PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ତତ୍‌କ୍ଷଣାତ ନୁହେଁ ବରଂ ୧୦ ସେକେଣ୍ଡ ଭାବିଚିନ୍ତି ନିଷ୍ପତ୍ତି ନେଇଥାଏ, ସଫଳତା ପଛରେ ଧୋନୀଙ୍କ ଭୂମିକା ଅବର୍ଣ୍ଣନୀୟ’: ହାର୍ଦ୍ଧିକ ପାଣ୍ଡ୍ୟା

ଅହମଦାବାଦ ୨୫/ ୦୫ : ଟିମ୍‌ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଧିକ ପାଣ୍ଡ୍ୟା ନିଜ କ୍ୟାରିୟରରେ ଅନେକ ଉତ୍ଥାନ ପତ୍ତନ ଦେଖିଛନ୍ତି । ଅନେକ ସମୟରେ ଆହତ ସମସ୍ୟା ତାଙ୍କୁ ଟିମରେ ଲମ୍ବା ସମୟ ଧରି ରହିବାରୁ ବଞ୍ଚିତ କରିଛି । ହାର୍ମଷ୍ଟ୍ରିଙ୍ଗ, ସର୍ଜରୀ ଏବଂ ବିବାଦର ସାମ୍ନା କରିଛନ୍ତି ପାଣ୍ଡ୍ୟା । ଏହାକୁ ନେଇ ପାଣ୍ଡ୍ୟା କହିଛନ୍ତି, ସବୁ ପ୍ରସଙ୍ଗକୁ ସେ ହସିହସି ସାମ୍ନା କରନ୍ତି ।

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ଚଳିତ ସିଜିନରେ ନିଜ ଦକ୍ଷତା ଦେଖାଇଛନ୍ତି ହାର୍ଦ୍ଧିକ ପାଣ୍ଡ୍ୟା । ଅଲରାଉଣ୍ଡର ଭାବେ ଚମତ୍କାର ପ୍ରଦର୍ଶନ ସାଙ୍ଗକୁ ଅଧିନାୟକ ଭାବେ ପଡିଆ ମଧ୍ୟରେ ବିଚକ୍ଷଣ ଗୋଟି ଚାଳନା କରି ଦଳକୁ ଫାଇନାଲରେ ପହଞ୍ଚାଇଛନ୍ତି ।ପ୍ରଥମ କ୍ବାଲିଫାୟର ମ୍ୟାଚରେ ରାଜସ୍ଥାନ ରୟାଲସ୍‌କୁ ୭ ଓ୍ବିକେଟରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ ।

ଦଳ ଫାଇନାଲରେ ପ୍ରବେଶ କରିବା ପରେ ପାଣ୍ଡ୍ୟା ପ୍ରେସ୍‌ କନଫରେନ୍ସରେ କହିଛନ୍ତି, ‘ମୁଁ ସବୁବେଳେ ସକାରାତ୍ମକ ଭାବେ କାର୍ଯ୍ୟ କରେ । ସବୁ ସମସ୍ୟାକୁ ହସିହସି ସାମ୍ନା କରିଥାଏ । ଅନେକ ଲୋକ ସମାଲୋଚନା କରନ୍ତି କିନ୍ତୁ ତାହାକୁ ଧ୍ୟାନ ନଦେଇ ଆଗକୁ ବଢିବାକୁ ହେବ’।

ମହେନ୍ଦ୍ର ସିଂହ ଧୋନୀଙ୍କୁ ପ୍ରଶଂସା କରି ହାର୍ଦ୍ଧିକ କହିଛନ୍ତି, ‘ ମୋ ଜୀବନରେ ମାହି ଭାଇଙ୍କ ଭୂମିକା ବେଶ୍‌ ଗୁରୁତ୍ବପୂର୍ଣ୍ଣ ରହିଛି । ସେ ମୋ ପାଇଁ ଭାଇ, ବନ୍ଧୁ ଏବଂ ପରିବାର ସଦସ୍ୟ ଭଳି । ତାଙ୍କ ଠାରୁ ବେଶ୍‌ କିଛି ଶିଖିବାକୁ ମିଳିଛି । ପ୍ରତିଟି ନିଷ୍ପତ୍ତି ନେବା ପୂର୍ବରୁ ମୁଁ ୧୦ ସେକେଣ୍ଡ ଭାବିଥାଏ ଏବଂ ପରେ ନିଷ୍ପତ୍ତି ନେଇଥାଏ । କେବଳ ଖେଳରେ ନୁହେଁ ବ୍ୟକ୍ତିଗତ ଜୀବନରେ ମଧ୍ୟ ଭାବିଚିନ୍ତି ସମସ୍ତ ନିଷ୍ପତ୍ତି ନେଇଥା ଏ’।

ଚଳିତ ସିଜିନରେ ଗୁଜରାଟ ଟାଇଟନ୍ସ ପକ୍ଷରୁ ପାଣ୍ଡ୍ୟା ୪୫ରୁ ଉର୍ଦ୍ଧ୍ବ ହାରରେ ୪୫୩ ରନ ସ୍କୋର କରିଛନ୍ତି । ସେହିଭଳି ୭.୭୩ ଇକୋନୋମୀରେ ୫ଟି ଓ୍ବିକେଟ୍ ବି ନେଇଛନ୍ତି । କେବଳ ନିଜ ପ୍ରଦର୍ଶନ ନୁହେଁ ଅଧିନାୟକ ଭାବେ ମଧ୍ୟ ଦଳ ପାଇଁ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି ପାଣ୍ଡ୍ୟା ।

୨୦୧୬ ମସିହାରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ହାର୍ଦ୍ଧିକ ପାଣ୍ଡ୍ୟାଙ୍କୁ ନେଇ ଅନେକ ଆଲୋଚନା ହୋଇଥିଲା । ତାଙ୍କ ତୁଳନା ୧୯୮୩ ବିଶ୍ବକପ ବିଜେତା ତଥା ମହାନ୍‌ କ୍ରିକେଟର କପିଲ ଦେବଙ୍କ ସହ ତୁଳନା କରାଯାଉଥିଲା । ୨୦୧୯ରେ ଏକ ବିବାଦକୁ ନେଇ ସେ ଦଳରୁ ନିଲମ୍ବିତ ହୋଇଥିଲେ । ‘କଫି ଓ୍ବିଥ୍‌ କରନ୍’ ଶୋ’ ରେ ମହିଳାଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେବାକୁ ନେଇ ପାଣ୍ଡ୍ୟା ଦଳରୁ ନିଲମ୍ବିତ ହୋଇଥିଲେ । ପରେ ସେ ବିସିସିଆଇକୁ କ୍ଷମା ପ୍ରାର୍ଥନା କରିବା ସହିତ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଭାରତ ପାଇଁ ଗତ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପରେ ନାମିବିୟା ବିପକ୍ଷରେ ଶେଷ ମ୍ୟାଚ୍‌ ଖେଳିଥିଲେ ହାର୍ଦ୍ଧିକ ପାଣ୍ଡ୍ୟା ।

ସମ୍ବନ୍ଧିତ ଖବର