ମୁମ୍ବାଇ,୧୯/୨ : ଆଇସିସି ଟି-୨୦ ବିଶ୍ବକପ ୨୦୨୬ମଧ୍ୟରେ ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । କିନ୍ତୁ ଏଥର ଖେଳ ପାଇଁ ନୁହେଁ ବରଂ ପର୍ସନାଲ ଲାଇଫକୁ ନେଇ । ପ୍ରକାଶ ଯେ, ହାର୍ଦ୍ଦିକ ପାଣ୍ଡ୍ୟା ନିଜ ଗର୍ଲଫ୍ରେଣ୍ଡ ମାହିକା ଶର୍ମାଙ୍କ ଜନ୍ମଦିନରେ ସ୍ବିମିଂ ପୁଲରେ ଏକ ରୋମାଣ୍ଟିକ୍ ଫଟୋ ସେୟାର କରି ହୃଦୟ ଛୁଇଁଲା ଭଳି ଉପହାର ଦେଇଛନ୍ତି । ହାର୍ଦ୍ଦିକ ନିଜ ଗର୍ଲଫ୍ରେଣ୍ଡଙ୍କୁ ଅଧରାତିରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ରୋମାଣ୍ଟିକ୍ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି । ଏହି ଖାସ୍ ଅବସରରେ ସେ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଯାହା ଇଣ୍ଟରନେଟରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।
ହାର୍ଦ୍ଦିକ ପାଣ୍ଡ୍ୟା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଗର୍ଲଫ୍ରେଣ୍ଡ ମାହିକା ଶର୍ମାଙ୍କ ଜନ୍ମଦିନରେ ଏକ ରୋମାଣ୍ଟିକ ଷ୍ଟୋରୀ ସେୟାର କରିଛନ୍ତି । ଯେଉଁଥିରେ ଏହି ଯୋଡ଼ି ସ୍ବିମିଂ ପୁଲରେ ନଜର ଆସୁଛନ୍ତି ଏବଂ ଉଭୟ ଜଣେ ଅନ୍ୟ ଜଣଙ୍କୁ ହଗ୍ କରିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଏହି ରୋମାଣ୍ଟିକ ଫଟୋ ସେୟାର କରି ଲେଖିଛନ୍ତି କି, ହାପି ବାର୍ଥଡେ ମାଇ ପ୍ରିନ୍ସେସ’ ।
ଟି-୨୦ ବିଶ୍ବକପ ୨୦୨୬ର ପ୍ରତ୍ୟେକ ମ୍ୟାଚରେ ହାର୍ଦ୍ଦିକଙ୍କୁ ସପୋର୍ଟ କରିବା ଲାଗି ମାହିକା ଶର୍ମା ଷ୍ଟାଡିୟମରେ ପହଞ୍ଚୁଛନ୍ତି । ସେ ଟିମ୍ ଇଣ୍ଡିଆ ସହ ଟ୍ରାଭେଲ୍ କରୁଥିବା ନଜର ଆସୁଛନ୍ତି । ଭାରତ- ପାକିସ୍ତାନ ମ୍ୟାଚ୍ ଲାଗି ହାର୍ଦ୍ଦିକଙ୍କ ସହ ମାହିକା ବି ଶ୍ରୀଲଙ୍କା ଯାଇଥିଲେ ।
ମାହିକା ଶର୍ମା ଜଣେ ମଡେଲ, ଅଭିନେତ୍ରୀ ଏବଂ ଫିଟନେଶ କଣ୍ଟେଣ୍ଟ କ୍ରିଏଟର ଅଟନ୍ତି । ଦିଲ୍ଲୀରେ ଜନ୍ମିତ ମାହିକା ଇକୋନୋମିକ୍ସ ଏବଂ ଫାଇନାନ୍ସରେ ଗ୍ରାଜୁଏଶନ କରିଛନ୍ତି । ମାହିକା ଆଜି ତଥା ୧୯ଫେବୃଆରୀରେ ନିଜ ୨୫ତମ ଜନ୍ମଦିନ ପାଳନ କରୁଛନ୍ତି । ସୂଚନା ଅନୁସାରେ ହାର୍ଦ୍ଦିକ ଏବଂ ମାହିକାଙ୍କ ସମ୍ପର୍କ ଗତ ବର୍ଷରୁ ବେଶ୍ ଚର୍ଚ୍ଚାରେ ଅଛି । ହାର୍ଦ୍ଦିକ ବର୍ଷ ୨୦୨୪ରେ ନିଜ ପୂର୍ବତନ ସ୍ତ୍ରୀ ନତାଶା ଷ୍ଟେନକୋବିକଙ୍କଠାରୁ ଡିଭୋର୍ସ ନେଇଥିଲେ, ଯାହା ପରେ ମାହିକାଙ୍କ ସହ ନଜର ଆସୁଛନ୍ତି ।