ନୂଆଦିଲ୍ଲୀ: ବାଂଲାଦେଶରେ ବିଜେପି ସରକାର ଆସିବା ପରେ ଆକ୍ସନ ମୁଡରେ ରହିଛି । ବାଂଲାଦେଶୀଙ୍କୁ ତାଙ୍କ ଦେଶକୁ ପଠାଇବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଶୀଘ୍ର ତୁମ ଦେଶକୁ ଯାଅ । ଆମେ ତୁମକୁ ଜେଲରେ ରଖି ଅଯଥା ଖାଇବାରେ ଖର୍ଚ୍ଚ କରିପାରିବୁ ନାହିଁ । ଆମେ ପୁଲିସକୁ ନିର୍ଦେ୍ଦଶ ଦେଇଛୁ ସିଧା ସେମାନଙ୍କୁ ବଂଲାଦେଶ ପଠାଇବା ପାଇଁ ବ୍ୟବସ୍ଥା କରାଯାଉ ।

ତେବେ ବିଜେପି ସରକାର ଆସୁ ଆସୁ ବାଂଲାଦେଶୀଙ୍କୁ ତାଙ୍କ ଦେଶକୁ ପଠାଇବା ପାଇଁ ଆକ୍ସନ ନେଇଛନ୍ତି । ଯେଉଁଥି ପାଇଁ ପ୍ରସ୍ତୁତ କରାଯାଇଛି ହୋଡିଂ ସେଣ୍ଟର । ପ୍ରତି ଜିଲ୍ଲାରେ ହୋଡିଂ ସେଣ୍ଟର ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅବୈଧଭାବେ ରହିଥିବା ବାଂଲାଦେଶୀ ଚିହ୍ନଟ ହେବା ପରେ ସେମାନଙ୍କ ହୋଲ୍ଡିଂ ସେଣ୍ଟରରେ ରଖିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଶୁଭେନ୍ଦୁ ସରକାର ଏବେ ରାଜ୍ୟରେ ଏବେ ତିନି ମନ୍ତ୍ର ଦେଇଛନ୍ତି । ଡିଟେକ୍ଟ ,ଡିଟେନ୍ ଏବଂ ଡିଲିଟ୍। ଇଏ ହେଉଛି ଶୁଭେନ୍ଦୁ ସରକାରର ତିନି ମନ୍ତ୍ର। ଏମିତି ମନ୍ତ୍ର ଯାହା ଦ୍ୱାରା ବେଆଇନ୍ ବାଂଲାଦେଶୀଙ୍କୁ ବର୍ଡର ପାର ପଠାଯିବ। ଏହା ଅନୁସାରେ ପ୍ରଥମେ ଡିଟେକ୍ଟ ମାନେ ଚିହ୍ନଟ କରାଯିବ। କିଏ ଅସଲି କିଏ ନକଲି। ନକଲି ବୋଲି ଜଣା ପଡିବା ପରେ ଅଟକ ରଖାଯିବ,ମାନେ ଡିଟେନ୍। ଆଉ ଏହି ଦୁଇ ଷ୍ଟେପ୍ ପରେ ସିଧା ଡିଲିଟ୍। ଡିଲିଟ୍ ମାନେ ସେମାନଙ୍କୁ ସବୁ ସରକାରୀ ତାଲିକାରୁ ବାଦ ଦିଆଯିବ। ଆଉ ତାପରେ ହେବ ବାଂଲାଦେଶୀଙ୍କ ବିଦାଇ।

କହି ରଖୁଛୁ କି, ଆସୁ ଆସୁ ଆକ୍ସନ ମୋଡ୍ରେ ବଙ୍ଗଳାର ଶୁଭେନ୍ଦୁ ସରକାର। ଅନୁପ୍ରବେଶକାରୀଙ୍କ ଉପରେ ଜିରୋ ଟଲେରାନ୍ସ ନୀତି। ପ୍ରଥମେ ସୀମାରେ ତାରବାଡ ଲଗାଇବା ନିଷ୍ପତ୍ତି, ଆଉ ଏବେ ରୋହିଙ୍ଗ୍ୟା-ବାଂଲାଦେଶୀଙ୍କୁ ଗୋଟି ଗୋଟି କରି ବିଦା କରିବା ନେଇ ଆକ୍ସନ ପ୍ଳାନ୍। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦିଆଯାଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ରାଜ୍ୟରେ ବେଆଇନ୍ ଭାବରେ ରହୁଥିବା ବାଂଲାଦେଶୀ ଏବଂ ରୋହିଙ୍ଗ୍ୟାଙ୍କୁ ପଠାଇବାର ପ୍ରୋସେସ୍ ଆରମ୍ଭ ହୋଇଛି। ଏଥିପାଇଁ ସ୍ବତନ୍ତ୍ର ‘ହୋଲ୍ଡିଂ ସେଣ୍ଟର’ ପ୍ରତିଷ୍ଠା କରାଯିବ। ଏହି କେନ୍ଦ୍ରଗୁଡ଼ିକୁ ବେଆଇନ ପ୍ରବାସୀ ଏବଂ ରାଜ୍ୟ ଜେଲରୁ ମୁକ୍ତ ହୋଇଥିବା ବିଦେଶୀ କଏଦୀଙ୍କୁ ରଖିବା ପାଇଁ ବ୍ୟବହାର କରାଯିବ। ଏହି ସେଣ୍ଟର ମଧ୍ୟ ଏକ ପ୍ରକାର ଜେଲ୍ ଭଳି ରହିବ। ଅନୁପ୍ରବେଶକାରୀଙ୍କୁ ସିଧା ଜେଲ୍ କିମ୍ବା କୋର୍ଟକୁ ନିଆନଯାଇ ଏଠାରେ ରଖାଯିବ। ଏଠାରେ ସନ୍ଦିଗ୍ଧଙ୍କୁ ୩୦ ଦିନ ପାଇଁ ରଖାଯିବ। ଏହା ଆସାମ ମଡେଲ ଭଳି କାମ କରିବ। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦେଶ ଦିଆଯାଇଛି। 

ଏହାସହ ପଢ଼ନ୍ତୁ : IPL 2026: ସୁଦର୍ଶନ-ଗିଲ୍-କୋହଲିଙ୍କ ମଧ୍ୟରେ ହେବ ବିରାଟ ଲଢ଼େଇ