PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଦିନେ ଥିଲା କୁଖ୍ୟାତ ଆତଙ୍କବାଦୀ, ବୁହାଉଥିଲା ରକ୍ତର ନଦୀ, ଏବେ ହାତରେ ତ୍ରିରଙ୍ଗା ଧରିଛନ୍ତି ସେର୍‌ ଖାନ

  • ସେର୍‌ ଖାନ ନାଁ ଶୁଣିଲେ ଭୟରେ ଥରୁଥିଲେ ଲୋକେ
  • ୧୯୯୮-୨୦୦୬ ଯାଏଁ ସକ୍ରିୟ ଥିଲେ
  • ଆତଙ୍କବାଦୀ ହେବାକୁ ବାଧ୍ୟ କରାଯାଇଥିଲା
  • ସରେଣ୍ଡର କରିବା ପରେ ୧୩ ବର୍ଷ ଜେଲରେ ଥିଲେ

ଶ୍ରୀନଗର ୨୬/ ୦୧: କେବେ ହାତରେ ଥିଲା ବନ୍ଧୁକ ଆଉ ଅସ୍ତ୍ରଶସ୍ତ୍ର । ଘାଟିରେ ଖେଳାଉଥିଲେ ଆତଙ୍କରାଜ । ନାଁ ଶୁଣିଲେ ଭୟରେ ଥରୁଥିଲେ ସାଧାରଣ ଜନତା । ରକ୍ତର ହୋଲି ଖେଳୁଥିଲା କୁଖ୍ୟାତ ଆତଙ୍କବାଦୀ ସେର୍‌ ଖାନ । ଏବେ କିନ୍ତୁ ଆତଙ୍କର ସମ୍ପୂର୍ଣ୍ଣ ବିପରୀତ ଦୃଶ୍ୟ ଦେଖିବାକୁ ମିଳୁଛି । ଦିନେ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ସେର୍‌ ଖାନ ହାତରେ ଦେଖିବାକୁ ମିଳିଛି ତ୍ରିରଙ୍ଗା ପତାକା ।

ପ୍ରଥମେ ଆତଙ୍କବାଦୀ କ୍ୟାମ୍ପରେ ଯୋଗଦେବା ଆଉ ପରେ ସାଧାରଣ ଜୀବନକୁ ଫେରିବା ସେର୍‌ ଖାନଙ୍କ ପାଇଁ ସହଜ ନଥିଲା । ବନ୍ଧୁକରୁ ତ୍ରିରଙ୍ଗା ପର୍ଯ୍ୟନ୍ତ ଯାତ୍ରା ପାଇଁ ଲାଗିଥିଲା ୨୦ ବର୍ଷ । ଜାମ୍ମୁ କାଶ୍ମୀର କିସ୍ତଓ୍ବାଡା ଜିଲ୍ଲାର ସେଗଡୀ ଭାଟା ଗାଁ ର ସେର୍‌ ଖାନ ଏବେ ସମ୍ପୂର୍ଣ୍ଣ ବଦଳିଯାଇଛନ୍ତି । ସେ ପୂର୍ବରୁ ହରକତ୍‌ ଅଲ୍‌ ଜିହାଦ-ଏ-ଇସଲାମୀ (HUJI) ଆତଙ୍କବାଦୀ ସଂଗଠନରେ ଥିଲା । ୧୯୯୮ରୁ ୨୦୦୬ ପର୍ଯ୍ୟନ୍ତ ବେଶ୍‌ ସକ୍ରିୟ ଥିଲା ସେର୍‌ ଖାନ । ଘାଟିର ବିଭିନ୍ନ ସ୍ଥାନରେ ଅପରାଧିକ ସାମ୍ରାଜ୍ୟ ବିସ୍ତାର କରିଚାଲିଥିଲା । ପରେ ସେ ସରେଣ୍ଡର କରିଥିଲା । ୧୩ ବର୍ଷ ଜେଲରେ ରହିବା ପରେ ଆତଙ୍କୀ ରାସ୍ତା ବଦଳାଇ ମୁଖ୍ୟ ସ୍ରୋତରେ ସାମିଲ ହୋଇଥିଲା ସେର୍‌ ଖାନ ।

Former militant raises Tricolour on the eve of Republic Day in J&K
Social Media

ସେର୍‌ ଖାନ କହିଛି ଯେ, ‘୨୦ ବର୍ଷ ବୟସ ହୋଇଥିବା ବେଳେ ପାକିସ୍ତାନୀ ଆତଙ୍କବାଦୀମାନେ ମୋତେ ଅପହରଣ କରିନେଇଥିଲେ । ଅପରାଧରେ ଲିପ୍ତ ରହିବା ପାଇଁ ଚାପ ପକାଇଥିଲେ । ମୋତେ ବାଧ୍ୟ କରାଗଲା ଆତଙ୍କବାଦୀ ହେବା ପାଇଁ । ଅନେକ ଅପରାଧରେ ଲିପ୍ତ ଥିଲି । କିନ୍ତୁ ସୁଯୋଗ ମିଳିବା ପରେ ଅନ୍ୟ ୬ ଜଣ ଆତଙ୍କବାଦୀଙ୍କ ସହିତ ଆତ୍ମସମର୍ପଣ କରିଥିଲି’।

ପଢନ୍ତୁ: ‘ହମାରୀ ଭାବି କୈସୀ ହୋ ସାରା ଭାବି ଜୈସୀ ହୋ’ ନାରାରେ କମ୍ପିଲା ଷ୍ଟାଡିୟମ, ଗିଲ୍‌ଙ୍କୁ ଦେଖି ବିରାଟଙ୍କ ରିଆକ୍ସନ୍‌ ଭାଇରାଲ

ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା କାରଣରୁ ସେର୍‌ ଖାନଙ୍କୁ ୧୩ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା । ଜେଲ ଅବଧି ଶେଷ ହେବା ପରେ ମୁଖ୍ୟ ସ୍ରୋତରେ ସାମିଲ ହୋଇଥିଲେ । ଏବେ ସେ ପତ୍ନୀଙ୍କ ସମେତ ୧୯ ଓ ୧୭ ବର୍ଷର ଦୁଇ ଝିଅଙ୍କୁ ନେଇ ଖୁସିରେ ସାଧାରଣ ଜୀବନ ଅତିବାହିତ କରୁଛନ୍ତି । ଆଉ କେବେ ଆତଙ୍କବାଦର ରାସ୍ତାକୁ ନଯିବାକୁ ପଣ କରିଛନ୍ତି ସେର୍‌ ଖାନ ।

ପଢନ୍ତୁ: ଗଣମାଧ୍ୟମ ସ୍ବାଧିନତାକୁ ଆମେ ସମର୍ଥନ କରୁ, ପିଏମ୍‌ ମୋଦିଙ୍କ ଉପରେ ନିର୍ମିତ ଡକ୍ୟୁମେଣ୍ଟାରୀକୁ ଭାରତରେ ବ୍ୟାନ୍‌ ପରେ ଆମେରିକାର ପ୍ରତିକ୍ରିୟା

ସମ୍ବନ୍ଧିତ ଖବର