ଭୁବନେଶ୍ୱର, ୧୪/୦୫: ଅଲିମ୍ପିଆନ ଧାବିକା ଶ୍ରାବଣୀ ନନ୍ଦଙ୍କୁ ଏମ୍‌ଜି କମ୍ପାନୀ ପକ୍ଷରୁ ଉପହାର ସ୍ୱରୂପ ଏକ କାର ପ୍ରଦାନ କରାଯାଇଛି । ଓଡ଼ିଶାର ଆଥଲେଟିକ୍ସ ପ୍ରତି ତାଙ୍କର ଅବଦାନ ଅତୁଳନୀୟ । ଶ୍ରାବଣୀ ଅନୁପସ୍ଥିତ ଥିବାରୁ ତାଙ୍କ ବାପା ବନବିହାରୀ ନନ୍ଦ ଓ ମାଆ ସୁବାସିନୀ ରାୟଗୁରୁ ଏହି ଉପହାର ଗ୍ରହଣ କରିଥିଲେ ।

ବୋତସ୍ୱାନାରେ ଗତ ୨ ଓ ୩ ତାରିଖରେ ଆୟୋଜିତ ବିଶ୍ୱ ଆଥଲେଟିକ୍ସ ରିଲେ ପାଇଁ ଭାରତୀୟ ଦଳରେ ସାମିଲ ହୋଇଥିଲେ ଶ୍ରାବଣୀ । ସେ ୧୦୦ ଓ ୨୦୦ ମିଟରରେ ପ୍ରତିନିଧିତ୍ୱ କରନ୍ତି । ରିଓ ଅଲିମ୍ପିକ୍ସରେ ୨୦୦ ମିଟରରେ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିଲେ ।

ଅଧିକ ପଢ଼ନ୍ତୁ :-  RCB VS KKR: ସେଞ୍ଚୁରୀ ମାରି ଇତିହାସ ରଚିଲେ କିଙ୍ଗ୍ କୋହଲି, ରୋହିତ-ଧୋନିଙ୍କୁ ପଛରେ ପକାଇ କଲେ ଏହି ମହାନ୍ରେକର୍ଡ...