ନୂଆଦିଲ୍ଲୀ: ଆଇପିଏଲ ୨୦୨୬ରେ ମୁମ୍ବାଇ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବାବେଳେ ପ୍ଲେଅଫରୁ ବାଦ୍ ପଡ଼ିଛି । ତେବେ ହାର୍ଦ୍ଦିକଙ୍କ ଅଧିନାୟକତ୍ବରେ ଦଳର ଖରାପ ପ୍ରଦର୍ଶନ ହୋଇଥିବାବେଳେ ପାଣ୍ଡ୍ୟାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ଏମିତି କି ପାଣ୍ଡ୍ୟାଙ୍କ ଅଧିନାୟକତ୍ବ ପାଇଁ ଟିମ ଦୁଇଭାଗ ହୋଇଥିବା ନେଇ କୁହାଯାଇଥିଲା । ଏହାରି ଭିତରେ ଏକ ଖବର ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ହାର୍ଦ୍ଦିକ ମୁମ୍ବାଇ ଛାଡ଼ିପାରନ୍ତି । ସେ ସିଏସକେରେ ଯୋଗ ଦେବାକୁ ଯାଉଛନ୍ତି । ଏଭଳି ଏକ ଚର୍ଚ୍ଚା ଭିତରେ ଅଶ୍ବିନୀଙ୍କ ମଧ୍ୟ ପ୍ରତିକ୍ରିୟା ଆହୁରି ଖୋରାକ ଯୋଗାଇଛି ।
🚨 Hardik Pandya is likely to join CSK
— Abhinav MSDian™ (@Abhinav_hariom) May 25, 2026
He uploaded 07:07 Story on insta 💛
After the rumours of leaving MI captaincy pic.twitter.com/JvWQUsd1hR
କହି ରଖୁଛୁ କି, ମୁମ୍ବାଇ ପ୍ଲେଅଫରୁ ବାଦ୍ ପଡ଼ିବାପରେ ହାର୍ଦ୍ଦିକ ଏକ ପୋଷ୍ଟ କରିଥିଲେ । ସେ ଇନଷ୍ଟାରେ ଲେଖିଥିଲେ କି, ୭.୦୭ । ଏହାକୁ ନେଇ ଫ୍ୟାନ୍ସମାନେ କହୁଛନ୍ତି କି, ଧୋନୀଙ୍କ ଜର୍ସି ନମ୍ବର ୭ ରହିଥିବାବେଳେ ପାଣ୍ଡ୍ୟା ଚେନ୍ନାଇକୁ ଯିବା ନେଇ ସଙ୍କେତ ଦେଇଛନ୍ତି । ତେବେ ଏହି ପୋଷ୍ଟ ପରେ ପାଣ୍ଡ୍ୟା ସିଏସକେକୁ ଯିବାର ଚର୍ଚ୍ଚା ଅଧିକ ବଢ଼ିଯାଇଛି ।
ନିକଟରେ ଅଶ୍ବିନୀ ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ୦୭.୦୭ ଲେଖିଥିଲେ । ଆଉ ପଥିରାନା ଏବଂ ଷ୍ଟୋକ୍ସ ବୋଲି ଲେଖିଥିଲେ । ଯେଉଁଥିରୁ କୁହାଯାଉଛି କି, ଏହି ଦୁଇ ଖେଳାଳିଙ୍କୁ ପୁଣି ଚେନ୍ନାଇ ଦଳରେ ସାମିଲ କରାଯିବ । ଦୁବେ ଏବଂ ଓଭରଟନଙ୍କ ନାମ ମଧ୍ୟ ଲେଖି ଏହି ସଂଖ୍ୟା ପୋଷ୍ଟ କରିଥିଲେ । ଏହାସହ ପାଣ୍ଡ୍ୟା ସମାନ ସଂଖ୍ୟା ପୋଷ୍ଟ କରିଥିବାବେଳେ କୁହାଯାଉଛି କି, ସେ ମଧ୍ୟ ସିଏସକେକୁ ଆସିବାକୁ ଯାଉଛନ୍ତି । ବଦଳ ଖେଳାଳିଭାବେ ଦଳରେ ସାମିଲ କରିପାରନ୍ତି ବୋଲି କୁହାଯାଉଛି । ମାତ୍ର ଏନେଇ ପାଣ୍ଡ୍ୟା କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।
Pathirana, 07:07 & Stokes !
— Ashwin 🇮🇳 (@ashwinravi99) May 26, 2026
Opening✅
Dube & 07:07 MiddleOrder/Finishing✅
Overton & Stokes Balance✅ https://t.co/kSALlKQDCp
ଏହାସହ ପଢ଼ନ୍ତୁ : Suvendu Adhikari Statement: ବାଂଲାଦେଶୀଙ୍କୁ ଶୁଭେନ୍ଦୁ ସରକାରଙ୍କ ଚେତାବନୀ: ଶୀଘ୍ର ଯାଅ, ତୁମକୁ ଜେଲରେ ରଖି ଖୁଆଇ ଟଙ୍କା ସାରିବୁ କାହିଁକି ?