ନୂଆଦିଲ୍ଲୀ,୧୪/୦୫; ଆଇପିଏଲରେ ମୁମ୍ବାଇ ଆଜି (ଗୁରୁବାର) ପଞ୍ଜାବକୁ ଭେଟିବ । ଏହି ମ୍ୟାଚ ଖେଳିବା ପାଇଁ ମୁମ୍ବାଇ ଦଳ ଇତି ମଧ୍ୟରେ ଧର୍ମଶାଳାରେ ପହଞ୍ଚି ଅଭ୍ୟାସ କରୁଛି । ମାତ୍ର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳ ସହ ଯାତ୍ରା ନକରି ମୁମ୍ବାଇରେ ଏକୁଟିଆ ଅଭ୍ୟାସ କରୁଛନ୍ତି । ସୂର୍ଯ୍ୟକୁମାର ଯାଦବ ମଧ୍ୟ ଦଳ ସହ ଯାତ୍ରା କରି ନଥିବା ଜଣାପଡ଼ିଛି । ପାଣ୍ଡ୍ୟା ଆହତ ଥିବାରୁ ଗତ ଲକ୍ଷେ୍ନø ଓ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚ ଖେଳି ନଥିଲେ । ତାଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାର ଯାଦବ ଦଳର ନେତୃତ୍ୱ ନେଇଥିଲେ । ପାଣ୍ଡ୍ୟା ମଙ୍ଗଳବାର ଦିନ ନିଜ ସୋସିଆଲ ମିଡ଼ିଆ ପୃଷ୍ଠାରେ ମୁମ୍ବାଇ ସ୍ଥିତ ରିଲାଏନ୍ସ ଏକାଡେମୀରେ ଏକୁଟିଆ ଅଭ୍ୟାସ କରୁଥିବାର ଭିଡ଼ିଓ ଅପଲୋଡ କରିଥିଲେ । ସେ ୩ଘଣ୍ଟା କାଳ ବ୍ୟାଟିଂ ଓ ବୋଲିଂ ଅଭ୍ୟାସ କରିଥିବା ଜଣା ପଡ଼ିଛି । ତଥାପି ଧର୍ମଶାଳାରେ ସେ ଖେଳିବା ନେଇ ଆଶଙ୍କା ରହିଛି ।
🔴 IS HARDIK PANDYA DROP FROM MUMBAI INDIANS TEAM? 🤯
— Sam (@Cricsam01) May 13, 2026
- Hardik latest insta Story in which he practice & fully fit, but report say Hardik suffer from back injury 🙄
First Unfollow Suryakumar & Tilak Verma now this 🤦
SOMETHING BIG HAPPEN WITH HARDIK IN MI TEAM 🤨 pic.twitter.com/pUOgppuhZI
ଧର୍ମଶାଳାରେ ଆଜି ପଞ୍ଜାବ କିଙ୍ଗସ୍ ବିପକ୍ଷ ମ୍ୟାଚ୍ ପୂର୍ବରୁ ତାଙ୍କୁ ନେଟ୍ସରେ ଏକା ଅଭ୍ୟାସ କରୁଥିବାର କ୍ୟାପ୍ଟେନ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେଖିବାକୁ ମିଳିଥିଲା । ପିଠି ଯନ୍ତ୍ରଣା ପାଇଁ ୨ଟି ମ୍ୟାଚ ଖେଳିନଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଫ୍ରାଞ୍ଚାଇଜ୍ ଏପର୍ଯ୍ୟନ୍ତ ପଞ୍ଜାବ ବିପକ୍ଷ ମ୍ୟାଚ୍ ପାଇଁ ତାଙ୍କର ଉପଲବ୍ଧତା ବିଷୟରେ କୌଣସି ଅପଡେଟ୍ ପ୍ରଦାନ କରିନାହିଁ । ଅଲରାଉଣ୍ଡର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି, ଯାହା ସ୍ପଷ୍ଟ ଭାବରେ ସୂଚିତ କରୁଛି ଯେ, ସେ ପଡ଼ିଆକୁ ଫେରିବା ପାଇଁ ଫିଟ୍ ଅଛନ୍ତି ।ମୁମ୍ବାଇ ଇଣ୍ଡିଆନ୍ସ ମେ ୧୦ ତାରିଖରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଏକ ମ୍ୟାଚ୍ ଖେଳିଥିଲା, କିନ୍ତୁ ଶେଷ ବଲ୍ରେ ପରାସ୍ତ ହୋଇଥିଲା।ହାର୍ଦ୍ଦିକ ମ୍ୟାଚ୍ ପୂର୍ବରୁ ଦଳରେ ଯୋଗ ଦେଇଥିଲେ, କିନ୍ତୁ ତାଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରିବା ପାଇଁ ଯୋଗ୍ୟ ବିବେଚିତ କରାଯାଇ ନଥିଲା । ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍ ପୂର୍ବରୁ ହାର୍ଦ୍ଦିକଙ୍କ ସୁସ୍ଥତାର ସ୍ପଷ୍ଟ ସଙ୍କେତ ଦେଖାଯାଇଛି । ତାଙ୍କୁ ନେଟ୍ସରେ ବ୍ୟାଟିଂ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଛି ।
ଏହା ବି ପଢନ୍ତୁ...Car Gift : ଅଲିମ୍ପିଆନ ଧାବିକା ଶ୍ରାବଣୀ ନନ୍ଦଙ୍କୁ କାର ଉପହାର, ବାପା-ମା ଗ୍ରହଣ କଲେ ଗିଫ୍ଟ୍
ଚଳିତ ସିଜନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ସେ ୮ଟି ମ୍ୟାଚ ଖେଳି ୧୪୬ ରନ ସଂଗ୍ରହ କରିବା ସହ ମାତ୍ର ୪ଟି ୱିକେଟ୍ ନେଇଛନ୍ତି । ମୁମ୍ବାଇ ଇତି ମଧ୍ୟରେ ପ୍ଲେ- ଅଫ ଦୌଡ଼ରୁ ବାଦ ପଡ଼ି ସାରିଛି । ପାଣ୍ଡ୍ୟାଙ୍କ ପ୍ରତି ମୁମ୍ବାଇ ଫ୍ରାଞ୍ଚାଇଜ ଅସନ୍ତୁଷ୍ଟ ଥିବା ଖବର ପ୍ରଚାରିତ ହେଉଛି । ମାତ୍ର ଫ୍ରାଞ୍ଚାଇଜ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ କେବଳ ଏକ ଔପଚାରିକତା । କ୍ରମାଗତ ଚାରି ପରାଜୟ ବରଣ କରିଥିବା ଶ୍ରେୟସ ଆୟରଙ୍କ ଦଳକୁ ବିଜୟର ଅତ୍ୟନ୍ତ ଆବଶ୍ୟକତା ରହିଛି । ପଏଣ୍ଟ ଟେବୁଲରେ ଶୀର୍ଷ-୨ ସ୍ଥାନ ପାଇବା ପାଇଁ ପଞ୍ଜାବ ପାଇଁ ମୁମ୍ବାଇ ବିପକ୍ଷରେ ବିଜୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।