ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ହଂସିତା ଗିରଫ ମାମଲା ; ଆଉ ଏକ ମାମଲା ରୁଜୁ କଲା ଇନଫୋସିଟି ଥାନା

Published By : Gurupada Nath | January 17, 2025 6:00 PM

ଭୁବନେଶ୍ୱର, ୧୭/୧ : ହଂସିତା ଅଭିଲିପ୍ସା ଗିରଫ ମାମଲା । ହଂସିତାଙ୍କ ନାଁରେ ଦ୍ବିତୀୟ ମାମଲା ରୁଜୁ କଲା ଇନଫୋସିଟି ଥାନା ପୋଲିସ । ୨୦୨୩ରେ ହଂସିତା ଅଭିଲିପ୍ସା ନାଁରେ ବାହାର କରିଥିଲେ ପାସପୋର୍ଟ । ୨୦୧୬ ମସିହାରେ ବଗଗଡ ଥାନାରେ ହୋଇଥିବା କେସ୍‌ରେ ନିଜର ନାଁ ବିଷ୍ଣୁପ୍ରିୟା ଚାନ୍ଦ ବୋଲି କହିଥିଲେ । ଠକେଇ କେସ୍‌ରେ ଇନଫୋସିଟି ଥାନା ପୋଲିସ ଏକ ମାମଲା ରୁଜୁ କରିଛି । ମାମଲା ନେଇ ଭୁବନେଶ୍ୱର JMFC କୋର୍ଟଙ୍କୁ ଅବଗତ କରାଇଲା ପୋଲିସ । ଏହି ମାମଲାରେ ଆଜି JMFC କୋର୍ଟରେ ହାଜର ହୋଇଥିଲେ ହଂସିତା ।

ପ୍ରକାଶ ଯେ,  ହଂସିତା ଓ ତାଙ୍କର ବନ୍ଧୁ ଅନୀଲ ଗତ ୩ ବର୍ଷରେ ୧୨୦ କୋଟି ଟଙ୍କାର କାରବାର କରିଛନ୍ତି । ସେଥିରୁ ୬୦ କୋଟି ଟଙ୍କାର କାରବାରରେ ଟିକସ ସମ୍ପର୍କରେ ଅନିଲ ଓ ହଂସିତା ତଥ୍ୟ ଦେଇ ପାରୁନାହାନ୍ତି । ଦୁଇ ମହାଠକଙ୍କୁ ଟଙ୍କା କାରବାରର ହିସାବ ମାଗିଛି ଆୟକର ବିଭାଗ । ଏହି ବେନାମୀ ଟଙ୍କା କାରବାର ପଛରେ ବହୁ ବଡ଼ବଡ଼ିଆଙ୍କ ସମ୍ପୃକ୍ତି ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ବିଶେଷ କରି ହଂସିତାଙ୍କ ଦ୍ଵିତୀୟ ସ୍ବାମୀ ନିକଟରୁ ଅନେକ ସମ୍ପତ୍ତି ମିଳିଛି । ସୁନାଗହଣା, ହୀରା ଅଳଙ୍କାର, ନଗଦ ଟଙ୍କା, ଅଚଳାଚଳ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି । ମିଳିଥିବା ବେନାମୀ ସମ୍ପତ୍ତିର ଆକଳନ କରୁଛି ବିଭାଗ । 

ପୋଲିସ ହାତରେ ଲାଗିଥିବା ତିନିଟି ନାମୀ ଦାମୀ ଗାଡି ଗୁଡିକୁ ବିକ୍ରି ପାଇଁ ରେଜିଷ୍ଟ୍ରେସନ ନ କରିବା ପାଇଁ ଆରଟିଓ ଆୟକର ବିଭାଗଙ୍କୁ ଚିଠି ଲେଖିଛି । ହଂସିତା ଓ ଅନୀଲଙ୍କ ପୋର୍ସେ, ଜାଗୁଆର୍ ଓ ମର୍ସିଡିଜ୍ ଭଳି ୩ଟି ଦାମୀ କାର୍ ଜବତ କରି ଭୁବନେଶ୍ୱରରେ ପୋଲିସ ସେବା ଭବନରେ ରଖିଛି ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.