PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

୫୨ ବର୍ଷ ବୟସରେ ଫିଟ୍ ଅଛନ୍ତି ମନୀଷା କୋଇରାଲା, ଖୁବ୍ ଶୀଘ୍ର ପରଦାକୁ କରିବେ କମବ୍ୟାକ୍

ନୂଆଦିଲ୍ଲୀ ୧୬/୦୮: ବଲିଉଡ୍ ଅଭିନେତ୍ରୀ ମନୀଷା କୋଇରାଲା ଆଜି ତାଙ୍କର  ୫୨ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ମୁମ୍ବାଇ ଏକ୍ସପ୍ରେସ, କାଚେ ଧାଗେ, ଲଜ୍ଜା, ଚାମ୍ପିଅନ୍, ଖୌପ୍, ବାଗୀ ଭଳି ଅନେକ ସୁପରହିଟ୍ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଦେଇଛନ୍ତି। ମନୀଷା ଅଗଷ୍ଟ ୧୬, ୧୯୭୦ ରେ ନେପାଳର କାଠମାଣ୍ଡୁରେ ଜନ୍ମଗ୍ରହଣ କରିଥିଲେ। ନେପାଳ ପୃଷ୍ଠଭୂମିରୁ ଆସିଥିଲେ ମଧ୍ୟ ଜଣେ ଭାରତୀୟ ଅଭିନେତ୍ରୀ ଭାବରେ ବହୁ ନାମ ଅର୍ଜନ କରିଛନ୍ତି। ଆଜି ତାଙ୍କ ଜନ୍ମଦିନରେ ଅବସରରେ ଚାଲନ୍ତୁ ଜାଣିବା ତାଙ୍କ ପର୍ସନାଲ୍ ଏବଂ ପ୍ରଫେସନାଲ୍ ଲାଇଫ୍ ବିଷୟରେ କିଛି ବିଶେଷ କଥା।

ଦୀର୍ଘ ଦିନ ଧରି ସିନେମାଠାରୁ ଦୂରରେ ରହିଥିବା ମନୀଷା ଆଜି ବି ଗ୍ଲାମ ଦୁନିଆ ସହିତ ସମ୍ପର୍କ ରଖିଛନ୍ତି। ସେ ସୋସିଆଲ ମିଡିଆରେ ବେଶ ସକ୍ରିୟ। ଆଜି ବି ତାଙ୍କ ପ୍ରଶଂସକଙ୍କର ଅଭାବ ନାହିଁ। ପ୍ରତିଦିନ ଅଭିନେତ୍ରୀ ଫ୍ୟାନ୍ସଙ୍କ ସହିତ ତାଙ୍କର ରୁଟିନ୍, ୱାର୍କଆଉଟ୍ ଏବଂ ଲାଇଷ୍ଟାଇଲର ଫଟୋ ସେୟାର କରନ୍ତି। ଅଭିନେତ୍ରୀଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଲକ୍ଷରୁ ଅଧିକ ଫଲୋୟର୍ସ ଅଛନ୍ତି।

ମନୀଷା କୋଇରାଲାଙ୍କ ନାମ ଏକ ଶକ୍ତିଶାଳୀ ବ୍ୟକ୍ତିତ୍ୱ ଭାବରେ ନିଆଯାଏ। କାରଣ ସେ ଓଭାରି କ୍ୟାନ୍ସର ଭଳି ଏକ ଗମ୍ଭୀର ରୋଗକୁ ହରାଇବାରେ ଯେଉଁଭଳି ଭାବେ ସଫଳତା ହାସଲ କରିଥିଲେ, ତାହା ପ୍ରକୃତରେ ପ୍ରଶଂସନୀୟ। ସେ କେବଳ ଏହି ରୋଗକୁ ପରାସ୍ତ କରିନାହାଁନ୍ତି, ବରଂ ନିଜକୁ ପୁନର୍ବାର ପରଫେକ୍ଟ ସେପ୍‌କୁ ଆଣିଛନ୍ତି। ଇନଷ୍ଟାଗ୍ରାମରେ ମନୀଷା ତାଙ୍କ ବ୍ୟାୟାମ ଏବଂ ଫିଟନେସ୍ ରୁଟିନ୍ ର ଅନେକ ଫଟୋ ପୋଷ୍ଟ କରିଛନ୍ତି। ଫଟୋଗୁଡିକ ଦେଖିଲେ ଲାଗୁଛି ୫୨ ବର୍ଷ ବୟସରେ ମଧ୍ୟ ଅଭିନେତ୍ରୀ ନିଜକୁ ଫିଟ୍ ରଖିବାର କଳା ରଖିଛନ୍ତି।

ଦୀର୍ଘ ଦିନ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ରହିଥିବା ମନୀଷା କୋଇରାଲା ପୁଣି ଥରେ ବଲିଉଡକୁ କମବ୍ୟାକ୍ କରୁଛନ୍ତି। ସେ ଖୁବ୍ ଶୀଘ୍ର କାର୍ତ୍ତିକ ଆର୍ଯ୍ୟନ୍ ଷ୍ଟାରର୍ ଶେହଜାଦାରେ ନଜର ଆସିବେ । ଶେହାଦା ଅଲୁ ଅର୍ଜୁନ ଏବଂ ପୂଜା ହେଗଡେଙ୍କ ଅଭିନୀତ ତେଲୁଗୁ ସୁପରହିଟ୍ ଫିଲ୍ମ ‘ଆଲା ବୈକୁଣ୍ଠପୁରମୁଲୁର ରିମେକ୍’। ଶେହଜାଦା ଫେବୃଆରୀ ୧୦, ୨୦୨୩ ରେ ରିଲିଜ୍ ହେବାକୁ ଯାଉଛି। ମନୀଷା ମଧ୍ୟ ଏହି ଫିଲ୍ମର ପ୍ରଥମ ଲୁକ୍ ରିଲିଜ୍ କରି ଫିଲ୍ମର ରିଲିଜ୍ ବିଷୟରେ ସୂଚନା ଦେଇଥିଲେ। କାର୍ତ୍ତିକ ଆର୍ଯ୍ୟନଙ୍କ ବ୍ୟତୀତ ଏହି ଫିଲ୍ମରେ କ୍ରିତି ସାନନ, ପରେଶ ରାୱଲ, ରୋନିତ୍ ରୟ, ସଚିନ ଖେଡେକର ଏବଂ ଅଙ୍କୁର ରାଠୀ ମଧ୍ୟ ଅଭିନୟ କରିଛନ୍ତି।

ସମ୍ବନ୍ଧିତ ଖବର