PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ହରଭଙ୍ଗା ଲୋକ ମହୋତ୍ସବ ଉଦଘାଟିତ

ହରହଙ୍ଗା ୨୭/୧ : ଆଜି ହରଭଙ୍ଗା ଲୋକ ମହୋତ୍ସବ ଉଦଘାଟିତ ହୋଇଯାଇଛି । ଆଜି ଦିନ ୧୨ଟା ସମୟର ହରଭଙ୍ଗା ଅଂଚଳରେ ଅଧିଷ୍ଠାତ୍ରୀ ଦେବୀ ମା ରୁଦ୍ରକାଳୀ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ଏକ ବିରାଟ ଶୋଭାଯାତ୍ରା ବାହାରି ମାଙ୍କର ଆଜ୍ଞl ମାଳଙ୍କୁ ନେଇ ମହୋତ୍ସବ ପଡିଆରେ ମା ରୁଦ୍ରକାଳୀଙ୍କ ପ୍ରତିମା ଓ ଦିବ୍ୟ ଜ୍ୟୋତି ସ୍ଥାପନା କରାଯାଇଥିଲା । ଏହି ଶୋଭାଯାତ୍ରାରେ ଅଂଚଳର ୩ ଗୋଟି ଦଣ୍ଡଦଳ ସମେତ ୫୦ରୁ ଅଧିକ କୃଷ୍ଣଗୁରୁ ନାମ ସଂକିର୍ତନ ଦଳ ସହ,  ସହ ସହ ଜଣସାଧାରଣ ଯୋଗଦେଥିଲେ । ମହୋତ୍ସବ ଉଦଘାଟନି ଦିବସରେ ଓଡିଶା ସରକାରଙ୍କ ପାଞ୍ଚlୟତରାଜ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ, ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଆଠମଲ୍ଲିକ ବିଧାୟକ ରମେଶ ସାଏ ମହୋତ୍ସବ କମିଟିର ସଭାପତି ସୁବୋଧ ପ୍ରଧାନ, ସମ୍ପାଦକ ସରୋଜ ଭୋକ୍ତା, ଅଶୋକ ଅଗ୍ରୱାଲ, ସ୍ଥାନୀୟ ସରପଞ୍ଚ ଶକୁନ୍ତଳା ବେହେରା ଓ ପରିଚାଳନା କମିଟି ଉପସ୍ଥିତ ଥିଲେ । ସର୍ବ ପ୍ରଥମେ ହରଭଙ୍ଗା ଠାରେ ଆୟୋଜିତ ହୋଇଥିବା ହରଭଙ୍ଗା ମହୋତ୍ସବ ପାଇଁ ଅଂଚଳବାସୀ ଆୟୋଜକ କମିଟିକୁ ସାଧୁବାଦ ଜଣାଇଛନ୍ତି ।

ବୌଦ୍ଧ ଜିଲ୍ଲା ହରଭଙ୍ଗା  ଗଡଜାତ ସମୟରେ ଏକ ବାଣିଜ୍ୟ କେନ୍ଦ୍ର ଥିଲା, ମହାନଦୀରେ ଡ଼ଙ୍ଗା ସାହାଯ୍ୟରେ ବାଣିଜ୍ୟ କlରବାର କରାଯାଉଥିଲା ଏହି ସମୟରେ ଏହି ଅଂଚଳକୁ ରାଜା ମହାରାଜା ମାନେ ପ୍ରାଧାନ୍ୟ ଦେଉଥିଲେ । ଏହି ସ୍ଥାନର କଳା, ସଂସ୍କୃତି ଓ ପରମ୍ପରାକୁ ପୁନର୍ଜୀବିତ କରିବା ପାଇଁ ଅଂଚଳବାସୀ ଚଳିତ ବର୍ଷ ପ୍ରଥମ ହରଭଙ୍ଗା ମହୋତ୍ସବ ଆୟୋଜନ କରିଛନ୍ତି । ମହୋତ୍ସବରେ ବିଭିନ୍ନ ସୁସ୍ଵlଦୁ ଖାଦ୍ୟ ଷ୍ଟଲ, ମିନlବଜାର ସହିତ ସନ୍ଧ୍ୟାରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ନାଚ ଗୀତ, ଆଞ୍ଚଳିକ ପଂଚାୟତ କଲେଜ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସଂଗୀତ ଗାନ, ରାଉରକେଲା, ବରଗଡ଼, ଗଞ୍ଜାମ, ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଉଚ୍ଚ ସ୍ତରୀୟ କଳାକାର ଙ୍କୁନେଇ ସମ୍ବଲପୁରୀ ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।