PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

୧୬ ବର୍ଷ ବୟସରେ ମାଚ୍ୟୋର୍ ଦେଖାଯିବାକୁ ହଂସିକାଙ୍କୁ ମା’ ଦେଇଥିଲେ ଇଞ୍ଜେକ୍ସନ୍

ନୂଆଦିଲ୍ଲୀ ୦୯/୦୮: ସାଉଥ୍ ଅଭିନେତ୍ରୀ ହଂସିକା ମୋଟୱାନି ଆଜି ତାଙ୍କର ୩୧ ତମ ଜନ୍ମଦିନ ପାଳନ କରୁଛନ୍ତି। ହଂସିକା ଶିଶୁ କଳାକାର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ଟିଭି ଶୋ ‘ଶାକା ଲାକା ବୁମ୍ ବୁମ୍’ ମାଧ୍ୟମରେ ଘରେ ଘରେ ପରିଚିତ ହୋଇଥିଲେ। କିନ୍ତୁ ଏହା ପରେ ସେ ପରଦାରୁ ଅଦୃଶ୍ୟ ହୋଇଗଲେ।

Hansika Motwani has nine projects lined up this year

ହଂସିକା ଦୀର୍ଘ ସମୟ ଧରି ଲାଇମଲାଇଟ୍ ଠାରୁ ଦୂରରେ ଥିଲେ ଏବଂ ତା’ପରେ ସେ ହଠାତ୍ ମୁଖ୍ୟ ଭୂମିକାରେ କମବ୍ୟାକ୍ କଲେ। କିନ୍ତୁ ଖୁବ୍ କମ୍ ବୟସରେ ଦର୍ଶକ ତାଙ୍କ ମଧ୍ୟରେ ଅନେକ ପରିବର୍ତ୍ତନ ଦେଖିଥିଲେ। ସେ ପୂର୍ବ ଅପେକ୍ଷା ଅଧିକ ମାଚ୍ୟୋର୍ ଦେଖାଯାଉଥିଲେ। ଅବଶ୍ୟ, ଏହା ପଛର କାରଣ କିଛି ସମୟ ପରେ ସାମ୍ନାକୁ ଆସିଲା, ଯାହା ସମସ୍ତଙ୍କୁ ଚକିତ କରିଥିଲା।

Kannan's directorial starring Hansika to be a sci-fi, fantasy, horror-comedy

୧୬ ବର୍ଷ ବୟସରେ ହଂସିକା ଏତେ ମାଚ୍ୟୋର୍ ଦେଖାଯିବାର କାରଣ, ତାଙ୍କ ମାଆ ତାଙ୍କୁ ଦେଇଥିବା ହରମୋନ୍ ଇଞ୍ଜେକ୍ସନ୍। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହଂସିକାଙ୍କ ମାଆ ଅଭିନେତ୍ରୀଙ୍କ କ୍ୟାରିୟରକୁ ନେଇ ବହୁତ ସିସିୟସ୍ ଥିଲେ ଏବଂ ସେ ତାଙ୍କ ଝିଅକୁ ହରମୋନ୍ ଇଞ୍ଜେକ୍ସନ ଦେଇଥିଲେ। ଯାହା ଦ୍ୱାରା ସେ ହିମେଶ ରେଶମିଆଙ୍କ ଫିଲ୍ମ ‘ଆପକା ସୁରୁର’ ମାଧ୍ୟମରେ ଜଣେ ମୁଖ୍ୟ ଅଭିନେତ୍ରୀ ଭାବରେ ଫେରିପାରିବେ।

Hansika Motwani Biography, Height, Weight, Age, Movies, Husband, Family,  Salary, Net Worth, Facts & More - Primes World

ତେବେ ହଂସିକାଙ୍କୁ ଜଣେ ସଫଳ ତାରକା କରିବା ପାଇଁ ତାଙ୍କ ମାଙ୍କର ଉଦ୍ୟମ କାମ କରିନଥିଲା । କାରଣ ହଂସିକା ଫିଲ୍ମରେ ସେହି ଯାଦୁ ଦେଖାଇ ପାରିନଥିଲେ। ‘ଆପକା ସୁରୁର’ ପରେ ହଂସିକାଙ୍କୁ ‘ମନି ହୈ ତୋ ହନି ହୈ’ ଫିଲ୍ମରେ ଦେଖିବାକୁ ମିଳିଥିଲା, କିନ୍ତୁ ଫିଲ୍ମଟି ବକ୍ସ ଅଫିସରେ କମାଲ ଦେଖାଇପାରିଲା ନାହିଁ।