PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

ଆଜି ଅନ୍ତର୍ଜାତୀୟ ମହିଳା ଦିବସ, ମହିଳାଙ୍କ ପାଇଁ ଦିନଟିଏ…

ଭୁବନେଶ୍ଵର, ୦୮/୦୩ : ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ମହିଳା ଦିବସ ପାଳନ କରାଯାଇଥାଏ । ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରତି ସମ୍ମାନ ଓ ଭଲପାଇବା ଜଣାଇବା ପାଇଁ ଏହି ଦିବସକୁ ପାଳନ କରାଯାଇଥାଏ। ମହିଳାମାନଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କର ତ୍ୟାଗ ଏବଂ ପରିଶ୍ରମକୁ ସ୍ୱୀକୃତି ଓ ସମ୍ବର୍ଦ୍ଧନା ଦିଆଯାଇଥାଏ । ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ପ୍ରତି ସମ୍ମାନ, ପ୍ରସଂଶା, ରାଜନୈତିକ ଓ ସାମାଜିକ ଉପଲବ୍ଧିର ଉପଲକ୍ଷେ ଏହି ଉତ୍ସବ ରୂପେ ପାଳନ କରାଯାଏ ।

ଆମେରିକାରେ ସୋସିଆଲିଷ୍ଟ ପାର୍ଟିର ଆହ୍ୱାନରେ, ଏହି ଦିବସ ସର୍ବ ପ୍ରଥମେ ୨୮ ଫେବୃଆରୀ ୧୯୦୯ ମସିହାରେ ପାଳିତ ହେଉଥିଲା । ୧୯୧୦ ମସିହାରେ ସୋସିଆଲିଷ୍ଟ ଇଣ୍ଟରନ୍ୟାସନଲ କୋପେନହେଗନ ସମ୍ମିଳନରେ ଏହାକୁ ଅନ୍ତରାଷ୍ଟ୍ରୀୟର ମାନ୍ୟତା ଦିଆଗଲା । ସେହି ସମୟରେ ଏହାର ପ୍ରମୁଖ ଯୋଗ୍ୟ ସମ୍ପୂର୍ଣ୍ଣ ମହିଳାମାନଙ୍କୁ ଭୋଟ ଦେବାର ଅଧିକାର ଦିଆ ଯିବାରଥିଲା, କାରଣ ସେହି ସମୟରେ ବହୁ ଦେଶମାନଙ୍କରେ ମହିଳାଙ୍କୁ ଭୋଟ ଦେବାର ଅଧିକାର ନଥିଲା ।

୧୯୧୭ ମସିହାରେ ଋଷର ମହିଳାମାନେ, ମହିଳା ଦିବସରେ ରୁଟି ଏବଂ କପଡ଼ା ପାଇଁ ଆନ୍ଦୋଳନ କରିବାର ଯୋଜନା କରିଥିଲେ । ଏହି ଆନ୍ଦୋଳନ ମଧ୍ୟ ଐତିହାସିକ ଥିଲା । ଅନ୍ତରୀଣ ସରକାର ମହିଳାମାନଙ୍କୁ ଭୋଟ ଦେବାର ଅଧିକାର ଦେଲେ । ସେହି ସମୟରେ ଋଷରେ ଜୁଲିୟନ କ୍ୟାଲେଣ୍ଡର ଚଳୁଥିଲା ଏବଂ ବାକି ଦୁନିଆରେ ଗ୍ରେଗେରିୟାନ କ୍ୟାଲେଣ୍ଡର ।

ଏହି ଦୁଇ କ୍ୟାଲେଣ୍ଡରର ତାରିଖରେ କିଛି ଅନ୍ତର ଥିଲା । ଜୁଲିୟନ କ୍ୟାଲେଣ୍ଡର ଅନୁସାରେ ୧୯୧୭ ଫେବୃଆରୀର ଶେଷ ପର୍ଯ୍ୟାୟ ୨୩ ଫେବୃଆରୀରେ ଥିଲା କିନ୍ତୁ ଗ୍ରେଗେରିୟାନ କ୍ୟାଲେଣ୍ଡର ଅନୁସାରେ ସେହିଦିନ ୮ ମାର୍ଚ୍ଚ ଥିଲା । ସେହି ସମୟରେ ସାରା ବିଶ୍ଵରେ, ଏମିତିକିି ଋଷରେ ମଧ୍ୟ ଗ୍ରେଗେରିୟାନ କ୍ୟାଲେଣ୍ଡର ଚଳୁଥିଲା । ଏଥିପାଇଁ ୮ ମାର୍ଚ୍ଚକୁ ମହିଳା ଦିବସ ରୂପେ ପାଳନ କରାଗଲା ।