ନୂଆଦିଲ୍ଲୀ : ମଙ୍ଗଳବାର ଆଇପିଏଲର ୧୩ତମ ମ୍ୟାଚରେ ମୁମ୍ବାଇ ଏବଂ ରାଜସ୍ଥାନ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚକୁ ରାଜସ୍ଥାନ ରୟାଲ୍ସ ଜିତି ନେଇଥିଲା । ୧୧ ଓଭର ବିଶିଷ୍ଟ ଖେଳାଯାଉଥିବା ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ୍ ଗର୍ଜିଥିଲା । ପ୍ରଥମରୁ ମୁମ୍ବାଇ ବୋଲରଙ୍କ ଉପରେ ଭାରି ପଡ଼ିଥିଲେ ସୂର୍ଯ୍ୟବଂଶୀ । ବୁମରାଙ୍କ ଭଳି ଅଭିଜ୍ଞ ବୋଲରଙ୍କ ଗୋଟିଏ ଓଭରରେ ୨ ଛକା ମାରିଥିବା ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ସବୁଠ ଚର୍ଚ୍ଚା ହେଉଛି । ତାଙ୍କ ବଡ଼ ଖେଳାଳିମାନେ ପ୍ରଂଶସାରେ ପୋତି ପକାଉଥିବାବେଳେ ଏଥିରେ ସାମିଲ ହୋଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସଙ୍କ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ।

 

ପାଣ୍ଡ୍ୟା କହିଛନ୍ତି କି, ଆମେ ମ୍ୟାଚ ପୂର୍ବରୁ ବୈଭବଙ୍କ ସମ୍ପର୍କରେ ଆଲୋଚନା କରିଥିଲୁ । ତେବେ ତାଙ୍କ ପାଖରେ ସବୁ ପ୍ରକାର ସଟ୍ ରହିଛି। ତାଙ୍କୁ ନେଇ ରଣନୀତି ମଧ୍ୟ ପ୍ରସ୍ତୁତ ହୋଇଥିଲା । ମାତ୍ର ସେ ନିର୍ଭୀକତାର ସହ ଖେଳିଥିଲେ । ସେ ଜଣେ ଆଶ୍ଚର୍ଯ୍ୟଜନକ ଖେଳାଳି । ମୁଁ ତାଙ୍କୁ ଭବିଷ୍ୟତ ପାଇଁ ଶୁଭକାମନା ଜଣାଉଛି । ସେପଟେ ମ୍ୟାଚ୍ ସରିବା ପରେ ଦୁଇ ଯୁବ କ୍ରିକେଟର ଜୟସ୍ବାଲ ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କୁ ଭୁରି ଭୁରି ପ୍ରଂଶସା କରିଥିଲେ ମୁମ୍ବାଇର ମୁଖ୍ୟ ପ୍ରଶିକ୍ଷକ ମାହେଲା ଜୟବର୍ଦ୍ଧନ । ଏହି ଖେଳାଳି ବୁମରାଙ୍କ ଭଳି ଖେଳାଳିଙ୍କ ଲାଇନ୍ ଲେନ୍ଥଙ୍କୁ ମଧ୍ୟ ହଜାଇ ଦେଉଛନ୍ତି ।

ଏହାସହ ପଢ଼ନ୍ତୁ : ମିଛ ପରିଚୟ ଦେଇ ଯୁବତୀଙ୍କ ସହ ରଖିଲେ ସମ୍ପର୍କ, ଏବେ ଭିଡିଓ ଭାଇରାଲ କରାଇବାକୁ ଧମକ