜ୍ଞାତ ପଶୁର କୋଷିକାରେ ଛଡାଯାଇଥିଲା। ଏଥିରୁ କୋଲେଜନ ପ୍ରୋଟିନ ତିଆରି ହୋଇଥିଲା। ଏହାପରେ ଏହାକୁ ଚମଡ଼ାରେ ପରିବର୍ତ୍ତନ କରାଯାଇଥିଲା। ଦ ଅର୍ଗେନାଇଡ୍ କମ୍ପାନୀର ସିଇଓ ଥମସ୍ ମିଶେଲ କହିଛନ୍ତି ଯେ, ଏଥିରେ ବହୁ ଟେକ୍ନିକାଲ ଚ୍ୟାଲେଞ୍ଜ୍ ର ସାମ୍ନା କରିବାକୁ ପଡ଼ିଥିଲା। ଆର୍ଗେନାଇଡ୍, ବିଏମଏଲ ଏବଂ ଲ୍ୟାବ୍ ଗ୍ରୋନ ଲେଦର ଲିମିଟେଡ୍ କମ୍ପାନୀ ଏହି ପ୍ରୋଜେକ୍ଟ ତିଆରି କରିଛନ୍ତି। ଲ୍ୟାବ୍ ଗ୍ରୋନ ଲେଦର ଲିମିଟେଡର ସିଇଓ ଚେ କାନନ କହିଛନ୍ତି ଯେ, ଏହା ଆଡଭାନ୍ସ ଟେକନିକର ଏକ ପରିବେଶ ଅନୁକୂଳ ବ୍ୟାଗ୍। ୨୦୨୩ ମସିହାରେ, ଏହି ତିନୋଟି କମ୍ପାନୀ ମେଣ୍ଢା କୋଷରେ ପଶମ ମାମଥ ଡିଏନଏ ପ୍ରବେଶ କରାଇ ଏକ ବଡ଼ ମାଂସପଟି ତିଆରି କରିଥିଲେ। ତେବେ କିଛି ବୈଜ୍ଞାନିକ ଏହି ବ୍ୟାଗ୍ କୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି।

ମେରିଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ଜୀବାଶ୍ମ ବିଶେଷଜ୍ଞ ଥମାସ୍ ଆର. ହୋଲ୍ଟେଜ୍ ଜୁନିଅର କହିଛନ୍ତି ଯେ, ଟି-ରେକ୍ସ ଜୀବାଶ୍ମରେ ମିଳୁଥିବା କୋଲେଜନ ଚମଡ଼ାରୁ ନୁହେଁ, ହାଡ଼ରୁ ଆସିଥାଏ। ପ୍ରୋଟିନଗୁଡ଼ିକ ମେଳ ଖାଇଲେ ମଧ୍ୟ ଚମଡ଼ାକୁ ମଜବୁତ ଏବଂ ସ୍ୱତନ୍ତ୍ର କରୁଥିବା ଫାଇବର ବ୍ୟବସ୍ଥା ପ୍ରକୃତ ଚମଡ଼ା ପରି ମଜବୁତ ନୁହେଁ। ତେବେ କିଛି ନୂଆ ଉଦ୍ଭାବନ ହେଲେ ଉଭୟ ପ୍ରଶଂସା ଓ ସମାଲୋଚନା ମିଳେ। ଏହି ହ୍ୟାଣ୍ଡବ୍ୟାଗ୍ ଏବେ ସାରା ବିଶ୍ଵରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଦର୍ଶନୀ ସରିବା ପରେ ଏହି ବ୍ୟାଗ୍ ଟି କେତେ ଟଙ୍କାରେ ବିକ୍ରି ହେଉଛି ତାହା ଦେଖିବା ବାକି ରହିଲା।

ଏହି ଖବରଟିକୁ ପଢନ୍ତୁ- ଏଠି ବଡ଼ ପେଟ ପାଇଁ ହୁଏ ପ୍ରତିଯୋଗିତା, ସହଜରେ ମିଳନ୍ତି ସୁନ୍ଦର କନ୍ୟା