ନୂଆଦିଲ୍ଲୀ : ତୁ ମୋଟାଟା । ତୋ ପେଟ ବାହାରିଛି । ତତେ କିଏ ଭଲ ପାଇବ ମ । ଦର୍ଶକବନ୍ଧୁ ଯଦି କାହାର ପେଟ ବାହାରେ ସାଙ୍ଗମାନେ ଏମିତି କହି ଥଟ୍ଟା କରନ୍ତି । ଆଉ ଝିଅମାନେ ପେଟ ବାହାରିଥିବା ପୁରୁଷଙ୍କୁ ଦେଖି ମୁହଁ ଫେରାଇ ଦିଅନ୍ତି । ଯେଉଁଥି ପାଇଁ ଆଜିକାଲି ସମାଜରେ ଅନେକ ଜିମ୍ ଯାଇ ନିଜକୁ ଫିଟ୍ ରଖୁଛନ୍ତି । କିଏ ସିକ୍ସ ପ୍ୟାକ୍ ବାହାର କରୁଛି ତ ଆଉ କିଏ ନିଜର ବାହୁ ବଢ଼ାଉଛି । ଆପଣ ବିଶ୍ବାସ କରିପାରିବେ ନାହିଁ ଦୁନିଆରେ ଏମିତି ଏକ ସ୍ଥାନ ରହିଛି ଯେଉଁଠାରେ ଯୁବତୀମାନେ ବଡ଼ ପେଟ ରହିଥିବା ଯୁବକ ସେମାନଙ୍କ ପ୍ରଥମ ପସନ୍ଦ ପାଲଟିଥାନ୍ତି ।
ଆମେ କହୁଛୁ ଇଥିଓପିଆର ଓମି ଘାଟିରେ ରହୁଥିବା ବୋଡି ଜନଜାତିଙ୍କ କଥା । ଯେଉଁଠାରେ ମାନାଯାଏ କି, ଯେଉଁ ପୁରୁଷଙ୍କ ପେଟ ଯେତେ ବଡ଼ ସେ ସେତେ ଶକ୍ତିଶାଳି ଏବଂ ସୁନ୍ଦର । ପ୍ରତିବର୍ଷ ଏହି ଜନଜାତି କାଏଲ ଉତ୍ସବ ପାଳିଥାନ୍ତି । ଯାହାକି ତାଙ୍କ ସଂପ୍ରଦାୟର ବଡ଼ ପର୍ବ ବୋଲି ମଧ୍ୟ ମାନାଯାଏ । ଏହି ଉତ୍ସବରେ ବଡ଼ ବଡ଼ ପେଟ ଥିବା ପୁରୁଷଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ସାଧାରଣତଃ ଏଠାକାର ଯୁବତୀମାନେ ଆଗ୍ରହର ସହ ଏହି ଉତ୍ସବକୁ ଚାହିଁ ରହିଥାନ୍ତି । ଯେଉଁ ପୁରୁଷ ଏହି ପ୍ରତିଯୋଗିତାରେ ବିଜୟୀ ହୁଅନ୍ତି ତାଙ୍କୁ ତାଙ୍କ ସଂପ୍ରଦାୟର ସୁପର ମଡେଲ ବୋଲି ମାନାଯାଏ । ଭାବନ୍ତୁ ତ ଯିଏ ସୁପର ମଡେଲ ହେବେ ତାଙ୍କୁ ସ୍ବାମୀ ଭାବେ ପାଇବା ପାଇଁ ସବୁ ଝିଅ ମନ ବଳାଇବେ ନିଶ୍ଚୟ । ଯେଉଁ କାରଣରୁ ବଡ଼ ପେଟ ଥିବା ପୁରୁଷ ସମାଜର ସୁନ୍ଦର ଝିଅକୁ ବିବାହ କରନ୍ତି ।
ଏବେ ଆପଣଙ୍କ ମନରେ ଏକ ପ୍ରଶ୍ନ ଆସୁଥିବ ନିଶ୍ଚୟ ଏମାନେ ପେଟ କେମିତି ବଢ଼ାନ୍ତି ? ସ୍ବାଭାବିକ ଭାବରେ ପେଟ ଏତେ ବଡ଼ କରି ଅସମ୍ଭବ । ଯେଉଁ କାରଣରୁ ଏହି ପ୍ରତିଯୋଗିତା ହେବାର ୬ ମାସ ପୂର୍ବରୁ ପେଟ ବଢ଼ାଇବା ପାଇଁ ଲାଗି ପଡ଼ନ୍ତି ଯୁବକମାନେ । ଏବେ ଭାବନ୍ତୁ ତ ୬ ମାସ ମଧ୍ୟରେ କ’ଣ ଏତେ ବଡ଼ ବଡ଼ ପେଟ ବନାଇ ହେବ ? ଏମାନେ ଏମିତି କ’ଣ ଖାଆନ୍ତି କି ? ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ କି, ଗାଇ କ୍ଷୀର ସାଙ୍ଗକୁ ଗାଇର ରକ୍ତକୁ ମଧ୍ୟ ଏମାନେ ପିଇ ଦିଅନ୍ତି । କିନ୍ତୁ ଏମାନେ ଗାଇକୁ ମାରନ୍ତି ନାହିଁ । ଗାଇର ଶିରାରୁ ରକ୍ତକୁ ଆଣି ମାଟି ପାତ୍ରରେ ରଖନ୍ତି ଆଉ ପରେ ଏହାକୁ ପିଅନ୍ତି । ସେମାନଙ୍କ ବିଶ୍ବାସ ରହିଛି କି, ଏହି ରକ୍ତକୁ ପିଇଲେ ଗାଇଙ୍କ ଭଳି ବଡ଼ ପେଟ ହୋଇଯିବ । ଆଉ ୬ ମାସ ଧରି ଏପରି ପ୍ରସ୍ତୁତ ହୋଇଥାନ୍ତି । ଆଉ କାଏଲ ଉତ୍ସବରେ ପୁରୁଷମାନେ ଦେହରେ ପାଉଁଶ ଏବଂ ମାଟିକୁ ବୋଳି ହୋଇଥାନ୍ତି । ଯାହାଦ୍ବାରା ପେଟଗୁଡ଼ିକ ଅଧିକ ବଡ଼ ଦିଶିବା ସହ ଜଣାପଡ଼ିଥାଏ । ଏମାନେ ବେଶ ଖୁସିର ସହ ପ୍ରଥମେ ନାଚିଥାନ୍ତି । ଆଉ ପରେ ପ୍ରତିଯୋଗିତାରେ ବଡ଼ ପେଟ ଥିବା ପୁରୁଷଙ୍କୁ ସମାଜର ସୁପର ମଡେଲ ଭାବେ ବଛା ଯାଇଥାଏ । ଏହି ପ୍ରତିଯୋଗିତାରେ ଜିତିବା ପରେ ସମାଜର ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ବହନ କରିବା ସହ ସୁନ୍ଦରୀ ଯୁବତୀଙ୍କୁ ବିବାହ ମଧ୍ୟ କରିଥାନ୍ତି ।
ଏହାସହ ପଢ଼ନ୍ତୁ : ପରକୀୟାପ୍ରୀତି ପାଇଁ ଡେଟିଙ୍ଗ ଆପ୍, ମାୟାଜାଲରେ ୪୦ ଲକ୍ଷରୁ ଅଧିକ ଭାରତୀୟ