ନୂଆଦିଲ୍ଲୀ,୨୯/୦୫; କ'ଣ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପଦ ହରାଇବାକୁ ଯାଉଛନ୍ତି ? ଆଇପିଏଲ ୨୦୨୬ ସିଜିନ ଶେଷ ହୋଇନାହିଁ ଏବଂ ଏପରି ରିପୋର୍ଟ ଆସିବା ଆରମ୍ଭ ହୋଇଛି । ଚଳିତ ସିଜିନରେ ଅନେକ ଦଳର ପ୍ରଦର୍ଶନ ନିରାଶାଜନକ ରହିଛି ଯାହା ଅଧିନାୟକଙ୍କ ଉପରେ ପ୍ରଭାର ପକାଇପାରେ । ଆସନ୍ତା ସିଜିନରେ ହୁଏତ ଅନେକ ଦଳର ଅଧିନାୟକ ବଦଳିପାରନ୍ତି । ଏହି ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସ ସହିତ ଏହା ଆରମ୍ଭ ହୋଇଛି । ଜାତୀୟ ଗଣମାଧ୍ୟମ ଅନୁସାରେ ମୁମ୍ବାଇର ଖରାପ ପ୍ରଦର୍ଶନ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିକନାୟକ ପଦରୁ ହଟାଇ ଦିଆଯାଇପାରେ । ଅନେକ ସୁତ୍ର ଦ୍ୱାରା ନିଶ୍ଚିତ କରାଯାଇଛି । ଆଇପିଏଲ ୨୦୨୬ରେ ୧୪ ମ୍ୟାଚରୁ କେବଳ ୪ଟି ଜିତି ଜଳ ପଏଣ୍ଟ ଟେବୁଲ ୯ମ ସ୍ଥାନରେ ରହିଥିଲା । ହାର୍ଦ୍ଦିକଙ୍କ ସ୍ଥାନରେ କାହାକୁ ନେତୃତ୍ୱ ଦିଆଯିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ରିପୋର୍ଟ ଅନୁଯାୟୀ, ଏମଆଇ ଭିତରେ ଅତି କମରେ ୩ ଜଣ ଜାଣିବାକୁ ପାଇଛନ୍ତି ଯେ ହାର୍ଦ୍ଦିକ ଅଧିନାୟକ ପଦ ହରାଇ ପାରନ୍ତି । ଦଳରେ ତାଙ୍କର ସ୍ଥାନ ମଧ୍ୟ ଆଲୋଚନାରେ ରହିପାରେ । ସିଜନରେ ଅନେକ ସୂଚନା ମିଳିଥିଲା ଯେ ଦଳ ପରିଚାଳନା ତାଙ୍କୁ ଅଧିନାୟକ ଭାବରେ ବଜାୟ ରଖିବାକୁ ଆଗ୍ରହୀ ନଥିଲା । ଶିବିରରେ ଏକ ସ୍ପଷ୍ଟ ଚର୍ଚ୍ଚା ଚାଲିଥିବା ସୁତ୍ରରୁ ସୂଚନା ମିଳିଛି । ଏହାର ପ୍ରଥମ କାରଣ ହେଉଛି ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଏମଆଇ ଶେଷ ଲିଗ୍ ମ୍ୟାଚ ପରେ ପ୍ରଶିକ୍ଷକ କର୍ମଚାରୀମାନେ ଦଳ ସହିତ କରିଥିଲା ଆଲୋଚନା । ପ୍ରଶିକ୍ଷକ ଦଳ ବରିଷ୍ଠ ଖେଳାଳିମାନଙ୍କୁ ସ୍ପଷ୍ଟ ଭାବରେ କହିଥିଲେ ଯେ, ସେମାନେ କୌଣସି ସ୍ଥାନରେ ଖେଳନ୍ତୁ ନା କାହିଁକି ସେମାନଙ୍କୁ ପ୍ରଶିକ୍ଷଣ ପାଇଁ ପ୍ରସ୍ତୁତ ରହିବା ଉଚିତ୍ । ଏପରି ଅନେକ ଉଦାହରଣ ଥିଲା ଯେଉଁଠାରେ ପ୍ରଶିକ୍ଷକ ଦଳ ତଥ୍ୟ ଆଧାରରେ କିଛି ସୁପାରିଶ କରିଥିଲେ କିନ୍ତୁ, ଖେଳାଳିମାନେ ତାହା ପାଳନ କରିନଥିଲେ ବୋଲି ସୁତ୍ର କହିଛି । ପୂର୍ବତନ ଏମଆଇ ଖେଳାଳିଙ୍କ ମତରେ, ଆଗାମୀ ଦିନଗୁଡିକରେ ଗମ୍ଭୀର ବିଚାର ବିମର୍ଶ ଏବଂ ଆଲୋଚନା ଦ୍ୱାରା ଚିହ୍ନିତ ହେବ । ପ୍ରତ୍ୟେକ ବିକଳ୍ପ ଉପରେ ବିଚାର କରାଯିବ । ଅନେକ ପ୍ରଶ୍ନର ସମାଧାନ କରିବାକୁ ପଡିବ । ଭବିଷ୍ୟତରେ ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ହୋଇପାରିବେ ? ସେ କେବଳ ଜଣେ ଖେଳାଳି ଭାବେ ଦଳରେ ରହିବେ ? ଅନ୍ୟ ଏକ ସୁତ୍ର କହିଛି, ''ଆମେ ଏହି ଆଇପିଏଲରେ କିଛି ସଫଳ ଦଳ ପରି ପାୱାର ପ୍ଲେ ବ୍ୟବହାର କରିପାରିବୁ ନାହିଁ । ଆମେ ସମୟ ସହିତ ଗତି କରିପାରିବୁ ନାହିଁ ।''

ଏହା ବି ପଢନ୍ତୁ...ରୋହିତ, ପନ୍ତ ଏବଂ ଏମଏସ ଧୋନି, ଆଇପିଏଲ ୨୦୨୬ ର ସବୁଠାରୁ ବଡ଼ 'ସ୍କାମ ପ୍ଲେଇଂ ଇଲେଭେନ'!

ଏମ୍ଆଇ ନୂଆ ଅଧିନାୟକ କିଏ ହେବ ? ମୁମ୍ବାଇ ଇଣ୍ଡିଆନ୍ସ ପାଖରେ ଜସପ୍ରୀତ ବୁମରା ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ପରି ୨ଟି ବଡ଼ ବିକଳ୍ପ ଅଛି । ଏମଆଇ ଏହି ଖେଳାଳିମାନଙ୍କ ମଧ୍ୟରୁ ଜଣଙ୍କୁ ପରବର୍ତ୍ତୀ ସିଜନରେ ଅଧିନାୟକ କରିପାରେ । ଯଦି ଏହି ବିଡ୍ ବିଫଳ ହୁଏ, ତେବେ ଆଇପିଏଲ ୨୦୨୮ ପୂର୍ବରୁ ଏକ ମେଗା ନିଲାମ ଅନୁଷ୍ଠିତ ହେବ, ଯାହା ମୁମ୍ବାଇ ଇଣ୍ଡିଆନ୍ସକୁ ଏକ ନୂଆ ଅଧିନାୟକ ଏବଂ ଏକ ସମ୍ପୂର୍ଣ୍ଣ ନୂଆ ଦଳ ଗଠନ କରିବାର ସୁଯୋଗ ଦେବ । ଗତ ମେଗା ନିଲାମି ପୂର୍ବରୁ ଏମଆଇ ହାର୍ଦ୍ଦିକ ପାଣ୍ଡ୍ୟା, ରୋହିତ ଶର୍ମା, ଜସପ୍ରୀତ ବୁମରା, ସୂର୍ଯ୍ୟକୁମାର ଯାଦବ ଏବଂ ତିଲକ ବର୍ମାଙ୍କୁ ରିଟେନ୍ କରିଥିଲା । ପରବର୍ତ୍ତୀ ନିଲାମ ପୂର୍ବରୁ ମୁମ୍ବାଇ କେଉଁ ଖେଳାଳିଙ୍କୁ ରିଟେନ୍ କରିବ ତାହା ଦେଖିବା ବାକି ରହିଲା ।